କାଲିଠୁ ରାଜ୍ୟରେ ବିଜେପି ସରକାର: କ’ଣ ରହିଛି ୧୦ ପ୍ରମୁଖ ଚ୍ୟାଲେଞ୍ଜ? ଆସନ୍ତୁ ଜାଣିବା

ଗଣମାଧ୍ୟମର ସବୁ ଚର୍ଚ୍ଚା ଓ ଅଙ୍କକୁ ଭୁଲ୍ କରିବା ସହ ହେଭିୱେଟ୍ ନେତାମାନଙ୍କୁ ପଛରେ ପକାଇ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଆସୀନ କରି ଓଡ଼ିଶାରେ ‘ସାଧାରଣ ଲୋକଙ୍କ ସରକାର’ ଚାଲିବ ବୋଲି ସନ୍ଦେଶ ଦେଇଛନ୍ତି ।

BJP

ରାଜ୍ୟପାଳଙ୍କ ସହ ଭାବି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଜେପି ନେତା

Ordigital Desk
  • Published: Tuesday, 11 June 2024
  • Updated: 11 June 2024, 10:11 PM IST

Sports

Latest News

ଆସନ୍ତାକାଲିଠୁ ରାଜ୍ୟରେ ବିଜେପିର ସରକାର । ବିଜେଡିର ୨୪ବର୍ଷର ଶାସନକୁ ହଟାଇ ବିଜେପିକୁ ସ୍ପଷ୍ଟ ଜନାଦେଶ ସହ ସରକାର ଗଢ଼ିବାର ସୁଯୋଗ ଦେଇଛନ୍ତି ଓଡ଼ିଶାବାସୀ । ବିଜେପି ଆଜି ନିଜର ମୁଖ୍ୟମନ୍ତ୍ରୀ ଭାବେ ଜଣେ ଆଦିବାସୀ ନେତା ମୋହନ ଚରଣ ମାଝୀ ଓ ଦୁଇଜଣ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ଆଗକୁ ଆଣି ପ୍ରଥମରୁ ସରପ୍ରାଇଜ୍ କାର୍ଡ ଖେଳିଛି।

ଗଣମାଧ୍ୟମର ସବୁ ଚର୍ଚ୍ଚା ଓ ଅଙ୍କକୁ ଭୁଲ୍ କରିବା ସହ ହେଭିୱେଟ୍ ନେତାମାନଙ୍କୁ ପଛରେ ପକାଇ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଆସୀନ କରି ଓଡ଼ିଶାରେ ‘ସାଧାରଣ ଲୋକଙ୍କ ସରକାର’ ଚାଲିବ ବୋଲି ସନ୍ଦେଶ ଦେଇଛନ୍ତି । ତେବେ ମୋଟ ୮୧ଜଣ ବିଧାୟକଙ୍କ ସମର୍ଥନ ବିଶିଷ୍ଟ ବିଜେପି ସରକାର ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି।

Also Read

ବିଶେଷକରି ଯେଉଁସବୁ କାରଣ ପାଇଁ ରାଜ୍ୟରେ ବିଜେଡି ସରକାରକୁ ଲୋକେ ପ୍ରତ୍ୟାଖ୍ୟାତ କରିଛନ୍ତି ଓ ବିଜେପି ଉପରେ ଭରସା କରିଛନ୍ତି ତାହା ପୂରଣ କରି ସବୁ ବର୍ଗର ଲୋକଙ୍କ ଆସ୍ଥାଭାଜନ ହେବାକୁ ଦଳ ପ୍ରାଥମିକତା ଦେବ ବୋଲି ଆକଳନ କରାଯାଉଛି ।

