Advertisment

ଦେଖା ମିଳୁନାହାନ୍ତି ପାଣ୍ଡିଆନ; ସନ୍ନ୍ୟାସ ନେଲେ କି?

ବିଜେଡିର ପରାଜୟ ପରେ ବିଜେଡିର କିଛି ନେତା ପାଣ୍ଡିଆନଙ୍କ ଉପରେ ବର୍ଷିବା ଆରମ୍ଭ କରିଦେଲେଣି।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

V.K Pandian

ବିଜେଡି ଦୁର୍ଗ ଭୁଷୁଡିବା ପରେ ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭି.କେ ପାଣ୍ଡିଆନଙ୍କର ଆଉ ଦେଖା ମିଳୁନି। ନିର୍ବାଚନୀ ଫଳାଫଳ ବାହାରିବା ପରଠୁ ପାଣ୍ଡିଆନ ଅଦୃଶ୍ୟ ହୋଇଯାଇଛନ୍ତି। ବିଜେଡିର ଶୋଚନୀୟ ପରାଜୟ ପରେ ପାଣ୍ଡିଆନଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳୁନି। କିମ୍ବା ନିର୍ବାଚନ ଫଳାଫଳକୁ ନେଇ କୌଣସି ପ୍ରତିକ୍ରିୟା ମଧ୍ୟ ତାଙ୍କ ତରଫରୁ ଜାରି ହୋଇ ନାହିଁ।

Advertisment

ଦଳର ଏଭଳି ବିପର୍ଯ୍ୟୟ ପରେ ବିଜେଡି ନେତାମାନେ ଆଜି ସକାଳେ ନବୀନ ନିବାସ ଯାଇଥିବା ଜଣାଯାଇଛି। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଦେବୀ ମିଶ୍ର, ଅରୁଣ ସାହୁ ପ୍ରମୁଖ ନବୀନ ନିବାସ ଯାଇଥିଲେ। ସେଠାରେ ନବୀନଙ୍କ ସହ କ’ଣ ଆଲୋଚନା କଲେ ତାହା ଜଣାପଡ଼ିନାହିଁ। କିନ୍ତୁ କ୍ୟାମେରା ଆଗରେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳି ନ ଥିଲା।

ପାଣ୍ଡିଆନ ନବୀନ ନିବାସରେ ଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି। ସବୁବେଳେ ନବୀନଙ୍କ ଛାଇଭଳି ରହୁଥିବା ପାଣ୍ଡିଆନଙ୍କୁ ଆଜି ନବୀନଙ୍କ ସାଙ୍ଗରେ ଦେଖିବାକୁ ମିଳିନଥିଲା। ନବୀନ ଏକା ରାଜଭବନ ଯାଇ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ନବୀନଙ୍କ ଇସ୍ତଫା ସହ ଆଜି ଓଡ଼ିଶାରେ ତାଙ୍କର ୨୪ ବର୍ଷ ୩ମାସ ଶାସନର ପରିସମାପ୍ତି ଘଟିଛି।

Advertisment

ଏଥିପାଇଁ ସାଧାରଣରେ ପାଣ୍ଡିଆନ କୁଆଡେ ଗଲେ ବୋଲି ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇ ଗଲେ କି ବୋଲି ଆଲୋଚନା ହେଉଛି।

ବିଜେଡି ଯଦି ଓଡ଼ିଶାରେ ଷଷ୍ଠ ଥର କ୍ଷମତାକୁ ନ ଆସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ନିର୍ବାଚନ ପ୍ରଚାର ସମୟରେ ବିଜେପିକୁ ଚ୍ୟାଲେଞ୍ଜ କରିଥିଲେ ପାଣ୍ଡିଆନ। ଏବେ ବିଜେଡିର ଶୋଚନୀୟ ପରାଜୟ ପରେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେବେ ନା ଦଳର ସୁପ୍ରିମୋ ତାଙ୍କୁ କେଉଁ ଭୂମିକାରେ ରଖିବେ ତା’ଉପରେ ସମସ୍ତଙ୍କ ନଜର ରହିଛି।

ନିର୍ବାଚନ ପ୍ରଚାର ସମୟରେ ବିରୋଧଙ୍କର ପ୍ରତି ମନ୍ତବ୍ୟର କାଉଣ୍ଟର କରୁଥିଲେ ପାଣ୍ଡିଆନ। ଏହାସହ ଗଣମାଧ୍ୟମ ସାମ୍ନାକୁ ଆସି ପ୍ରତିଦିନ ସରକାର ଗଢ଼ିବା ନେଇ ଦମ୍ଭୋକ୍ତି ଦେଖାଉଥିଲେ। ହେଲେ ଫଳାଫଳ ବାହାରିବା ପରେ ପାଣ୍ଡିଆନଙ୍କର ଦେଖା ମିଳୁନାହିଁ। ଯଦି ବିଜେଡି ବିଜୟ ଲାଭ କରିଥାନ୍ତା ତାର ଶ୍ରେୟ ପାଣ୍ଡିଆନ ନେଇଥାନ୍ତେ। ହେଲେ ବିଜେଡିର ଶୋଚନୀୟ ପରାଜୟ ପରେ କୁଆଡେ ଗଲେ ବିଜେଡିର ଷ୍ଟାର ପ୍ରଚାରକ ପାଣ୍ଡିଆନ? କାହିଁକି ଗଣମାଧ୍ୟମ ସାମ୍ନାକୁ ଆସୁ ନାହାନ୍ତି? ବିଜେଡିର ପରାଜୟ ପରେ ପାଣ୍ଡିଆନଙ୍କ ରାଜନୀତିକ ଭବିଷ୍ୟତ କ’ଣ ହେବ? ବିଜେଡି ଦଳରେ ତାଙ୍କର ଭୂମିକା କ’ଣ ରହିବ ? ବିଜେଡିର ପରାଜୟ ପାଇଁ କାହିଁକି ତାଙ୍କୁ ସମସ୍ତେ ଦାୟୀ କରୁଛନ୍ତି? ଏହାକୁ ନେଇ ନାନା ଚର୍ଚ୍ଚା ଜୋର ଧରିଛି। ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେବେ ନା ଆଉ କିଛି ଯୋଜନା କରୁଛନ୍ତି ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ବିଜେଡିର ପରାଜୟ ପରେ ବିଜେଡିର କିଛି ନେତା ପାଣ୍ଡିଆନଙ୍କ ଉପରେ ବର୍ଷିବା ଆରମ୍ଭ କରିଦେଲେଣି। ପାଣ୍ଡିଆନ କିଏ ଆମେ ଜାଣିନୁ, ନବୀନ ପଟ୍ଟନାୟକଙ୍କୁ ଆମର ନେତା ବୋଲି କହିଛନ୍ତି। ଏତେସବୁ ପରେ ବି ପାଣ୍ଡିଆନଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। ଆଇଏଏସ ଚାକିରି ଛାଡ଼ି କିଛି ମାସ ପୂର୍ବରୁ ପାଣ୍ଡିଆନ ରାଜନୀତିରେ ଯୋଗ ଦେଇଥିଲେ।

BjD Election Results Loksabha Election 2024 Odisha Assembly Election 2024