`ଅନ୍ୟ ଦଳରୁ ଧାର ଆଣି ଆମେ ଭୁଲ କରିଛୁ’ | Odisha Reporter
ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର କହିଛନ୍ତି, ବିଭିନ୍ନ ସ୍ଥାନରେ ଏବେ ନେତାମାନେ ଆଶା ଛାଡ଼ି ଅନ୍ୟ ଦଳକୁ ପଳାଉଛନ୍ତି। ତାଙ୍କ ସହିତ ଦଳର ସଂପର୍କ ରହୁ ନାହିଁ। ଏବେ ତଟକା ତଟକା କିଛି ବ୍ଲକର ଚେୟାରମ୍ୟାନ ମାନେ ସଦଳେବଳେ ଛାଡ଼ି ପଳାଇଲେ ଓ ବିଜେପିରେ ମିଶିଗଲେ। ଏହା ଦ୍ୱାରା ଦଳର କ୍ଷତି ହେଉଛି। ଏହା ଭଲ ପରମ୍ପରା ନୁହେଁ। ଆମ ଦଳ ଅତୀତରେ କିଛି ଭୁଲ କରିଛି। ସେ ଦଳରେ ଟିକେଟ ପାଇଥିବା କିଛି ବିଧାୟକ ପ୍ରାର୍ଥୀଙ୍କୁ ଆଣି ଆମ ଦଳ ଟିକେଟ ଦେଇଥିଲା। ସେମାନେ ବର୍ତ୍ତମାନ ଆମ ସାଂସଦମାନଙ୍କୁ ନେଇ ଯାଉଛନ୍ତି। ଏହା ଉଭୟ ଦଳ ପାଇଁ କ୍ଷତିକାରକ। ଆମେ ଯଦି କରିଛୁ, ତାହା ଭୁଲ୍। ସେମାନେ (ବିଜେପି) ଏବେ ଯଦି କରୁଛନ୍ତି, ତା’ହେଲେ ଭୁଲ କରୁଛନ୍ତି। ଏହା ସେମାନଙ୍କ ପାଇଁ ବୁମେରାଂ କରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us