Advertisment

ଗୁଜରାଟରେ ନରେନ୍ଦ୍ର ମୋଦି ଓ ବିଜେପିକୁ ହରାଇବା ନେଇ ଦମ୍ଭୋକ୍ତି କଲେ ରାହୁଲ ଗାନ୍ଧି

ସାଧାରଣ ନିର୍ବାଚନରେ ବିଜେପି କାହିଁକି ଅଯୋଧ୍ୟାରେ ହାରିଲା, ସେକଥା ମଧ୍ୟ ରାହୁଲ ଗାନ୍ଧି କହିଛନ୍ତି।

Rahul Gandhi

Rahul Gandhi

Advertisment

ଲୋକସଭା ନିର୍ବାଚନରେ ଆଶା ଠାରୁ ଭଲ ପ୍ରଦର୍ଶନ କରିଥିବା କଂଗ୍ରେସ ଏବେ ଗୁଜରାଟରେ ବିଜୟୀ ନେଇ ଦମ୍ଭୋକ୍ତି କରିଛି। ଉତ୍ତର ପ୍ରଦେଶର ଅଯୋଧ୍ୟା ଭଳି ଗୁଜରାଟରେ ନରେନ୍ଦ୍ର ମୋଦି ଓ ବିଜେପିର ଅନ୍ୟ ନେତାମାନଙ୍କୁ ‘ଆମେ ହରାଇବୁ’ ବୋଲି ରାହୁଲ ଗାନ୍ଧି କହିଛନ୍ତି।

Advertisment

ଅହମଦାବାଦରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ରାହୁଲ ଗାନ୍ଧି କହିଛନ୍ତି, “ଆମେ ଏକାଠି ସେମାନଙ୍କୁ(ବିଜେପି) ଗୁଜରାଟରେ ହରାଇବାକୁ ଯାଉଛି। ଯେମିତି ଅଯୋଧ୍ୟାରେ ଆମେ ସେମାନଙ୍କୁ ହରାଇଥିଲୁ, ଠିକ ସେହିପରି ଗୁଜରାଟରେ ନରେନ୍ଦ୍ର ମୋଦି ଓ ବିଜେପିକୁ ହରାଇବୁ।”

ରାହୁଲ ଗାନ୍ଧି କହିଛନ୍ତି, “ଏୟାରପୋର୍ଟ ନିର୍ମାଣ ବେଳେ ଅଯୋଧ୍ୟାର ଚାଷୀମାନେ ସେମାନଙ୍କ ଜମି ହରାଇଥିଲେ। ରାମ ମନ୍ଦିର ଉଦଘାଟନ ବେଳେ ଅଯୋଧ୍ୟାର କାହାକୁ ନିମନ୍ତ୍ରଣ କରାଯାଇ ନଥିଲା। ଏଥିପାଇଁ ଅଯୋଧ୍ୟାର ଲୋକ ଖପ୍ପା ହୋଇଥିଲେ। ଯେଉଁ ଅଭିଯାନ ଆଡଭାନୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଓ ଯାହାର କେନ୍ଦ୍ର ଅଯୋଧ୍ୟା ଥିଲା, ଇଣ୍ଡିଆ ମେଣ୍ଟ ଉକ୍ତ ଅଭିଯାନକୁ ଅଯୋଧ୍ୟାରେ ପରାସ୍ତ କରିଛି।”

Advertisment

ସାଧାରଣ ନିର୍ବାଚନରେ ବିଜେପି କାହିଁକି ଅଯୋଧ୍ୟାରେ ହାରିଲା, ସେକଥା ମଧ୍ୟ ରାହୁଲ ଗାନ୍ଧି କହିଛନ୍ତି। ସେ କହିଛନ୍ତି, “ପ୍ରଥମତଃ ରାମ ମନ୍ଦିର ପାଇଁ ଅଯୋଧ୍ୟାରେ ଥିବା ଅଞ୍ଚଳକୁ ସଫା କରିବା ଉଦ୍ଦେଶ୍ୟରେ ଲୋକଙ୍କ ଠାରୁ ଜମି ନିଆଯାଇଥିଲା। କିନ୍ତୁ ଆଜିକା ଦିନକରେ ମଧ୍ୟ ନରେନ୍ଦ୍ର ମୋଦି ସରକାର ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିନାହାନ୍ତି।

