Advertisment

BJD ଟିକେଟ ମିଳିବା କ’ଣ କହିଲେ ବର୍ଷା?

ବିଜେଡି ବର୍ଷାଙ୍କୁ ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଛି। ନିଜ ନାଁ ଘୋଷଣା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

author-image
Manoranjan Sial
Varsha Priyadarshini

Varsha Priyadarshini

ବିଜେଡି ପ୍ରକାଶ କରିଥିବା ଷଷ୍ଠ ପର୍ଯ୍ୟାୟ ତାଲିକାରେ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ବର୍ଷା ପ୍ରିୟଦର୍ଶିନୀ। ସିଏ ଏଇଥି ପାଇଁ ଚର୍ଚ୍ଚାରେ ଯେ, ଜଣେ ହେଭିୱେଟ୍‌ ଓ ଲୋକପ୍ରିୟ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଟିକେଟ୍‌ କାଟି ବିଜେଡି ସୁପ୍ରିମୋ ତାଙ୍କୁ ପ୍ରାର୍ଥୀ କରିଥିବାରୁ। ବିଜେଡି ବର୍ଷାଙ୍କୁ ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଛି। ନିଜ ନାଁ ଘୋଷଣା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Advertisment

ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା ପରେ ଆଜି ଅପରାହ୍ନରେ ବର୍ଷା କଟକ ଚଣ୍ଡୀ ମନ୍ଦିର ଯାଇଥିଲେ। ମାଆଙ୍କ ଆଶୀର୍ବାଦ ନେଇଥିଲେ। ମନ୍ଦିରରୁ ପୂଜା ସାରି ଫେରିବା ପରେ ବର୍ଷାଙ୍କୁ ନାନା ପ୍ରଶ୍ନ ପଚାରିଥିଲେ ଗଣମାଧ୍ୟମ ପ୍ରତିନିଧି। ସେ କହିଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରଙ୍କୁ କୃତଜ୍ଞତା ଜଣାଉଛି। ସାର୍‌ ମୋ ଉପରେ ଭରସା ଓ ବିଶ୍ୱାସ କରିଥିବାରୁ ଅନେକ ଅନେକ ଧନ୍ୟବାଦ ଜଣାଉଛି। ଆଉ ସାର୍‌ଙ୍କ ସମ୍ମାନ ମୁଁ ନିଶ୍ଚିତ ରଖିବି ବୋଲି ବର୍ଷା କହିଥିଲେ। ତେବେ ବଡ଼ଚଣାରୁ ଆଗ୍ରହୀ ଥିବା ପ୍ରଶ୍ନକୁ ବର୍ଷା ଏଡାଇ ଯାଇଥିଲେ। କେବଳ ପୁରୁଣା କଥାକୁ ଦୋହରାଇଥିଲେ।

ବିଜେଡି ଆଜି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ୫ ଜଣ ବିଧାୟକଙ୍କ ଟିକେଟ କଟିଛି। ତେବେ ସବୁଠାରୁ ଚର୍ଚ୍ଚାରେ ରହିଛି ବଡ଼ଚଣା ନିର୍ବାଚନମଣ୍ଡଳୀ। ୬ ଥରର ବିଧାୟକ ତଥା ଅତି ଲୋକପ୍ରିୟ ନେତା ଅମର ପ୍ରସାଦ ଶତପଥୀଙ୍କ ଟିକଟ କାଟିଦେଇଛି ବିଜେଡି। ତାଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ବିଜେଡି। ବିଜେଡିର ଏହି ଘୋଷଣା ପରେ ଅମରଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନିଜ ସମର୍ଥକଙ୍କୁ ଅମର ନିଜ ଘରେ ମେଳି କରୁଥିବା ଚର୍ଚ୍ଚା ହେଉଛି।

Advertisment
BjD Jajpur