Advertisment

ଶିବରାଜ ସିଂହ ଚୌହାନଙ୍କ ଦାବି: ବିଶ୍ୱକପରେ ଭାରତ ହାରିବା ପରେ ଖୁସି ହୋଇଥିଲେ ରାହୁଲ ଓ ପ୍ରିୟଙ୍କା

ରାଜସ୍ଥାନରେ ଆୟୋଜିତ ଗୋଟିଏ ନିର୍ବାଚନ ରାଲିରେ ଶିବରାଜ ସିଂହ କହିଛନ୍ତି ଯେ ବିଜେପି ୫ମ ଥର ପାଇଁ ମଧ୍ୟପ୍ରଦେଶରେ କ୍ଷମତା ଦଖଲ କରିବେ। ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ବିଦା ହେବ।

BJP

BJP

Advertisment

ଭାରତ ବିଶ୍ୱକପ ଫାଇନାଲ ହାରିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଏହିକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବଡ଼ ଦାବି କରିଛନ୍ତି। ଭାରତ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଖୁସି ହୋଇଥିଲେ ବୋଲି ଶିବରାଜ ସିଂହ କହିଛନ୍ତି।

Advertisment

ରାଜସ୍ଥାନରେ ଆୟୋଜିତ ଗୋଟିଏ ନିର୍ବାଚନ ରାଲିରେ ଶିବରାଜ ସିଂହ କହିଛନ୍ତି ଯେ ବିଜେପି ୫ମ ଥର ପାଇଁ ମଧ୍ୟପ୍ରଦେଶରେ କ୍ଷମତା ଦଖଲ କରିବେ। ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ବିଦା ହେବ। ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟାର୍ଗେଟ କରି ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ। ଭାରତୀୟ ଟିମର ବିଜୟ ପାଇଁ ପୂରା ଦେଶ ପ୍ରାର୍ଥନା କରୁଥିଲା। କିନ୍ତୁ ଦଳ ଯେତେବେଳେ ହାରିଗଲା ଲୋକଙ୍କ ଆଖିରେ ଲୁହ ଚାଲି ଆସିଥିଲା।

କିନ୍ତୁ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭାରତୀୟ ଟିମର ପରାଜୟରେ ଖୁସି ହୋଇଥିଲେ। ଏହା ଦେଶଦ୍ରୋହ। କଂଗ୍ରେସ କେବଳ ଦେଶକୁ ବର୍ବାଦ କରିବାକୁ ଆସିଛି। ଗେହଲଟ(ରାଜସ୍ଥାନ ମୁଖ୍ୟମନ୍ତ୍ରୀ) ଦୁର୍ନୀତିଗ୍ରସ୍ତ। ସେ ରାଜସ୍ଥାନକୁ ଦୁର୍ନୀତିରେ ୧ନଂ କରିଛନ୍ତି।”

Advertisment

ଶିବରାଜ ଆହୁରି କହିଛନ୍ତି, “ରାହୁଲ ଗାନ୍ଧି କେବଳ କଂଗ୍ରେସ ପାଇଁ ନୁହେଁ, ପୂରା ଦେଶ ପାଇଁ ଗୋଟିଏ ସମସ୍ୟା। ସେ ଯେତେବେଳେ ସାଧାରଣ ସଭାରେ ଭାଷଣ ଦେଉଛନ୍ତି ସେତେବେଳେ ସେ କ’ଣ କହୁଛନ୍ତି, ସେକଥା ନିଜେ ମଧ୍ୟ ଜାଣିପାରୁ ନାହାନ୍ତି। ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଉଭୟ ମିଛ କହୁଛନ୍ତି।

ସେମାନେ ରାଜସ୍ଥାନରେ ଚାଷୀଙ୍କ ଋଣ ଛାଡ଼ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେମିତି କିଛି ବି କରି ନହାନ୍ତି। ମଧ୍ୟପ୍ରଦେଶରେ ରାହୁଲ ଗାନ୍ଧି କହିଥିଲେ ଯେ ଯଦି ୧୦ ଦିନ ଭିତରେ ଚାଷୀଙ୍କ ଋଣ ମାଫ ନ କରାଯିବ, ତା’ହେଲେ ମୁଖ୍ୟମନ୍ତ୍ରୀ ବଦଳି ଯିବେ। କିନ୍ତୁ ଲୋକମାନେ କଂଗ୍ରେସ ସରକାରକୁ ବଦଳାଇ ଦେଲେ।

କଂଗ୍ରେସ କେବଳ ମିଛ ଗ୍ୟାରେଣ୍ଟୀ ଦେଇ ଜାଣେ। ଯଦି କେହି ସତ ଗ୍ୟାରେଣ୍ଟୀ ଦେଉଛନ୍ତି ସେମାନେ ହେଲେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିସେମ୍ବର ୩ରେ କଂଗ୍ରେସ ରାଜସ୍ଥାନରୁ ହଟିବ ଓ ବିଜେପି ପୂର୍ଣ୍ଣସଂଖ୍ୟା ଗରିଷ୍ଠତାର ସହ କ୍ଷମତାକୁ ଆସିବ।”

ଆସନ୍ତାକାଲି ରାଜସ୍ଥାନର ସମସ୍ତ ୨୦୦ ବିଧାନସଭା ଆସନ ପାଇଁ ଭୋଟ ହେବ। ଡିସେମ୍ବର ୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Bjp Congress Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe