Advertisment

ଭୁବନେଶ୍ୱରରେ ହେବ ୧୧୧ କିଲୋମିଟର ରିଂ ରୋଡ୍: ଗଡ଼କାରୀ

ଗଡ଼କରୀ ଆହୁରି ମଧ୍ୟ କହିଛନ୍ତି, ଏହି ଦୁଇ ପୋଲ ନିର୍ମାଣ ହେଲେ ଦୁଇ ଏନ୍ଏଚ୍ ଯୋଡ଼ି ହେବ। ଗୋଟିଏ ପୋଲ ୧ କିମି ଓ ଅନ୍ୟଟି ଅଢ଼େଇ କିମିର ୨ ଲେନ୍ ବିଶିଷ୍ଟ ହେବ। ଏଥିପାଇଁ ଡିପିଆର ପ୍ରସ୍ତୁତି ଚାଲିଛି। ନିର୍ବାଚନ ସରିଲେ ଟେଣ୍ଡର ଡକାଯିବ।

ଅଦ୍ୟତନ ହୋଇଛି
BJP

BJP

Advertisment

ରାଜଧାନୀ ଭୁବନେଶ୍ୱରରେ ହେବ ୧୧୧ କିଲୋମିଟରର ରିଂ ରୋଡ୍। ଏହା ୬ ଲେନ୍‌ ବିଶିଷ୍ଟ ହେବ। ଏ ବାବଦରେ ଖର୍ଚ୍ଚ ହେବ ୬, ୫୦୦ କୋଟି ଟଙ୍କା। ଆସନ୍ତା ଅକ୍ଟୋବରରୁ କାମ ଆରମ୍ଭ ହେବ। ଏହି ରିଂ ରୋଡ୍‌ ସରିଲେ କଟକ-ଭୁବନେଶ୍ୱର-ଖୋର୍ଦ୍ଧା ଯା’ଆସ ସହଜ ହେବ। ତା’ସହ ଚିଲିକା ଉପରେ ନିର୍ମାଣ ହେବ ପୋଲ। ଆଜି ପୁରୀ କୃଷ୍ଣପ୍ରସାଦରେ ବିଜେପିର ବିଜୟ ସେତୁ ସଂକଳ୍ପ ସମାବେଶରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ।

Advertisment

ଗଡ଼କରୀ ଆହୁରି ମଧ୍ୟ କହିଛନ୍ତି, ଏହି ଦୁଇ ପୋଲ ନିର୍ମାଣ ହେଲେ ଦୁଇ ଏନ୍ଏଚ୍ ଯୋଡ଼ି ହେବ। ଗୋଟିଏ ପୋଲ ୧ କିମି ଓ ଅନ୍ୟଟି ଅଢ଼େଇ କିମିର ୨ ଲେନ୍ ବିଶିଷ୍ଟ ହେବ। ଏଥିପାଇଁ ଡିପିଆର ପ୍ରସ୍ତୁତି ଚାଲିଛି। ନିର୍ବାଚନ ସରିଲେ ଟେଣ୍ଡର ଡକାଯିବ। ସେହିପରି ରାମେଶ୍ୱର-ପୁରୀ-କୋଣାର୍କ-ଦୀଘା ୧୭୭ କିମି ରାସ୍ତା ୪ ଲେନ ବିଶିଷ୍ଟ ହେବ। ଏଥିପାଇଁ ୮୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। କଟକ-ପାରାଦୀପ ୮୭ କିମିର ରାସ୍ତା ୪ ଲେନ୍ ବିଶିଷ୍ଟ ହେବ। ଏଥିସହ ୨ ଶହ କୋଟି ଟଙ୍କାରେ ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ। ରାୟପୁର-ବିଶାଖାପାଟଣା ୬ ଲେନ୍ ରାସ୍ତାର ୪୬୫ କିମି ଭିତରୁ ଓଡ଼ିଶାରେ ରହିଛି ୨୪୦ କିମି। ଯାହାର କାମ ଡିସେମ୍ବର ସୁଦ୍ଧା ସରିବ। ମୁମ୍ବାଇ-କୋଲକାତା ରାସ୍ତାର ଓଡ଼ିଶାରେ ଥିବା ୪୫୦ କିମି କାମ ଶୀଘ୍ର ସରିବ ଓ ସମ୍ବଲପୁର ସହରରେ ୩୫ କିମି ରିଂ ରୋଡ୍ କାମ ଅକ୍ଟୋବରରୁ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଗଡ଼କରୀ।

ତେବେ ଆସନ୍ତୁ ନଜର ପକାଇବା କେମିତି ଅଛି ଗ୍ରାଉଣ୍ଡ ଜିରୋର ସ୍ଥିତିକୁ। ସେତୁ ନଥିବାରୁ ଚିଲିକା ଦ୍ୱୀପାଞ୍ଚଳବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି। ସାତପଡ଼ାରୁ ଯାତାୟତର ମାଧ୍ୟମ କହିଲେ କେବଳ ଭୁଟଭୁଟି ଡଙ୍ଗା। ନଚେତ ଦିନକୁ ୪ ଥର ଯାଆସ କରୁଥିବା ଭସାପୋଲ ବା ଫେରି ଭେସେଲ୍। ସେଥିରେ ଯାଆନ୍ତି ମଣିଷ, ଲଦା ହୁଏ ଯାନବାହାନ। ଚିଲିକା ଭିତରେ ଥିବ ୧୪ଟି ପଞ୍ଚାୟତର ୯୨ଟି ଗାଁ ପାଇଁ ଏହା ଜୀବନରେଖା। ଝଡ଼ବାତ୍ୟା ବେଳେ ଏବଂ ଡଙ୍ଗାରେ ଯାନ୍ତ୍ରିକ ସମସ୍ୟା ଦେଖାଦେଲେ ଯୋଗାଯୋଗ ଠପ୍ । ମାତ୍ର ୫ କିଲୋମିଟର ଜଳଯାତ୍ରାକୁ ଲାଗେ ୪୫ ମିନିଟ୍ ସମୟ। ଆଉ ସନ୍ଧ୍ୟା ୬ଟା ପରେ ଫେରି ଚାଲୁନଥିବାରୁ, ଡଙ୍ଗାର ବିପଦସଂକୁଳ ଯାତ୍ରା ଛଡ଼ା ନିରୁପାୟ ମଣିଷ।

Advertisment
Bjp Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe