Advertisment

ରାମ ମନ୍ଦିର, ତିନ ତଲାକ, ୩୭୦, ସିଏଏ ଓ ୱକଫ ପରେ ସରକାରଙ୍କ ଆଜେଣ୍ଡାରେ ଆଉ କ’ଣ ଅଛି?

ରାମ ମନ୍ଦିର ପ୍ରତିଷ୍ଠା ହୋଇ ସାରିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଛି। ବିଜେପି ଶାଶିତ ରାଜ୍ୟଗୁଡ଼ିକରେ ପର୍ଯ୍ୟାୟକ୍ରମେ ୟୁସିସି ଲାଗୁ ହେଉଛି। ଦେଶରେ ସିଏଏକୁ ମଧ୍ୟ ମୋଦି ସରକାର କାର୍ଯ୍ୟକାରୀ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
PM Modi

PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ନିଜର ଗୋଟିଏ ପରେ ଗୋଟିଏ ଏଜେଣ୍ଡାକୁ ଦେଶରେ କାର୍ଯ୍ୟକାରୀ କରିବାରେ ଲାଗିଛି। ରାମ ମନ୍ଦିର ନିର୍ମାଣ, ଧାରା ୩୭୦ର ଉଚ୍ଛେଦ, ନାଗରିକତ୍ୱ ସଂଶୋଧନ ଆଇନ ବା ସିସିଏଏ ଓ ୟୁସିସି ଲାଗୁ କରିବା ପାଇଁ ବିଜେପି ସବୁବେଳେ ଓକିଲାତି କରୁଥିଲା। ଏବେ ବିଜେପି ଏହାକୁ ପୂରଣ କରିବାରେ ସଫଳ ହୋଇଛି। 

Advertisment

ରାମ ମନ୍ଦିର ପ୍ରତିଷ୍ଠା ହୋଇ ସାରିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଛି। ବିଜେପି ଶାଶିତ ରାଜ୍ୟଗୁଡ଼ିକରେ ପର୍ଯ୍ୟାୟକ୍ରମେ ୟୁସିସି ଲାଗୁ ହେଉଛି। ଦେଶରେ ସିଏଏକୁ ମଧ୍ୟ ମୋଦି ସରକାର କାର୍ଯ୍ୟକାରୀ କରିଛନ୍ତି। ବିଜେପି ସରକାର ନିଜର ପ୍ରଥମ ଦୁଇଟି କାର୍ଯ୍ୟକାଳ ଓ ତୃତୀୟ ପାଳିର ପ୍ରଥମ ୧୦ ମାସ ମଧ୍ୟରେ ଅନେକ ବଡ଼ବଡ଼ ବିବାଦୀୟ ପ୍ରସଙ୍ଗ ଉଠାଇ ଏହାକୁ ଶେଷ କରିବାକୁ ସକ୍ଷମ ହୋଇଛନ୍ତି। ଦଳ ନିଜର ବିଚାରାଧାରକୁ କାର୍ଯ୍ୟକାରୀ କରିବାରେ ସକ୍ଷମ ହୋଇଛି। ଦଳ ସାଂସ୍କୃତିକ ଏକତା ଓ ରାଷ୍ଟ୍ରବାଦର ନାରା ଦେଇ ନିଜ ଏଜେଣ୍ଡା ଲୋକଙ୍କ ସାମ୍ନାକୁ ଆଣୁଛି। ଏଥିସହ ସଂସଦରେ ସଂଖ୍ୟାଗରିଷ୍ଠତା ଥିବାରୁ ବିଭିନ୍ନ ବିଲ ପାସ କରି ଏହାକୁ ଆଇନରେ ପରିଣତ କରୁଛି।

