Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମମତା ବାନାର୍ଜୀ

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସବୁ କଥା ଶୁଣିବା ପରେ କେନ୍ଦ୍ର ଓ ରାଜ୍ୟର ଅଧିକାରୀମାନେ ଏକାଠି ବସି ବକେୟା ପାଣ୍ଠି ରିଲିଜ୍‌ କରିବା ଉପରେ ନିଷ୍ପତ୍ତି ନେବେ ବୋଲି ମମତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

PM Modi

PM Modi

Advertisment

ବିରୋଧୀ ମେଣ୍ଟ ଇଣ୍ଡିଆର ବୈଠକର ଦିନକ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦଳର ୯ ସାଂସଦଙ୍କୁ ଧରି ଦିଦି ସଂସଦରେ ମୋଦିଙ୍କ ସହ ବୈଠକ କରିଛନ୍ତି। ପଶ୍ଚିମବଙ୍ଗକୁ ବିଭିନ୍ନ କେନ୍ଦ୍ରୀୟ ଯୋଜାରେ ପାଣ୍ଠି ବାକି ରହିଥିବାରୁ ଏ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସବୁ କଥା ଶୁଣିବା ପରେ କେନ୍ଦ୍ର ଓ ରାଜ୍ୟର ଅଧିକାରୀମାନେ ଏକାଠି ବସି ବକେୟା ପାଣ୍ଠି ରିଲିଜ୍‌ କରିବା ଉପରେ ନିଷ୍ପତ୍ତି ନେବେ ବୋଲି ମମତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ବୈଠକରେ ପରେ ପାର୍ଲାମେଣ୍ଟ କମ୍ପ୍ଲେକ୍ସ ବାହାରେ ମମତା କହିଛନ୍ତି ଯେ ୧୫୫ କେନ୍ଦ୍ରୀୟ ଟିମ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରି ସାରିଛନ୍ତି। ତଥାପି ପାଣ୍ଠି ରିଲିଜ କରାଯାଉ ନାହିଁ। ସେହିପରି ଏମଜିନରେଗା ଟଙ୍କା ମଧ୍ୟ କେନ୍ଦ୍ର ସରକାର ଦେଉ ନାହାନ୍ତି। ସମ୍ବିଧାନରେ ଶ୍ରମିକମାନେ ସେମାନଙ୍କ କାମ ପାଇଁ ଟଙ୍କା ପାଇବାର ହକଦାର ବୋଲି କହିଛନ୍ତି।

Advertisment

ମମତା କହିଛନ୍ତି, “ଆମେ ଏମଜିନରେଗା ଅଧୀନରେ ୧୦୦ ଦିନର କାମ ପାଇଁ ଟଙ୍କା ପାଇ ନାହୁଁ। ୨୦୨୨-୨୩ ବଜେଟ ବାବାଦ ଟଙ୍କା ଆମକୁ ମିଳି ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାବଦ ପାଣ୍ଠି ବନ୍ଦ କରି ଦିଆଯାଇଛି। ଗ୍ରାମୀଣ ବିକାଶ ଯୋଜନାକୁ ରାଜ୍ୟରେ ଲାଗୁ କରାଯାଉନି। ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ଆମକୁ ପାଣ୍ଠି ମଧ୍ୟ ମିଳୁ ନାହିଁ।

ଆମ ଅଧିକାରୀମାନେ କେନ୍ଦ୍ର ମାଗିଥିବା ସବୁ ତଥ୍ୟ ଦେଇଛନ୍ତି। ତଥାପି ପାଣ୍ଠି ମିଳୁନି। ଆଜି ଏହି ସବୁ ପ୍ରସଙ୍ଗ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ପ୍ରଧାନମନ୍ତ୍ରୀ ଆମକୁ କହିଛନ୍ତି ଯେ ଖୁବଶୀଘ୍ର କେନ୍ଦ୍ର ଓ ରାଜ୍ୟ ଅଧିକାରୀଙ୍କୁ ନେଇ ମିଳିତ ବୈଠକ ହେବ। ମୁଁ ତାଙ୍କୁ କହିଛି ଯେ ଆମେ ୧୫୫ ଥର ତଥ୍ୟ ଉପସ୍ଥାପନ କରି ସାରିଛୁ।

ଆମେ ଆଉ ଥରେ ଏସବୁ କରିପାରିବୁ ନାହିଁ। ସେମାନେ ଏହାର ଫର୍ମୁଲା ନିଜେ ବାହାର କରନ୍ତୁ। ଗୋଟିଏ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରର ଗୋଟିଏ ଭାଗ ଓ ରାଜ୍ୟର ଗୋଟିଏ ଭାଗ ରହିଛି। ଗରିବ ଲୋକଙ୍କ ଟଙ୍କା ଅଟକାଇବା ଠିକ ନୁହେଁ। କେନ୍ଦ୍ରଠାରୁ ବେଙ୍ଗଲ ୧.୧୫ ଲକ୍ଷ କୋଟି ଟଙ୍କା ପାଇବାର ଅଛି।”

Mamata Banerjee PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe