Advertisment

ଯାଜପୁର କୁସୁମା କଟେଜ୍ କେଳେଙ୍କାରୀ ପଛର ସତ କ’ଣ ?

କ୍ରୀଡ଼ା ବିଭାଗ ସ୍ପଷ୍ଟୀକରଣରେ କହିଛି, କୁସୁମା ପୋଖରୀ କ୍ୟାମ୍ପସରେ ନିର୍ମିତ କୋଠା ପାଇଁ ବିଭାଗ ପାଣ୍ଠି ଦେଇନି କି ଏ ସଂପର୍କରେ ବିଭାଗ ନିକଟରେ କୌଣସି ସୂଚନା ନାହିଁ ବୋଲି ସ୍ପଷ୍ଟ କରିବା ପରେ ଆହୁରି ଆହୁରି ବଢ଼ିଛି ଦ୍ୱନ୍ଦ୍ୱ।

author-image
Manoranjan Sial
Jajpur

Jajpur

ଯାଜପୁର କୁସୁମା ପ୍ରକଳ୍ପ ଭିତରେ ନିର୍ମିତ ଆଲିସାନ ବଙ୍ଗଳା କାହାର? କେଉଁ ଉଦ୍ଦେଶ୍ୟ ଓ କାହା ନିର୍ଦ୍ଦେଶରେ ତିଆରି ହୋଇଥିଲା ଏଭଳି ବ୍ୟୟବହୁଳ କଟେଜ? ୧୮ଟି ଭିଭିଆଇପି ସୁଟ୍ ଥିବା ଏହି କଟେଜ ସବୁ କ୍ରୀଡ଼ା ବିଭାଗର ବୋଲି ଯାଜପୁର ପୌର ପ୍ରଶାସନ ଜୋର ଦେଇ କହିବାର କେଇ ଘଣ୍ଟା ପରେ ଶୁକ୍ରବାର କ୍ରୀଡ଼ା ବିଭାଗରୁ ଆସିଥିଲା ସ୍ପଷ୍ଟୀକରଣ।

Advertisment

କ୍ରୀଡ଼ା ବିଭାଗ ସ୍ପଷ୍ଟୀକରଣରେ କହିଛି, କୁସୁମା ପୋଖରୀ କ୍ୟାମ୍ପସରେ ନିର୍ମିତ କୋଠା ପାଇଁ ବିଭାଗ ପାଣ୍ଠି ଦେଇନି କି ଏ ସଂପର୍କରେ ବିଭାଗ ନିକଟରେ କୌଣସି ସୂଚନା ନାହିଁ ବୋଲି ସ୍ପଷ୍ଟ କରିବା ପରେ ଆହୁରି ଆହୁରି ବଢ଼ିଛି ଦ୍ୱନ୍ଦ୍ୱ। ଏହା ଭିତରେ ଆଜି ଯାଜପୁର ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ, ସାମ୍ନାକୁ ଆସି ଆଗକୁ କୁସୁମା କଟେଜକୁ ଜିଲ୍ଲା ପ୍ରଶାସନ ହାତକୁ ନେବ ବୋଲି କହିଛନ୍ତି। ଏହାସହ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ, ଏ ପ୍ରକଳ୍ପ ପୌର ପାଳିକା ଜମିରେ ଆଉ ସିଏସ୍ଆର୍ ପାଣ୍ଠିରେ ହିଁ ନିର୍ମାଣ ହୋଇଛି। କଟେଜ୍ ‘ନିର୍ମାଣ ପରେ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର ହେବା କଥା। ହେଲେ ଏଥିରେ କିଛି ଗ୍ୟାପ୍‌ ରହିଛି। ତେବେ ଏ ଗ୍ୟାପ୍ କ’ଣ? ଗ୍ୟାପ୍ ପଛର କାରଣ କ’ଣ? ଗ୍ୟାପ୍‌ ରଖିଛି କିଏ ଓ କେଉଁ ଉଦ୍ଦେଶ୍ୟରେ ରଖାଯାଇଛି? ସେ ସମ୍ପର୍କରେ କିଛି ମଧ୍ୟ କହି ନାହାନ୍ତି ଜିଲ୍ଲାପାଳ। ବରଂ ଆଗକୁ ପ୍ରକଳ୍ପର କିଭଳି ସୁପରିଚାଳନା ହେବ, ସେ ନେଇ ମତ ରଖିଛନ୍ତି ଜିଲ୍ଲାପାଳ।