କ’ଣ ସବୁ ରହିଛି ବିଜେପି ସରକାର ପାଇଁ ଚ୍ୟାଲେଞ୍ଜ-

୧- ରାଜ୍ୟରେ ତଳଠୁ ଉପରଯାଏ ସବୁ ସରକାରୀ ଅଫିସରେ କ୍ୟାନସର ଭଳି ମାଡ଼ି ଯାଇଥିବା ‘ଦୁର୍ନୀତି ଓ ପିସି’ ବ୍ୟବସ୍ଥାକୁ ହଟାଇବା ସହ ଲୋକଙ୍କୁ ତ୍ୱରିତ୍ ସରକାରୀ ସେବା ପ୍ରଦାନ କରିବା । ବିଶେଷକରି ରାଜ୍ୟରେ ଏକ ସ୍ୱଚ୍ଛ, ପାରଦର୍ଶୀ ଓ ଦୁର୍ନୀତିମୁକ୍ତ ସରକାର ଦେବାସହ ଶାସନ ବ୍ୟବସ୍ଥାରେ ମାତ୍ରାଧିକ ବାବୁରାଜ୍ ଓ ରାଜନୀତିକ ହସ୍ତକ୍ଷେପକୁ ସମାପ୍ତ କରିବା । ସାଧାରଣ ଲୋକଙ୍କ ଆଶାଆକାଂକ୍ଷାକୁ ଅଗ୍ରାଧିକାର ଦେଇ ସେମାନଙ୍କ ଆସ୍ଥା ଜିଣିବା ଦିଗରେ କାର୍ଯ୍ୟ କରିବା ବିଜେପି ସରକାର ପାଇଁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି ।

୨- ଓଡ଼ିଆ ଅସ୍ମିତା ଓ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ଭଳି ଦୁଇଟି ପ୍ରସଙ୍ଗରେ ବିଜେଡିଠୁ ମୁହଁ ଫେରାଇ ନେଇଥିବା ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଧାରରେ ବିଜେପି ସରକାର କାର୍ଯ୍ୟ କରିବ ବୋଲି ସମଗ୍ର ଓଡ଼ିଶା ଚାହିଁ ବସିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲି ଏହାର ମରାମତି ସହ ଅଳଙ୍କାରର ହିସାବ  ଏବଂ ରତ୍ନଭଣ୍ଡାର ଚାବି ହଜାଇଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ବିଜେପି ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ନେବାର ଚାପ ରହିବ । ତା’ଛଡ଼ା  ରାଜ୍ୟରେ ଓଡ଼ିଆ ଅଫିସରମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ କରାଇ ଓଡ଼ିଆ ଓ ଓଡ଼ିଶାର ହକ୍ ପାଇଁ ଜାତୀୟସ୍ତରରେ ସ୍ୱର ଉଠାଇବା ସହ, ଓଡ଼ିଶାର ସମସ୍ତ କାର୍ଯ୍ୟ ଓଡ଼ିଆଙ୍କ ଦ୍ୱାରା କରାଇବା ମଧ୍ୟ ବିଜେପି ସରକାର ପାଇଁ ଜରୁରୀ ହେବ ।

୩- ସରକାରକୁ ଆସିବାର ୧୮ମାସ ମଧ୍ୟରେ ବହୁଚର୍ଚ୍ଚିତ ଚିଟଫଣ୍ଡ ଟଙ୍କା ଫେରସ୍ତ କରିବାର ଚ୍ୟାଲେଞ୍ଜ ମଧ୍ୟ ବିଜେପି ସରକାର ପାଇଁ ରହିଛି । ୨୦୧୨ ମସିହାରୁ ଏହି ପ୍ରାୟ ୨୦ହଜାର କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତିର କ୍ଷତିଗ୍ରସ୍ତମାନେ ନିଜର ବୁଡ଼ି ଯାଇଥିବା ସଂଚିତ ଅର୍ଥ ଫେରି ପାଇବାକୁ ଚାତକ ଭଳି ଚାହିଁ ରହିଛନ୍ତି । ଯେଉଁ ବ୍ୟକ୍ତିମାନେ ଚିଟଫଣ୍ଡ ନାଁରେ ରାଜ୍ୟର କୋଟିକୋଟି ଲୋକଙ୍କୁ ଲୁଟିଥିଲେ, ସେମାନେ ଏବେ ଜେଲ୍ ବାହାରେ । ଆଇନର ଫାଙ୍କରୁ ଫାଇଦା ନେଇ ଏହି ଲୁଟେରାମାନେ ଆରାମ ବାହାରେ ବୁଲୁଥିବାବେଳେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ ଟଙ୍କା ଫେରାଇବା ମଧ୍ୟ ବିଜେପି ପାଇଁ ଚ୍ୟାଲେଞ୍ଜ ହେବ । ବିଶେଷକରି ଆସନ୍ତା ଦେଢ଼ବର୍ଷ ମଧ୍ୟରେ ସମସ୍ତ ଚିଟଫଣ୍‌ଡ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ଟଙ୍କା ଫେରସ୍ତ କରିବା ଓ ଚିଟଫଣ୍ଡ ସଂସ୍ଥାଗୁଡ଼ିକଠୁ ଲୁଟ୍ ଅର୍ଥ ଆଦାୟ କରିବା ବି ବିଜେପି ସରକାର ପାଇଁ ଚ୍ୟାଲେଞ୍ଜ ହେବ ।

