Advertisment

ଲକ୍ଷ୍ମଣ ଦେଲେ ପରିଚୟ, ନବୀନ କହିଲେ- ‘ଓଃ ୟୁ ଡିଫିଟେଡ୍‌ ମି’; ଦେଖନ୍ତୁ ଭିଡିଓ

କଣ୍ଟାବାଞ୍ଜିରେ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି ଲକ୍ଷ୍ମଣ ବାଗ।

ଅଦ୍ୟତନ ହୋଇଛି
Laxman Bag and Naveen

Laxman Bag and Naveen

Advertisment

ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ। ଆଜି ଓ ଆସନ୍ତାକାଲି ନବନିର୍ବାଚିତ ବିଧାୟକମାନେ ଶପଥ ନେବେ। ଗୁରୁବାର ଅର୍ଥାତ୍ ଜୁନ୍ ୨୦ରେ ହେବ ବାଚସ୍ପତି ନିର୍ବାଚନ।

Advertisment

ବିଧାନସଭାର ଏହି ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ଆଜି ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ। ଶପଥ ନେବାକୁ ବିଧାନସଭାକୁ ଆସିଥିଲେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଶପଥ ନେବା ପରେ ବିଧାୟକ ପ୍ରତାପ କେଶରୀ ଦେବଙ୍କ ସହିତ ନିଜ ଆସନ ଆଡ଼କୁ ଯାଉଥିଲେ। ଏହି ସମୟରେ କଣ୍ଟାବାଞ୍ଜିର ବିଜେପି ବିଧାୟକ ଲକ୍ଷ୍ମଣ ବାଗ ନିଜ ଆସନରୁ ଉଠିପଡ଼ି ତାଙ୍କୁ ନମସ୍କାର କରିବା ସହିତ ନିଜ ପରିଚୟ ଦେଇଥିଲେ। ପରିଚୟ ପାଇ ଲକ୍ଷ୍ମଣ ବାଗଙ୍କୁ ନବୀନ ଶୁଭେଚ୍ଛା ଜଣାଇବା ସହିତ ‘ଓଃ ୟୁ ଡିଫିଟେଡ୍‌ ମି’ (ଆପଣ ମୋତେ ପରାସ୍ତ କରିଥିଲେ) ବୋଲି କହିଥିଲେ। ଫଳରେ ଗୃହରେ ହାଲକା ହାସ୍ୟରୋଳ ସୃଷ୍ଟି ହୋଇଥିଲା।

ନବୀନ ପଟ୍ଟନାୟକ ଏଥର ନିର୍ବାଚନରେ ହିଞ୍ଜିଳି ସହିତ କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ହିଞ୍ଜିଳିରୁ ନବୀନ ମାତ୍ର ୪ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିବା ବେଳେ କଣ୍ଟାବାଞ୍ଜିରେ ସେ ପରାସ୍ତ ହୋଇଥିଲେ। ଏହା ହେଉଛି ନବୀନଙ୍କ ପ୍ରଥମ ପରାଜୟ। ତାଙ୍କୁ ହରାଇଥିଲେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ। ନବୀନ ତାଙ୍କଠାରୁ ୧୬ ହଜାର ୩୪୪ ଖଣ୍ଡ ଭୋଟରେ ହାରିଥିଲେ। ଲକ୍ଷ୍ମଣଙ୍କୁ ୯୦ ହଜାର ୮୭୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ନବୀନଙ୍କୁ ୭୪ ହଜାର ୫୩୨ ଖଣ୍ଡ ଭୋଟ୍ ମିଳିଥିଲା।  

Advertisment

ସରକାର ବଦଳିବା ପରେ ନବୀନ ପଟ୍ଟନାୟକଙ୍କ ଆସନ ବଦଳି ଯାଇଛି। ସେ ଆଜି ହିଞ୍ଜିଳିର ବିଧାୟକ ଭାବେ ଶପଥ ନେଇଥିଲେ। ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କୁ ଶପଥପାଠ କରାଇଥିଲେ।   

Naveen Patnaik Laxman Bag
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe