ଓଡ଼ିଶାକୁ କେବଳ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱର ମାନଚିତ୍ରରେ ପ୍ରାଥମିକତା ମିଳୁ । ସେଥିପାଇଁ ଏଠାରେ ଜି-୨୦ ସମ୍ମିଳନୀଠୁ ଆରମ୍ଭ କରି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ, ପୁଲିସ ଡିଜି ସମ୍ମିଳନୀ ଓ ନୌସେନା ଦିବସ ଆଦିର ଆୟୋଜନ କରାଯାଉଛି । ଏହା ଓଡ଼ିଶାକୁ ଦିଆଯାଉଥିବା ପ୍ରାଥମିକତାର ପ୍ରମାଣ ବୋଲି ତିନି ଦିନିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।