Advertisment

କେବେ ନବୀନ ବାବୁଙ୍କ ସହ କଥା ହୋଇଥିଲେ? ଭର୍ତ୍ତୃହରି କହିଲେ- ଡାଏରୀ ଖୋଜିବାକୁ ପଡ଼ିବ

‘ଦୁର୍ନୀତି ଓ ବ୍ୟକ୍ତିଗତ ସମ୍ପତି ଆହରଣ ବିରୋଧରେ ଲଢ଼ିବା ପାଇଁ ବିଜେଡି ତିଆରି ହୋଇଥିଲା। ଓଡ଼ିଶାବାସୀ ମଧ୍ୟ ବିଜେଡିକୁ ବାରମ୍ୱାର ସମର୍ଥନ ଦେଇଛନ୍ତି।’

ଅଦ୍ୟତନ ହୋଇଛି
Bhartruhari Mahtab

BJD

Advertisment

ଶେଷ ଥର ପାଇଁ କେବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ? ଗଣମାଧ୍ୟମ ପ୍ରତିନିଧିଙ୍କ ଏପରି ପ୍ରଶ୍ନରେ ସ୍ମିତ ହାସ୍ୟ ଦେଇଥିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଆଉ କହିଥିଲେ, ଡାଏରୀ ଖୋଜିବାକୁ ପଡ଼ିବ??

Advertisment

ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ଭର୍ତ୍ତୃହରି। ସେ ନିଜର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ବିଜେଡିରୁ ଇସ୍ତଫା ଦେବା ପରେ ସେ କହିଛନ୍ତି, ୧୭ତମ ଲୋକସଭାର କାର୍ଯ୍ୟକାଳ ସରିଯାଇଛି। ସାଂସଦ ଭାବେ ଓ ବିଜେଡି ପ୍ରତିନିଧି ଭାବେ ନିଜର କର୍ତ୍ତବ୍ୟ ଠିକ୍‌ ଭାବେ କରିଛି ବୋଲି ଭାବୁଛି। କଟକ ଲୋକସଭା ନିର୍ବାଚନମଣ୍ଡଳୀରେ ଯେତେ ପ୍ରକାର କାର୍ଯ୍ୟରେ ସାମିଲ ହେବା କଥା ହୋଇଛି। ଅନ୍ତିମ ପର୍ଯ୍ୟାୟରେ ଯେତେବେଳେ ନିର୍ବାଚନ ଘୋଷଣା ହୋଇଗଲାଣି, ସେତେବେଳେ ବିଜେଡିଠାରୁ ନିଜକୁ ଦୂରେଇ ନେଉଛି। ତେବେ ଏଠି ପ୍ରଶ୍ନ ହେଉଛି କାହିଁକି? ଏହାର ସଂକ୍ଷିପ୍ତ ଉତ୍ତର ହେଉଛି, ବିଜେଡିରେ ବହୁ ପରିବର୍ତ୍ତନ ହୋଇଯାଇଛି। ଦୁର୍ନୀତି ଓ ବ୍ୟକ୍ତିଗତ ସମ୍ପତି ଆହରଣ ବିରୋଧରେ ଲଢ଼ିବା ପାଇଁ ବିଜେଡି ତିଆରି ହୋଇଥିଲା। ଓଡ଼ିଶାବାସୀ ମଧ୍ୟ ବିଜେଡିକୁ ବାରମ୍ୱାର ସମର୍ଥନ ଦେଇଛନ୍ତି। ଗତ କିଛି ବର୍ଷ ହେଲା ଦଳ ଯେଉଁଭଳି ପରିଚାଳିତ ହେଉଛି, ତାହାର ସଂଶୋଧନ ପାଇଁ ବହୁବାର ଉଦ୍ୟମ କରିଛି ଓ କହିଛି। କିନ୍ତୁ ସେଥିରେ କିଛି ସୁଫଳ ମିଳିଲା ନାହିଁ। ତେଣୁ ପୁନର୍ବାର ଯେତେବେଳେ ନିର୍ବାଚନ ଆସିବାକୁ ଯାଉଛି, ମୁଁ ଭାବୁଛି ଦଳଠାରୁ ଦୂରେଇ ଗଲେ ଅଧିକ ପ୍ରଖର ଭାବେ କାର୍ଯ୍ୟ କରିପାରିବି। ମୁଁ ଯେତେବେଳେ ବନ୍ଧନରେ ରହିଯାଉଥିଲି, ସେତେବେଳେ ମୋର ଅନୁଭବକୁ ପ୍ରକାଶ କରିବା ପାଇଁ ବାଧା ଦିଆଯାଉଥିଲା। ଯଦି କିଛି କହିଲି, ତାକୁ କଦର୍ଥ କରି ସମାଲୋଚନା କରାଯାଉଥିଲା। ଭଲ ହେବ ଯଦି ମୁଁ ଦଳଠାରୁ ଦୂରେଇ ଯିବି। ସେଥିପାଇଁ ବିଜେଡିରୁ ଇସ୍ତଫା ଦେଲି ବୋଲି ଶ୍ରୀ ମହତାବ କହିଛନ୍ତି।

ନିଜ ନାଁରେ ଚାର୍ଜଫ୍ରେମ୍‌ ନେଇ ଶ୍ରୀ ମହତାବ କହିଛନ୍ତି, ରାଜ୍ୟରେ ବିଜେଡି ଶାସନ ଚାଲିଛି। ମୋକଦ୍ଦମା କରିଛି ବିଜେଡି ସରକାର। ତାହା ପୁଣି ବିଜେଡି ସାଂସଦ ବିରୋଧରେ ଓ ୧୩ ବର୍ଷ ପରେ। ଏତେ ପରେ କ’ଣ ସବୁ କଥା ବୁଝାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।

Advertisment

ବିଜେପିରେ ମିଶିବା ପ୍ରଶ୍ନରେ ଭର୍ତ୍ତୃହରି ମହତାବ କହିଛନ୍ତି, ଜଣେ ବନ୍ଧୁ ହିସାବରେ ପଚାରୁଛି ମୋତେ କ’ଣ କରିବା ଦରକାର? ବିଜେପିରେ ମିଶିବା କଥା ବର୍ତ୍ତମାନ ସୁଦ୍ଧା ଚିନ୍ତା କରିନାହିଁ। ଆଜି ବିଜେଡିରୁ ଇସ୍ତଫା ଦେଇଛି। ଆଗକୁ କ’ଣ କରିବି ସମୟ କହିବ ବୋଲି ଭର୍ତ୍ତୃହରି କହିଛନ୍ତି।

BjD Cuttack Bhartruhari Mahtab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe