ଯାଜପୁର ଜିଲ୍ଲା ଥିଲା ବିଜେଡିର ଗଡ଼। ଗତ 2019 ସାଧାରଣ ନିର୍ବାଚନରେ ସାତରୁ ସାତ ବିଧାନସଭା ସହ ଲୋକସଭା ଆସନ ହାତେଇଥିଲା ବିଜେଡି। ଯାଜପୁର ଜିଲ୍ଲାର ଟାଣୁଆ ସଂଗଠକଙ୍କ କଥା ଆସିଲେ, ସାମ୍ନାକୁ ଆସେ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ନାଁ । କେବଳ ବବି ନୁହଁନ୍ତି, ପ୍ରୀତିରଞ୍ଜନ ଘଡାଇ ଏବଂ ପାଓ୍ବାର କରିଡ଼ର ପାଖ ଲୋକ କୁହାଯାଉଥିବା ପ୍ରଣବ ବଳବନ୍ତରାୟଙ୍କ ନାଁ ମଧ୍ୟ ସାମ୍ନାକୁ ଆସେ। ତେବେ ଏବେ କ’ଣ ହେବ। ହାରି ଯାଇଛନ୍ତି ଏସବୁ ଟାଣୁଆ ନେତା।