୪- ଆସନ୍ତା ୬ମାସ ମଧ୍ୟରେ ରାଜ୍ୟରେ ଖରିଫ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ । ରାଜ୍ୟରେ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ଟଙ୍କା ଦେବାକୁ ବିଜେପି ସରକାର ପ୍ରତିଶ୍ରୁତି ଦେଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ତୁଳନାରେ କ୍ୱିଣ୍ଟାଲ ପିଛା ଅତିରିକ୍ତ ଅର୍ଥ ଦେବା ପାଇଁ ଆବଶ୍ୟକ ଅର୍ଥବରାଦ ମଧ୍ୟ ବିଜେପି ସରକାରକୁ ଆଗାମୀ ବାର୍ଷିକ ବଜେଟରେ କରିବାକୁ ପଡ଼ିବ । ଚାଷୀ ଏବେ ୩୧୦୦ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାକୁ ଚାହିଁ ବସିଛନ୍ତି ।

୫- ସରକାର ଶପଥ ନେବାର ୧୦୦ଦିନ ମଧ୍ୟରେ ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନା କାର୍ଯ୍ୟକାରୀ କରିବାକୁ ବିଜେପି ନିଜର ସଂକଳ୍ପପତ୍ର ପ୍ରତିଶ୍ରୁତି ଦେଇଥିଲା । ଏବେ ପ୍ରାଥମିକତା ଭିତ୍ତିରେ ବିଜେପି ସରକାର ଏହି ଯୋଜନା ଓଡ଼ିଶାରେ ଲାଗୁ କରିବେ । ଆଉ ୮ଲକ୍ଷ ଟଙ୍କାରୁ ବାର୍ଷିକ କମ୍ ଆୟ କରୁଥିବା ବ୍ୟକ୍ତିଙ୍କୁ ଏହି ସୁବିଧା ମିଳିବ । ତେବେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ଯେଭଳି ରାଜ୍ୟର ୯୦ ପ୍ରତିଶତ ଲୋକ ମାଗଣା ଚିକିତ୍ସା ସୁବିଧା ପାଉଥିଲେ ତାକୁ ମଧ୍ୟ ଏହି ଆୟୁଷ୍ମାନ ଯୋଜନାରେ ସୁନିଶ୍ଚିତ କରିବା ବିଜେପି ସରକାର ପାଇଁ ଜରୁରୀ ହେବ । କାରଣ ରାଜ୍ୟର ଲୋକେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଓ ନବୀନ କାର୍ଡର ତୁଳନା ନିଶ୍ଚିତ ଭାବେ ‘ଆୟୁଷ୍ମାନ ଯୋଜନା’ ସହ କରିବେ । ତା’ଛଡ଼ା ପ୍ରତ୍ୟେକ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସନ୍ତା ୩ବର୍ଷ ମଧ୍ୟରେ ଆଇସିୟୁ, ଡାଏଲେସିସ୍ ଓ ଅପରେସନ୍ ଥିଏଟର କରିବା ମଧ୍ୟ ବିଜେପି ସରକାର ପାଇଁ ଚ୍ୟାଲେଞ୍ଜ ରହିବ ।

