Advertisment

ଷ୍ଟେଜ୍‌ରେ ପାଣ୍ଡିଆନଙ୍କୁ କ’ଣ କହିବାକୁ ଚାହୁଁଥିଲେ ଛାତ୍ରୀ?

ପାଣ୍ଡିଆନ ତାଙ୍କୁ ତଳକୁ ଯିବାକୁ ବରମ୍ବାର ଇସାରା କରୁଥିବା ସତ୍ତ୍ୱେ ସେ ମଞ୍ଚରୁ ନଓହ୍ଲାଇ କିଛି କହୁଥିବା ଦେଖିବାକୁ ମିଳିଥିଲା।

author-image
Biswajit Samal
ଅଦ୍ୟତନ ହୋଇଛି
vk pandian

vk pandian

ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଆଜି ନୂଆ ଓ ଛାତ୍ର ବୃତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ର ବୃତ୍ତି ପ୍ରଦାନ ବେଳେ ୧୨ଟି ମହାବିଦ୍ୟାଳୟର ଛାତ୍ରୀଙ୍କୁ ମଞ୍ଚ ଉପରକୁ ଡକାଯାଇଥିଲା। ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସେମାନଙ୍କୁ ଚେକ୍ ପ୍ରଦାନ କରିଥିଲେ। ଏହାପରେ ସମସ୍ତ ଛାତ୍ରୀ ମଞ୍ଚରୁ ଓହ୍ଲାଇ ଆସିଥିଲେ। ହେଲେ ଟାଙ୍ଗୀର ଚିଲିକା ଦୁର୍ଗା ଚରଣ ମହାବିଦ୍ୟାଳୟର ଛାତ୍ରୀ ପ୍ରୀତିପୁଷ୍ପା ରାୟ ମଞ୍ଚ ଉପରୁ ଓହ୍ଲାଇ ନଥିଲେ। ସେ ପାଣ୍ଡିଆନଙ୍କ ପାଖକୁ ଯାଇ ବାରମ୍ବାର କିଛି କହୁ ଥିବାର ଦେଖିବାକୁ ମିଳିଥିଲା। ପାଣ୍ଡିଆନ ତାଙ୍କୁ ତଳକୁ ଯିବାକୁ ବରମ୍ବାର ଇସାରା କରୁଥିବା ସତ୍ତ୍ୱେ ସେ ମଞ୍ଚରୁ ନଓହ୍ଲାଇ କିଛି କହୁଥିବା ଦେଖିବାକୁ ମିଳିଥିଲା।   

Advertisment

ଏହା ଦେଖି ମଞ୍ଚ ତଳେଥିବା ସରକାରୀ ଅଧିକାରୀମାନେ ତୁରନ୍ତ ଛାତ୍ରୀ ଜଣଙ୍କୁ ମଞ୍ଚ ତଳକୁ ଆଣିବାକୁ ଉଦ୍ୟମ କରିଥିଲେ। ହେଲେ ପୁନର୍ବାର ଛାତ୍ରୀ ଜଣଙ୍କ ଫେରିଯାଇ ପାଣ୍ଡିଆନଙ୍କ ପାଖରେ ପହଞ୍ଚି କିଛି କହୁଥିଲେ। ତେବେ ପାଣ୍ଡିଆନ ତାଙ୍କ କଥା ନଶୁଣିବାରୁ ସେ ଅନୁରୋଧ କରି କିଛି କହୁଥିବାର ଲକ୍ଷ କରାଯାଇଥିଲା। ସେହି ସମୟରେ ତଳେ ଥିବା ଜଣେ ସାଦା ପୋଷାକଧାରୀ ମହିଳା ପୁଲିସ ମଞ୍ଚକୁ ଉପରକୁ ଆସିଥିଲେ ଆଉ ଜଣେ ମହିଳାଙ୍କ ସହାୟତାରେ ଛାତ୍ରୀଙ୍କୁ ଭିଡ଼ି ତଳକୁ ନେଇଯାଇ ଥିଲେ। ଗଣମାଧ୍ୟମଠାରୁ ଦୂରରେ ରଖି ସେମାନେ ସଂପୃକ୍ତ ଛାତ୍ରୀଙ୍କୁ ସେଠାରୁ ନେଇ ପଳାଇଥିଲେ। ତେବେ ଛାତ୍ରୀ ଜଣକ କ’ଣ କହିବାକୁ ଚାହୁଁଥିଲେ,ତାହା ସ୍ପଷ୍ଟ ଜଣାପଡ଼ିନାହିଁ।

Nua-O