Advertisment

ପାକିସ୍ତାନକୁ ଚୁଡ଼ି ପିନ୍ଧାଇ ଦେବୁ ବୋଲି କହିଲେ ମୋଦି

ନିକଟରେ ପାକିସ୍ତାନର ପରମାଣୁ ବୋମାକୁ ନେଇ ନ୍ୟାଶନାଲ କନଫରେନ୍ସର ନେତା ଫାରୁକ ଅବଦୁଲ୍ଲା ଦେଇଥିବା ବୟାନକୁ ମୋଦି ଟାର୍ଗେଟ କରିଛନ୍ତି।

PM Modi

PM Modi

Advertisment

ନିର୍ବାଚନ ଋତୁରେ ବିରୋଧୀ ମେଣ୍ଟ ଇଣ୍ଡିଆକୁ ସମାଲୋଚନା କରିବାକୁ ଆଦୌ କାଳବିଳମ୍ବ କରି ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବିରୋଧୀଙ୍କୁ ଭୀରୁ ବା କାପୁରୁଷ କହିଛନ୍ତି। ବିରୋଧୀମାନେ ପାକିସ୍ତାନର ଆଣିବିକ ଅସ୍ତ୍ର ଦେଖି ଭୟଭୀତ ବୋଲି ମୋଦି କହିଛନ୍ତି।

Advertisment

ନିକଟରେ ପାକିସ୍ତାନର ପରମାଣୁ ବୋମାକୁ ନେଇ ନ୍ୟାଶନାଲ କନଫରେନ୍ସର ନେତା ଫାରୁକ ଅବଦୁଲ୍ଲା ଦେଇଥିବା ବୟାନକୁ ମୋଦି ଟାର୍ଗେଟ କରିଛନ୍ତି। ମୋଦି ତାଙ୍କ ନାଁ ନ ନେଇ କହିଛନ୍ତି, “ଇଣ୍ଡି ବ୍ଲକ ପାଖରେ ପାକିସ୍ତାନକୁ ଡରୁଥିବା ନେତା ରହିଛନ୍ତି ଓ ସେମାନେ ପାକିସ୍ତାନର ପରମାଣୁ ବୋମା ସମ୍ପର୍କରେ କେବଳ ସ୍ୱପ୍ନ ଦେଖୁଛନ୍ତି।”

ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି ଓ ପାକିସ୍ତାନ ଚୁଡ଼ି ପିନ୍ଧି ନାହିଁ ବୋଲି ଫାରୁକ ଦେଇଥିବା ବୟାନକୁ ମୋଦି କାଉଣ୍ଟର କରିଛନ୍ତି। ବିହାରର ମୁଜାଫରପୁରରେ ଆୟୋଜିତ ରାଲିରେ ସେ କହିଛନ୍ତି, “ଯଦି ପାକିସ୍ତାନ ଚୁଡ଼ି ପିନ୍ଧି ନାହିଁ, ତା’ହେଲେ ଆମେ ଉକ୍ତ ଦେଶକୁ ଏହା ପିନ୍ଧାଇ ଦେବୁ। ମୁଁ ଜାଣିଛି ସେମାନଙ୍କ ପାଖରେ ଖାଦ୍ୟଶସ୍ୟ ନାହିଁ। ଏବେ ଜାଣିବାକୁ ପାଇଛି ଯେ ସେମାନଙ୍କ ପାଖକୁ ଆବଶ୍ୟକ ଚୁଡ଼ି ମଧ୍ୟ ପହଞ୍ଚି ପାରୁ ନାହିଁ।

Advertisment

କିନ୍ତୁ ଆମେ ବିରୋଧୀ ଦଳଗୁଡ଼ିକୁ ମଧ୍ୟ ଦେଖିବାକୁ ପଡ଼ିବ। ଲାଗୁଛି ସେମାନେ ସଂପୂର୍ଣ୍ଣ କାପୁରୁଷ। ଏମାନେ ସେହି ଲୋକ ଯେଉଁମାନେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ କ୍ଲିନଚିଟ ଦେଇଥିଲେ ଓ ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇଥିଲେ। ଏପରି କି ସେମାନଙ୍କର ବାମପନ୍ଥୀ ସହଯୋଗୀ ଆମର ଆଣବିକ ଭଣ୍ଡାରକୁ ଧ୍ୱସ୍ତ କରି ଦେବାକୁ ଚାହୁଁଥିଲେ।”

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ହାଜିପୁରରେ ଏନଡିଏ ପାଇଁ ପ୍ରଚାର କରିଥିଲେ। ଏହି ସମୟରେ ଇଡି ଜବତ କରୁଥିବା ଟଙ୍କାର ପରିମାଣ କେମିତି ବୃଦ୍ଧି ପାଇଛି, ତା’ର ସୂଚନା ସମସ୍ତଙ୍କୁ ଜଣାଇଥିଲେ।

ତାଙ୍କ କହିବା କଥା କଂଗ୍ରେସ ଅପେକ୍ଷା ବିଜେପି କାର୍ଯ୍ୟକାଳ ସମୟରେ ଜବତ ଟଙ୍କାର ପରିମାଣ ବୃଦ୍ଧି ପାଇଛି। ଏହି ସବୁ ଟଙ୍କା ଦେଶର ଗରିବ ଲୋକମାନଙ୍କର ବୋଲି ମୋଦି କହିଛନ୍ତି।

PM Modi Lok Sabha Election 2024 Bihar Farooq Abdullah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe