Advertisment

ବିଜେପି ସରକାରକୁ ଆସିଲେ ଭତ୍ତା ୩ ହଜାର

ବିଜେପି କ୍ଷମତାକୁ ଆସିଲେ ଭତ୍ତା ୫ ଶହରୁ ୩ ହଜାରକୁ ବୃଦ୍ଧି ହେବ

lekhashree samantsinghar

lekhashree samantsinghar

Advertisment

ବିଜେପି ସରକାରକୁ ଆସିଲେ ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କା ପ୍ରଦାନ କରାଯିବ। ଗତକାଲି ରାଜ୍ୟ ସରକାରଙ୍କ ଭତ୍ତା ବୃଦ୍ଧି ଘୋଷଣାକୁ ଲଲିପପ କହିଛି ବିଜେପି।

Advertisment

ଦଳର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ୫ ବର୍ଷ ଲୋକେ ଛଟପଟ ହୁଅନ୍ତି କିନ୍ତି ନିର୍ବାଚନର ମାସେ ୧୫ ଦିନ ପୂର୍ବରୁ ସରକାର ଘୋଷଣା କରନ୍ତି। ଏହା ନବୀନ ସରକାରଙ୍କର କାର୍ଯ୍ୟପଦ୍ଧତି। ଏମାନଙ୍କ କୌଣସି ଆନ୍ତରିକତା ନାହିଁ।

ବିଜେପି କ୍ଷମତାକୁ ଆସିଲେ ଭତ୍ତା ୫ ଶହରୁ ୩ ହଜାରକୁ ବୃଦ୍ଧି ହେବ। ସେପଟେ କଂଗ୍ରେସ ମଧ୍ୟ ଭତ୍ତା ବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛି। ପିସିସି ସଭାପତି କହିଛନ୍ତି ଦଳ ସରକାରକୁ ଆସିଲେ ଆମେ ଭତ୍ତା ବୃଦ୍ଧି କରିବୁ। ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ। 

Advertisment
Bjp BjD Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe