Advertisment

ବବିଙ୍କ ଶିକ୍ଷାଗତ ଯୋଗ୍ୟତା କଣ, +2 କଳା ନା ବିଜ୍ଞାନ

ଗଣମାଧ୍ୟମକୁ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ୨୦୦୯ ନିର୍ବାଚନ ସମୟରେ ପ୍ରଣବ ପ୍ରକାଶ ଦାସ ନିଜର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ କଳା ପାସ କରିଥିବା ସତ୍ୟପାଠରେ ଲେଖିଥିଲେ। ୨୦୨୪ରେ ସେ ନିଜକୁ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ବୋଲି ଲେଖିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ସମ୍ୱଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବିଙ୍କର ଶିକ୍ଷାଗତ ଯୋଗ୍ୟତା କ’ଣ? କାରଣ ଦୁଇଟି ନିର୍ବାଚନରେ ସେ ଭିନ୍ନଭିନ୍ନ ସତ୍ୟପାଠ ଦାଖଲ କରିଛନ୍ତି। ୨୦୦୯ରେ ଦାଖଲ କରିଥିବା ସତ୍ୟପାଠରେ ବବି +୨ କଳା ପାସ୍‌ ଲେଖିଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନ ବେଳେ +୨ ବିଜ୍ଞାନ ବୋଲି ଲେଖିଛନ୍ତି। ଯାହା ହାସ୍ୟସ୍ପଦ ବୋଲି କହିଛନ୍ତି ବିଜେପି ନେତା ତଥା ବରିଷ୍ଠ ଆଇନ୍‌ଜୀବୀ ପୀତାମ୍ୱର ଆଚାର୍ଯ୍ୟ। ଏଥିସହ ସେ ନିଜର ଆୟକୁ ଲୁଚାଇଥିବା ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

Advertisment

ଗଣମାଧ୍ୟମକୁ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ୨୦୦୯ ନିର୍ବାଚନ ସମୟରେ ପ୍ରଣବ ପ୍ରକାଶ ଦାସ ନିଜର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ କଳା ପାସ କରିଥିବା ସତ୍ୟପାଠରେ ଲେଖିଥିଲେ। ୨୦୨୪ରେ ସେ ନିଜକୁ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ବୋଲି ଲେଖିଛନ୍ତି। ଅର୍ଥାତ୍ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଯୁକ୍ତ ଦୁଇ ପାସ୍‌। ଦ୍ୱିତୀୟ ଅଭିଯୋଗଟି ହେଉଛି, ଶ୍ରୀ ଦାସ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି। ଅନେକ ତଥ୍ୟ ଲୁଚାଇଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ସେ ଆହୁରି କହିଛନ୍ତି, ୨୦୧୯-୨୦ ଆର୍ଥକ ବର୍ଷ ପାଇଁ ବିବ ନିଜର ଆୟ ଜିରୋ ବୋଲି ଦର୍ଶାଇଛନ୍ତି। ସେ ବିଧାୟକ ଭାବେ ଦରମା ଓ ଅନ୍ୟାନ୍ୟ ଭତ୍ତା ପାଉଛନ୍ତି। ସତ୍ୟପାଠରେ ସେ ୪ ବର୍ଷର ଦର୍ଶାଇଥିବା ବେଳେ ଗୋଟିଏ ବର୍ଷର ଆୟ ଲୁଚାଇଛନ୍ତି। ଏହା ହେଉଛି ଏକ ଗୁରୁତର ତ୍ରୁଟି। ଏହି ଆଧାରରେ ମାନ୍ୟବର ସୁପ୍ରିମକୋର୍ଟ ଓ ହାଇକୋର୍ଟ ଅନେକ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ନିର୍ବାଚନକୁ ଖାରଜ କରିଛନ୍ତି। ଓଡ଼ିଶା ହାଇକୋର୍ଟ ସୁନ୍ଦରଗଡ଼ ପୂର୍ବତନ ବିଧାୟକ ଯୋଗେଶ ସିଂ ଓ କଟକର ପୂର୍ବତନ ବିଧାୟକଙ୍କ ନିର୍ବାଚନକୁ ଭୁଲ ସତ୍ୟପାଠ ପାଇଁ ଖାରଜ କରିଛନ୍ତି। ପ୍ରଣବଙ୍କ ମିଥ୍ୟା ସତ୍ୟପାଠ ବିରୋଧରେ ଆମର ଇଲେକସନ୍‌ ଏଜେଣ୍ଟ ଆଇନଜୀବୀ ପ୍ରଦୀପ ବହିଦାର ରିଟର୍ଣ୍ଣି ଅଫିସର ତଥା ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

Advertisment
BjD Bjp Sambalpur Pranab Prakash Das