ଦ୍ୱିତୀୟତଃ ଅଯୋଧ୍ୟାରେ ଅନ୍ତର୍ଜାତୀୟ ଏୟାରପୋର୍ଟ ପାଇଁ ଚାଷୀଙ୍କ ଜମି ନିଆଯାଇଥିଲା। କିନ୍ତୁ ସେମାନଙ୍କୁ ଠିକ ଭାବେ କ୍ଷତିପୂରଣ ମିଳି ନାହିଁ। ତୃତୀୟ କାରଣ ହେଲା, ରାମ ମନ୍ଦିର ଉଦଘାଟନ ବେଳେ ଅଯୋଧ୍ୟାର ଜଣେ ହେଲେ ବି କେହି ଉପସ୍ଥିତ ନିଥିଲେ। ଏହି କାରଣ ପାଇଁ ଅଯୋଧ୍ୟାରେ ଏନଡିଏ ହାରିଲା ଓ ଇଣ୍ଡିଆ ମେଣ୍ଟ ଜିତିଲା।”

ଗୁଜରାଟ ସମ୍ପର୍କରେ ରାହୁଲ ଗାନ୍ଧି କହିଛନ୍ତି, “ଏଠାରେ ସେମାନେ ଯେମିତି ଆମ ଅଫିସଗୁଡ଼ିକ ଭାଙ୍ଗୁଛନ୍ତି, ଆମେ ସେମିତି ତାଙ୍କ ସରକାର ଭାଙ୍ଗିବାକୁ ଯାଉଛୁ। କିନ୍ତୁ ଗୁଜରାଟ କଂଗ୍ରେସରେ କିଛି ଭିନ୍ନ ଦୃଶ୍ୟ ରହିଛି। ସାଧାରଣତଃ ଦୁଇ ପ୍ରକାରର ଘୋଡ଼ା ଅଛନ୍ତି।

ଗୋଟିଏ ପ୍ରକାରର ଘୋଡ଼ା ରେସିଂ ପାଇଁ ଓ ଆଉ ଗୋଟିଏ ପ୍ରକାରର ଘୋଡ଼ା ବାହାଘର ପାଇଁ। କଂଗ୍ରେସ ଗତ ନିର୍ବାଚନରେ ରେସ୍‌ର ଘୋଡ଼ାକୁ ବାହାଘରରେ ଓ ବାହାଘରର ଘୋଡ଼ାକୁ ରେସ୍‌ରେ ଲଗାଇ ଦେଇଥିଲେ।

୨୦୧୭ରେ ଆମେ ୩ ମାସ ପାଇଁ ପରିଶ୍ରମ କରିଥିଲୁ ଓ ରେଜଲ୍ଟ ଭଲ ହୋଇଥିଲା। ଏବେ ଆମ ପାଖରେ ୩ ବର୍ଷ ରହିଛି। ଆମେ ବିଜୟ ସୀମା ଅତିକ୍ରମ କରିବା। ୩୦ ବର୍ଷ ପରେ ଆମେ ଗୁଜରାଟରେ ସରକାର ଗଠନ କରିବାକୁ ଯାଉଛୁ। ମୁଁ, ମୋ ଭଉଣୀ ଓ ଦଳର ସମସ୍ତ ନେତା ଆପଣଙ୍କ ସହ ଛିଡ଼ା ହେବାକୁ ପ୍ରସ୍ତୁତ।”

Congress Rahul Gandhi Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe