Advertisment

ସଂସଦର ସୁରକ୍ଷା ତ୍ରୁଟି ବେଳେ ବିଜେପିର ସାଂସଦମାନେ ଦୌଡ଼ି ପଳାଇଥିଲେ: ରାହୁଲ ଗାନ୍ଧି

ଯେତେବେଳେ ଦୁଇ ଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଲୋକସଭା ଚ୍ୟାମ୍ବରକୁ ଡେଇଁଥିଲେ ସେତେବେଳେ ଗୃହରେ ଉପସ୍ଥିତ ଥିବା ବିଜେପିର ସାଂସଦମାନେ ଦୌଡ଼ି ପଳାଇଥିଲେ ବୋଲି ରାହୁଲ କହିଛନ୍ତି।

author-image
Hemant Lenka
Rahul Gandhi

Rahul Gandhi

ଡିସେମ୍ବର ୧୩ ତାରିଖରେ ସଂସଦରେ ହୋଇଥିବା ସୁରକ୍ଷା ତ୍ରୁଟି ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଲୋକସଭା ଭିତରେ ଉପସ୍ଥିତ ଥିଲେ। ଏବେ ସେ ଘଟଣା ବେଳେ କ’ଣ ସବୁ ଘଟିଥିଲା, ସେକଥା ସାର୍ବଜନୀନ କରିଛନ୍ତି।

Advertisment

ଯେତେବେଳେ ଦୁଇ ଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଲୋକସଭା ଚ୍ୟାମ୍ବରକୁ ଡେଇଁଥିଲେ ସେତେବେଳେ ଗୃହରେ ଉପସ୍ଥିତ ଥିବା ବିଜେପିର ସାଂସଦମାନେ ଦୌଡ଼ି ପଳାଇଥିଲେ ବୋଲି ରାହୁଲ କହିଛନ୍ତି।

ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ଶତାଧିକ ସାଂସଦଙ୍କ ନିଲମ୍ବନ ପ୍ରତିବାଦରେ ଆଜି ଯନ୍ତରମନ୍ତର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏଥିରେ ଯୋଗ ଦେଇ ରାହୁଲ ଗାନ୍ଧି କହିଛନ୍ତି ଯେ କିଛି ଯୁବକ ସଂସଦରେ ପ୍ରବେଶ କରିବା ସହ ଧୂଆଁ ମାଡ଼ କରିଥିଲେ। ଏହା ଦେଖି ବିଜେପି ସାଂସଦମାନେ ଦୌଡ଼ି ଥିଲେ। ସେମାନଙ୍କର ଧୂଆଁ ବାହାରି ଯାଇଥିଲା ବା ସେମାନେ ଭୟରେ ଥରିବାକୁ ଲାଗିଥିଲେ ବୋଲି ରାହୁଲ କହିଛନ୍ତି।

Advertisment

ରାହୁଲ ଗାନ୍ଧି ଆହୁରି କହିଛି ଯେ ଡିସେମ୍ବର ୧୩ରେ ସଂସଦରେ ହୋଇଥିବା ସୁରକ୍ଷା ତ୍ରୁଟି ପଛର କାରଣ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସେମାନେ କାହିଁକି ଏତେ ବଡ଼ ପଦକ୍ଷେପ ନେଲେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, “ଏହି ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। କିନ୍ତୁ ସେମାନେ କାହିଁକି ଏମିତି ପ୍ରତିବାଦ କଲେ? ଏହାର ଉତ୍ତର ହେଉଛି ଦେଶରେ ଜାରି ରହିଥିବା ବେକାରୀ ସମସ୍ୟା।

ଏବେର ଗଣମାଧ୍ୟମ ଦେଶରେ ଜାରି ରହିଥିବା ବେକାରୀ ସମସ୍ୟା ସମ୍ପର୍କରେ କିଛି କହୁ ନାହିଁ। କିନ୍ତୁ ନିଲମ୍ବିତ ସାଂସଦମାନେ ସଂସଦ ବାହାରେ ବିକ୍ଷୋଭ କରୁଥିବା ବେଳେ ରାହୁଲ ଗାନ୍ଧି ଭିଡିଓ ରେକର୍ଡିଂ କରିଥିଲେ ବୋଲି ଗଣମାଧ୍ୟମ କହୁଛି।”

ଗଣତନ୍ତ୍ରର ସୁରକ୍ଷା ନାରା ଦେଇ ଆଜି ସକାଳୁ ଇଣ୍ଡିଆ ମେଣ୍ଟର ନେତାମାନେ ଯନ୍ତରମନ୍ତରରେ ବିକ୍ଷୋଭ କରୁଛନ୍ତି। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ଏନସିପି ସୁପ୍ରିମୋ ଶରଦ ପାୱାର, ସିପିଆଇଏମର ସୀତାରାମ ୟେଚୁରୀଙ୍କ ଭଳି ବରିଷ୍ଠ ନେତାମାନେ ଏଥିରେ ଯୋଗ ଦେଇଛନ୍ତି। ଶୀତ ଅଧିବେଶନ ବେଳେ ବିରୋଧୀ ମେଣ୍ଟର ୧୪୬ ଜଣ ସାଂସଦଙ୍କୁ ଉଭୟ ଲୋକସଭା ଓ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିବାରୁ ଏହାକୁ ସମସ୍ତେ ବିରୋଧ କରୁଛନ୍ତି।

Congress Rahul Gandhi