ଆଗରୁ ବିଜେଡିର ତୃତୀୟ କ୍ଷମତା କେନ୍ଦ୍ର ତଥା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନ ମଣ୍ଡଳୀରେ ୨୦୧୧ରୁ ଆରମ୍ଭ ହୋଇଥିଲା ବହୁ କୋଟି ଟଙ୍କାର କୁସୁମା ପୋଖରୀ ସୌନ୍ଦର୍ଯ୍ୟକରଣ କାମ। ୨୦୧୮ ମସିହା ମାର୍ଚ୍ଚ ୨୫ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା କୁସୁମା ପ୍ରକଳ୍ପ। ତେବେ ତା’ ଭିତରେ ଦୁଇ ମହଲା ବିଶିଷ୍ଟ ୯ଟି ଆଲିସାନ କଟେଜ୍ ମଧ୍ୟ ନିର୍ମାଣ ହୋଇଥିଲା। ପରେ ଏ ଆଲିଶାନ ବଙ୍ଗଳାକୁ ସର୍ବସାଧାରଣଙ୍କୁ ବାରଣ କରାଯାଇ କେବଳ ବଡବଡିଆଙ୍କ କାମରେ ଲାଗୁଥିବା ନେଇ ଅଭିଯୋଗ ହୋଇଥିଲା।

Advertisment

ତେବେ ଏହି କଟେଜ କାହାର ଏବଂ ନିର୍ମାଣର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠିବାରୁ ୩ ଦିନ ତଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେଜିଲ୍ଲାପାଳ। ହେଲେ ଗତକାଲି ଯାଜପୁର ପୌରାଧ୍ୟକ୍ଷ ଓ ପୌର ଉପାଧ୍ୟକ୍ଷ, ଜୋର ଦେଇ ଏହାକୁ କ୍ରୀଡ଼ା ବିଭାଗର ବୋଲି ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ପରେ କିନ୍ତୁ କ୍ରୀଡ଼ା ବିଭାଗ ତା ସ୍ପଷ୍ଟୀକରଣ ରଖିବା ପରେ ଏବେ ଘଟଣାର ତଦନ୍ତ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଏବେ ପ୍ରଶ୍ନ ଉଠୁଛି ବହୁ କୋଟି ଟଙ୍କାରେ କଟେଜ୍ ନିର୍ମାଣ ପାଇଁ CSR ଫଣ୍ଡ ଖର୍ଚ୍ଚ କରିବାକୁ ଅନୁମତି କିଏ ଦେଇଥିଲା? କାହା ନିର୍ଦ୍ଦେଶରେ କୁସୁମା କଟେଜ ପାଇଁ ଡାଇଭର୍ଟ ହୋଇଥିଲା CSR ପାଣ୍ଠି? CSR ଫଣ୍ଡରେ ହୋଇଥିବାରୁ ଏହା ସର୍ବସାଧାରଣଙ୍କର କେଉଁ ହିତ ସାଧନା କରୁଥିଲା? ୨୦୨୨ ମସିହାରୁ କାର୍ଯ୍ୟକ୍ଷମ ହୋଇଥିବା ଏ ବଙ୍ଗଳାଗୁଡ଼ିକ ଏଯାଏଁ କାହା ହେପାଜତରେ ଥିଲା? ଯଦି CSR ଫଣ୍ଡରେ କଟେଜ୍ ହୋଇଥିଲା, ତେବେ ଜିଲ୍ଲା ପ୍ରଶାସନ ଆଜି ଯାଏଁ ନିଜ ଅଧିନକୁ ନେଇନଥିଲା କାହିଁକି? ଜିଲ୍ଲା ପ୍ରଶାସନ ଏବେ ଏ କଟେଜକୁ ଅଧିନକୁ କାହାଠୁ ନେବ, ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି।

BjD Bjp Jajpur Pranab Prakash Das