ରାମ ମନ୍ଦିର, ୩୭୦ ବ୍ୟତୀତ ତିନ ତଲାକ ବ୍ୟବସ୍ଥାକୁ ରଦ୍ଦ କରିବା ପାଇଁ ବିଜେପି ମୂଳରୁ ନାରା ଦେଇ ଆସୁଥିଲା। ସରକାରକୁ ଆସିବା ପରେ ଦଳ ନିଜ ପ୍ରତିଶ୍ରୁତିକୁ ପୂରଣ କରିପାରିଛି। ରାମ ମନ୍ଦିର, ଧାରା ୩୭୦, ତିନ ତଲାକ, ସିଏଏ, ୟୁସିସି ଓ ଏବେ ପାରିତ ହୋଇଥିବା ୱକଫ ସଂଶୋଧନ ଭଳି ପଦକ୍ଷେପ ନେଇ ବିଜେପି କେବଳ ନିଜର ମୂଳ ସମର୍ଥକଙ୍କୁ ସନ୍ତୁଷ୍ଟ କରିନାହିଁ, ବରଂ ଦେଶର ରାଜନୀତିକୁ ନୂଆ ଦିଗ ଦେଖାଇଛି। 

Advertisment

ବିଜେପି ନିଜର ଏଜେଣ୍ଡା ଅନୁସାରେ ଏସବୁ କାର୍ଯ୍ୟକାରୀ କରି ନିଜ ପ୍ରଶଂସକ ଓ ସମର୍ଥକଙ୍କ ଠାରୁ ପ୍ରଶଂସା ସାଉଁଟିବାରେ ଲାଗିଛି। କିନ୍ତୁ ଏବେ ବିଜେପିର ଆଗାମୀ ପଦକ୍ଷେପ କ’ଣ ହେବ, ତା’କୁ ନେଇ ପ୍ରଶ୍ନ ଉଠିଛି। କ’ଣ ବିଜେପି ଏବେ ମଥୁରା-କାଶୀ, ଜନସଂଖ୍ୟା ନିୟନ୍ତ୍ରଣ, ଏନଆରସି ଭଳି ପ୍ରସଙ୍ଗ ଉଠାଇବ କି?

ରାମ ମନ୍ଦିର: ଅଯୋଧ୍ୟାରେ ରାମ ମନ୍ଦିର ମିଶନ ପୂରଣ କରି ବିଜେପି ହିନ୍ଦୁ ଗୌରବ ଓ ସାଂସ୍କୃତିକ ପୁନର୍ଜାଗରଣର ପକ୍ଷକୁ ସ୍ଥାପିତ କରିଥିବା ଦାବି କରିଛି। ଏହା ଏମିତି ଏକ ପ୍ରସଙ୍ଗ ଥିଲା, ଯାହା ଦେଶର କୋଟି କୋଟି ହିନ୍ଦୁଙ୍କ ଆସ୍ଥା ସହ ଜଡ଼ିତ ହୋଇ ରହିଥିଲା।

ଧାରା ୩୭୦: ଜମ୍ମୁ-କଶ୍ମୀରକୁ ଭାରତ ସହ ମିଶାଇବାକୁ ଏହା ଏକ ପଦକ୍ଷେପ ବୋଲି ବିଜେପି ଦାବି କରିଛି। ଗୋଟିଏ ରାଷ୍ଟ୍ର ଓ ଗୋଟିଏ ସମ୍ବିଧାନର ନାରା ଦେଇ ବିଜେପି ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛି। ଜନସଂଘର ନେତା ଶ୍ୟାମା ପ୍ରସାଦ ମୁଖାର୍ଜୀ ପ୍ରଥମେ ଏହି ପ୍ରସଙ୍ଗ ବହୁ ବର୍ଷ ପୂର୍ବେ ଉଠାଇଥିଲା।

ତିନ ତଲାକ ଓ ୱକଫ: ଇସଲାମ ଧର୍ମରେ ପ୍ରଚଳିତ ତିନ ତଲାକ ବ୍ୟବସ୍ତାକୁ ବିଜେପି ହଟାଇବା ସହ ୱକଫ ସଂଶୋଧନ ବିଲକୁ ଗୃହରେ ପାରିତ କରିଛି। ମୁସଲିମ ସମାଜରେ ପ୍ରଚଳିତ ଆଇନରେ ସଂସ୍କାର ଆଣିବା ଓ ମହିଳାମାନଙ୍କୁ ସେମାନଙ୍କ ହକ ଦେବା ପାଇଁ ଏପରି ଆଇନ ଅଣାଯାଇଥିବା ବିଜେପି ଦାବି କରିଛି।

