Advertisment

ଦୁର୍ବଳ ହାତକୁ କ’ଣ କରିଦେବେ ସବଳ ?

ଦୀର୍ଘ ୨୪ବର୍ଷ ଧରି ଓଡ଼ିଶାରେ କ୍ଷମତା ରାଜନୀତିରେ ପ୍ରତ୍ୟାଖ୍ୟାତ କଂଗ୍ରେସ କ୍ରମାଗତ ଭାବେ ରାଜ୍ୟରେ ନିଜର ସାଂଗଠନିକ ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଥିବାବେଳେ ଦଳକୁ ‘ଜୀବନ୍ୟାସ’ ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ କଂଗ୍ରେସରେ ଯୋଗଦାନ ‘ପ୍ରଦେଶ କଂଗ୍ରେସରେ ସମ୍ଭାବନାର ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି। ଦୀର୍ଘ ୪୦ବର୍ଷର ପ୍ରଶାସନିକ କ୍ୟାରିୟରରେ ରାଜ୍ୟ ରାଜନୀତିକୁ ଅତି ପାଖରୁ ଦେଖିଥିବା ଅବସରପ୍ରାପ୍ତ ଆଇଏଏସ୍ ବିଜୟ କୁମାର ପଟ୍ଟନାୟକ, ରାଜ୍ୟରେ ବିଜେଡି ଓ ବିଜେପିର ମେଂଟ ସରକାରବେଳେ ୨୦୦୪-୧୦ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ସଚିବ ଓ ପରେ ୨୦୧୦-୧୩ ପର୍ଯ୍ୟନ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିଥିବା ଶ୍ରୀ ପଟ୍ଟନାୟକଙ୍କ କଂଗ୍ରେସରେ ମିଶ୍ରଣ ରାଜ୍ୟ ରାଜନୀତିକୁ ଉଷ୍ମ କରିଦେଇଛି।

author-image
Manoj Swain

ଦୀର୍ଘ ୨୪ବର୍ଷ ଧରି ଓଡ଼ିଶାରେ କ୍ଷମତା ରାଜନୀତିରେ ପ୍ରତ୍ୟାଖ୍ୟାତ କଂଗ୍ରେସ କ୍ରମାଗତ ଭାବେ ରାଜ୍ୟରେ ନିଜର ସାଂଗଠନିକ ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଥିବାବେଳେ ଦଳକୁ ‘ଜୀବନ୍ୟାସ’ ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ କଂଗ୍ରେସରେ ଯୋଗଦାନ ‘ପ୍ରଦେଶ କଂଗ୍ରେସରେ ସମ୍ଭାବନାର ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି। ଦୀର୍ଘ ୪୦ବର୍ଷର ପ୍ରଶାସନିକ କ୍ୟାରିୟରରେ ରାଜ୍ୟ ରାଜନୀତିକୁ ଅତି ପାଖରୁ ଦେଖିଥିବା ଅବସରପ୍ରାପ୍ତ ଆଇଏଏସ୍ ବିଜୟ କୁମାର ପଟ୍ଟନାୟକ, ରାଜ୍ୟରେ ବିଜେଡି ଓ ବିଜେପିର ମେଂଟ ସରକାର ଥିବାବେଳେ ୨୦୦୪-୧୦ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ସଚିବ ଓ ପରେ ୨୦୧୦-୧୩ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିଥିବା ଶ୍ରୀ ପଟ୍ଟନାୟକଙ୍କ କଂଗ୍ରେସରେ ମିଶ୍ରଣ ରାଜ୍ୟ ରାଜନୀତିକୁ ଉଷ୍ମ କରିଦେଇଛି। 

Advertisment
Odisha Congress Politics Bijaya Patnaik