Advertisment

ବଦଳିଲା ହିମନ୍ତଙ୍କ ସ୍ୱର, କହିଲେ- ନିର୍ବାଚନରେ ଆମକୁ ରାହୁଲ ଦରକାର

ଗତକାଲି ରାହୁଲ ଗାନ୍ଧିଙ୍କୁ ନିର୍ବାଚନ ପୂର୍ବରୁ ଗିରଫ କରିବାକୁ କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ।

author-image
Madhupriya Mistry
Himant and Rahul

Himant and Rahul

ବଦଳିଲା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସ୍ୱର। ଗତକାଲି ରାହୁଲ ଗାନ୍ଧିଙ୍କୁ ନିର୍ବାଚନ ପୂର୍ବରୁ ଗିରଫ କରିବାକୁ କହୁଥିଲେ କିନ୍ତୁ ଆଜି ଦରକାର ବୋଲି କହୁଛନ୍ତି।

Advertisment

ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ମୁଖମନ୍ତ୍ରୀ ହିମନ୍ତା ବିଶ୍ୱ ଶର୍ମା କହିଛନ୍ତି, ଏହି ଯାତ୍ରା କ’ଣ ଥିଲା? ଏହାର ସମୟ ଦେଖନ୍ତୁ। ଆସାମରେ ଏକ ପ୍ରମୁଖ ସାମ୍ପ୍ରଦାୟିକ ବିବାଦ ସୃଷ୍ଟି କରିବାକୁ ସେମାନେ ଷଡଯନ୍ତ୍ର କରିଥିଲେ। ଗୌହାଟୀରେ ଆମେ ଏହାର ଝଲକ ଦେଖିବାକୁ ପାଇଲୁ।

ସେ ଆହୁରି କହିଛନ୍ତି, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଏବଂ ରାଜ୍ୟ ମଧ୍ୟରେ ମୁହାଁମୁହିଁ ଆରମ୍ଭ ହୋଇଥିଲା। କିନ୍ତୁ ଆମ ଦଳର ଲୋକ ଏବଂ ରାମ ଭକ୍ତମାନେ ନିଜକୁ ସଂଯମ କରି ରଖିଥିଲେ। ଆସାମରେ କିଛି ଅଘଟଣ ଘଟିବାକୁ ଦେଇନଥିଲେ। ମୁଁ ରାହୁଲ ଗାନ୍ଧୀଙ୍କୁ କହିବାକୁ ଚାହେଁ ଯେ ଆସାମର ଜନସାଧାରଣ ଆପଣଙ୍କ ଅହଂକାରକୁ ଆଗାମୀ ଲୋକସଭା ନିର୍ବାଚନରେ ଦେଖିନେବେ।

Advertisment

ଉଲ୍ଲେଯୋଗ୍ୟ, ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ରାଜ୍ୟରେ ଅଶାନ୍ତ ସୃଷ୍ଟି କରୁଥିବାକୁ ନେଇ ରାହୁଲ ଗାନ୍ଧିଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏପରିକି ଲୋକସଭା ନିର୍ବଚନ ପରେ ରାହୁଲ ଗାନ୍ଧିଙ୍କୁ ଗିରଫ କରିବାକୁ କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ।

ଭାରତ ଯୋଡୋ ନ୍ୟାୟ ଯାତ୍ରା ଏବେ ପଶ୍ଚିମବଙ୍ଗରେ ପ୍ରବେଶ କରିସାରିଛି। ଏହି ଯାତ୍ରାକୁ ନେଇ ଆସାମରେ ଅନେକ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ। ଭିଡ ଉସ୍‌କାଇବା ଅଭଯୋଗରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏଫ୍‌ଆଇଆର୍‌ ରୁଜୁ କରାଯାଇଥିଲା।

Rahul Gandhi Himanta Biswa Sarma Bharat Jodo Nyay Jatra