ସିଏଏ: ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏ ଜରିଆରେ ଭାରତ ପଡ଼ୋଶୀ ଦେଶଗୁଡ଼ିକ ଧାର୍ମିକ ଉତ୍ପୀଡ଼ନର ଶିକାର ହେଉଥିବା ଅଣ ମୁସିଲିମାନଙ୍କୁ ନିଜ ଦେଶର ନାଗରିକତା ପ୍ରଦାନ କରିବେ। ଏହା ମୁସଲିମାନଙ୍କ କ୍ଷେତ୍ରରେ ଲାଗୁ ହେଉ ନଥିବାରୁ ଏହାକୁ ନେଇ ବିବାଦ ଦେଖା ଯାଇଛି।

ପରବର୍ତ୍ତୀ ଏଜେଣ୍ଡା

୧- ମଥୁରା-କାଶୀ ବିବାଦ ବିଜେପି ଏଜେଣ୍ଡାରେ ଦୀର୍ଘ ସମୟ ଧରି ରହିଛି। ଏହାର ରାଜନୀତିକ ପ୍ରଭାବ ମଧ୍ୟ ଅଛି। ମଥୁରା-କାଶୀ ବିବାଦର ସମାଧାନ କରାଯିବ ବୋଲି ବିଜେପି, ତା’ର ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା। କିନ୍ତୁ ଦଳ ଏବେ ନ୍ୟାୟାଳୟ ଦ୍ୱାରା ରାମ ମନ୍ଦିର ବିବାଦ ଭଳି ମଥୁରା-କାଶୀ ବିବାଦର ସମାଧାନ କରିବାକୁ ଚାହୁଁଛି।

୨- ୟୁନିଫର୍ମ ସିଭିଲ କୋଡ ବା ୟୁସିସି ଲାଗୁ କରି ବିଜେପି ପୂରା ଦେଶରେ ଗୋଟିଏ ଆଇନ ପ୍ରଣୟନ କରିବା ଲକ୍ଷ୍ୟରେ ରହିଛି। ସବୁ ଧର୍ମ, ଜାତି ପାଇଁ ସମାନ ନିୟମ ହେବା ଦରକାର ବୋଲି ଅନେକ ଥର ବିଜେପି ନେତାମାନେ ଦାବି କରି ଆସିଛନ୍ତି। ବିଜେପି ଶାସିତ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ୟୁସିସି ଲାଗୁ କରି ସାରିଛି। ଆଉ କିଛି ବିଜେପି ଶାସିତ ରାଜ୍ୟ ମଧ୍ୟ ଏହାକୁ ଲାଗୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଦେଶବ୍ୟାପୀ ଏହାକୁ ଲାଗୁ କରିବା ପାଇଁ ମଧ୍ୟ ମୋଦି ସରକାର ଉଦ୍ୟମ କରୁଛନ୍ତି।

୩- ଏନଆରସି ହେଉଛି ଭାରତରେ ରହୁଥିବା ନାଗରିକଙ୍କ ପଞ୍ଜୀକରଣ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ଲୋକଙ୍କ ଚିହ୍ନଟ କରିବା ଓ ସେମାନଙ୍କୁ ବିଦା କରିବା। ଆସାମ ଭାରତର ଏକମାତ୍ର ରାଜ୍ୟ ଯେଉଁଠାରେ ଏନଆରସିକୁ ଅପଡେଟ କରାଯାଇଥିଲା। ଏହାର ଅର୍ଥ ଆସାମରେ ଏନଆରସି ଲାଗୁ ହୋଇଛି।

ଏହି ପ୍ରକ୍ରିୟା ୨୦୧୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଥିଲା। ୨୦୧୯ ଅଗଷ୍ଟ ୩୧ରେ ଚୂଡ଼ାନ୍ତ ଏନଆରସି ତାଲିକା ପ୍ରକାଶ କରାଯାଇଥିଲା। ବିଜେପି ୨୦୧୯ ସାଧାରଣ ନିର୍ବାଚନ ପାଇଁ ଜାରି କରିଥିବା ଇସ୍ତାହାରରେ ପୂରା ଦେଶରେ ଏନଆରସି ଲାଗୁ ହେବ ବୋଲି କହିଥିଲା।

Bjp PM Modi