Advertisment

‘ଓଡ଼ିଶାରେ ଏଥର ନିଶ୍ଚିତ ସରକାର ଗଠନ କରିବ ବିଜେପି’

ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି, ଜଗନ୍ନାଥଙ୍କ ଭୂମିକୁ ଆସି ବହୁତ ଖୁସି ଲାଗୁଛି। ଜଗନ୍ନାଥଙ୍କ ଭୂମିରେ ଏଥର ବିଜେପିର ହିଁ ସରକାର ହେବ। ସମଗ୍ର ଦେଶରେ ନରେନ୍ଦ୍ର ମୋଦି ଜୀ’ଙ୍କ ନେତୃତ୍ୱରେ ମହିଳାଙ୍କ ବହୁତ ବିକାଶ ମୂଳକ କାର୍ଯ୍ୟ ହୋଇଛି।

author-image
Manoranjan Sial
BJP

BJP

ଓଡ଼ିଶାରେ ଏଥର ନିଶ୍ଚିତ ସରକାର ଗଠନ କରିବ ବିଜେପି। ଏନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପିର ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ସହ ପ୍ରଭାରୀ ଲତା ଉସେଣ୍ଡି। ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ଓଡ଼ିଶାରେ ହେବ ଡବଲ ଇଞ୍ଜିନ ସରକାର। ୮୦ରୁ ଅଧିକ ବିଧାୟକ ଜିତିକି ଆସିବେ ଏବଂ ଲୋକସଭାରେ ୧୬ ରୁ ଅଧିକ ସାଂସଦ ଜିତିକି ଆସିବେ।

Advertisment

ସେହିପରି ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି, ଜଗନ୍ନାଥଙ୍କ ଭୂମିକୁ ଆସି ବହୁତ ଖୁସି ଲାଗୁଛି। ଜଗନ୍ନାଥଙ୍କ ଭୂମିରେ ଏଥର ବିଜେପିର ହିଁ ସରକାର ହେବ। ସମଗ୍ର ଦେଶରେ ନରେନ୍ଦ୍ର ମୋଦି ଜୀ’ଙ୍କ ନେତୃତ୍ୱରେ ମହିଳାଙ୍କ ବହୁତ ବିକାଶ ମୂଳକ କାର୍ଯ୍ୟ ହୋଇଛି। ମହିଳାମାନେ ଆମ ସହିତ ଅଛନ୍ତି। ଓଡ଼ିଶାରେ ମଧ୍ୟ ବିଜେପି ସରକାର ଆଣିବାରେ ମହିଳାମାନଙ୍କର ସବୁଠୁ ବଡ଼ ଅବଦାନ ରହିବ। ବିଜେପି ଓଡ଼ିଶାରେ ଏକାକୀ ଲଢ଼ିବ ଓ ସରକାର ଗଢିବା ପାଇଁ ଲଢ଼ିବ। ରାମ ମନ୍ଦିର ପ୍ରଭାବ ଓଡିଶାରେ ମଧ୍ୟ ପଡିବ । ଆମେ ଏଠି ସରକାର ଗଢିବାରେ ସମର୍ଥ ହେବୁ ବୋଲି ଲତା ଉସେଣ୍ଡି କହିଛନ୍ତି।

ବିଜେପିର ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ସହ ପ୍ରଭାରୀ ଲତା ଉସେଣ୍ଡି ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି ସେମାନେ ରାଜ୍ୟ କାର୍ଯ୍ୟାଳୟରେ ଶୀର୍ଷ ନେତୃତ୍ୱଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା କରିବା ସହ ଆସନ୍ତାକାଲି ପଦାଧିକାରୀ ବୈଠକରେ ଯୋଗଦେବେ। ନିର୍ବାଚନ ରଣନୀତି ନେଇ ବିସ୍ତୃତ ଆଲୋଚନା ହେବ ବୋଲି ଜଣାପଡ଼ିଛି।

Advertisment

ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।

BjD Bjp State Bjp