୬- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୫ଲକ୍ଷ ପରିବାରକୁ ଘର, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା  ୩ହଜାରରୁ ସାଢ଼େ ୩ହଜାର ଟଙ୍କା କରିବା ପାଇଁ ବିଜେପି ନିଜର ସଂକଳ୍ପପତ୍ରରେ ଦେଇଥିବା ପ୍ରତିଶ୍ରୁତିକୁ କେବେସୁଦ୍ଧା ପୂରଣ କରିବ ତା’ଉପରେ ଲୋକଙ୍କ ନଜର ରହିଛି । ଏଥିପାଇଁ ୨୦୨୭ ପଂଚାୟତ ନିର୍ବାଚନ ପୂର୍ବରୁ ବିଜେପି ସରକାରକୁ ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ ।

୭- ରାଜ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ଲୋକେ ନବୀନ ପଟ୍ଟନାୟକ ସରକାର ଓ ନୂଆ ବିଜେପି ସରକାରକୁ ତୁଳନା କରିବେ । ତେଣୁ ସାଧାରଣ ଲୋକଙ୍କ ଆଶାଆକାଂକ୍ଷା ଏବଂ ଭାବନାକୁ ଦୃଷ୍ଟିରେ ରଖି ବିଜେପି ସରକାରକୁ ଅଧିକ ଯତ୍ନବାନ ହେବାକୁ ପଡ଼ିବ । ଏହାସହିତ ସାଧାରଣ ଲୋକଙ୍କୁ ମିଳୁଥିବା ବିଭିନ୍ନ ସରକାରୀ ଯୋଜନାର ଲାଭ ଯେଭଳି ବଳବତ୍ତର ରୁହେ ତାହା ମଧ୍ୟ ସୁନିଶ୍ଚିତ କରିବା ବିଜେପି ସରକାର ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ।

୮- ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସମାଜର ବୁଦ୍ଧିଜୀବୀ ବର୍ଗ ପର୍ଯ୍ୟନ୍ତ ସମସ୍ତଙ୍କର ଆପତ୍ତି-ଅଭିଯୋଗ ଶୁଣିବା ପାଇଁ ସରକାରୀସ୍ତରରେ ‘ବାସ୍ତବବାଦୀ ବ୍ୟବସ୍ଥା’ର ଆବଶ୍ୟକତା ରହିଛି । ଅଫିସରମାନେ ଯେଭଳି ସାଧାରଣ ଲୋକଙ୍କ ସହ ଉଚିତ୍ ଆଚରଣ କରିବେ ଏବଂ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲୋକଙ୍କ ଆପତ୍ତି-ଅଭିଯୋଗ ସିଧାସଳଖ କିପରି ପହଂଚିବ ତାହା ସୁନିଶ୍ଚିତ କରିବା ମଧ୍ୟ ବିଜେପି ସରକାରଙ୍କ ପ୍ରାଥମିକତା ହେବ।

୯- ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସହ ଯେଭଳି କୌଣସି ପ୍ରକାରର ସାଲିସ୍ ହେବ ନାହିଁ ଏବଂ ଆଇନ ସମସ୍ତଙ୍କ ପାଇଁ ଯେ ସମାନ ତାହା ସୁନିଶ୍ଚିତ କରିବା ମଧ୍ୟ ବିଜେପି ସରକାରର ପ୍ରାଥମିକତା ହେବା ଜରୁରୀ।

୧୦- ରାଜ୍ୟରେ ଖଣି ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି, ଜମି ଦୁର୍ନୀତି, ଡାଲି ଦୁର୍ନୀତି ସହ ଅନ୍ୟାନ୍ୟ ବିଜେଡି ସରକାର ଅମଳରେ ହୋଇଥିବା ବହୁ ଦୁର୍ନୀତି ଏବଂ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ, ମମିତା ମେହେର ହତ୍ୟା ଆଦି ମାମଲାର ତଦନ୍ତ କରି ଦୋଷୀଙ୍କୁ କାଠଗଡ଼ା ପର୍ଯ୍ୟନ୍ତ ନେବା ଦିଗରେ ବିଜେପି ସରକାର କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ତା’ଛଡ଼ା ବିକାଶମୂଳକ ପ୍ରକଳ୍ପ ନାଁରେ କୋଟିକୋଟି ଟଙ୍କାର ହେରଫେର, ଟେଣ୍ଡର ଓ ଅନ୍ୟାନ୍ୟ ଅନିୟମିତତା ଉପରେ ବିଜେପି ସରକାର କିଭଳି କାମ କରୁଛନ୍ତି ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story