Advertisment

ପରାଜୟ ପରେ କେଉଁଠି ଅଛନ୍ତି ଅରବିନ୍ଦ କେଜ୍ରିୱାଲ?

ଦିଲ୍ଲୀ ବିଧାନସଭା ଆରମ୍ଭ ହେବା କ୍ଷଣି ସିଏଜି ରିପୋର୍ଟ ଗୃହରେ ଉପସ୍ଥାପନ ହୋଇଛି। ଏହି ସମୟରେ ହଟ୍ଟଗୋଳ କରି ଆପ୍‌ର ୨୧ ଜଣ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯାଇଛି। ତଥାପି କେଜ୍ରିୱାଲ ସାମ୍ନାକୁ ଆସି କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି।

arvind Kejriwal

arvind Kejriwal

Advertisment

ଦିଲ୍ଲୀରେ ଦୀର୍ଘ ୧୨ ବର୍ଷ ଧରି କ୍ଷମତାରେ ରହିବା ପରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ୨୦୨୫ରେ କ୍ଷମତାଚ୍ୟୁତ ହୋଇଛି। ବିଜେପି ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଦଖଲ କରିଥିବା ବେଳେ ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ହାରିବା ପରଠାରୁ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଦେଖା ଦର୍ଶନ ମିଳୁନି। ନିର୍ବାଚନ ପୂର୍ବରୁ ସକ୍ରିୟ ଥିବା କେଜ୍ରିୱାଲ ପରାଜୟ ପରେ ଆଉ କୌଣସି ସର୍ବସାଧାରଣ କାର୍ଯ୍ୟକ୍ରମରେ ନଜର ଆସୁ ନାହାନ୍ତି।

Advertisment

ଆପ୍‌ ଦିଲ୍ଲୀରେ ହାରିଥିବା ବେଳେ କେଜ୍ରିୱାଲ ମଧ୍ୟ ନୂଆଦିଲ୍ଲୀ ବିଧାନସଭା ଆସନରେ ବିଜେପିର ପରେବଶ ବର୍ମାଙ୍କ ଠାରୁ ପରାସ୍ତ ହୋଇଛନ୍ତି। କେଜ୍ରିୱାଲଙ୍କୁ ଶେଷଥର ପାଇଁ ଫେବୃଆରୀ ୨୩ ଆପ୍‌ ବିଧାୟକ ଦଳ ବୈଠକରେ ଦେଖିବାକୁ ମିଳିଥିଲା। ଉକ୍ତ ବୈଠକରେ ଆତିଶୀଙ୍କୁ ବିଧାନସଭାର ବିରୋଧୀ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା। ୨୩ ତାରିଖ ଠାରୁ କେଜ୍ରିୱାଲ କେଉଁଠି ଅଛନ୍ତି, ତା’ର ଖବର କାହା ପାଖରେ ନାହିଁ।

କେଜ୍ରିୱାଲ ହଠାତ ଅନ୍ତର୍ଧ୍ୟାନ ହୋଇଯିବାରୁ ତାଙ୍କର ପରବର୍ତ୍ତୀ ଗୋଟି ଚାଳନାକୁ ସମସ୍ତେ ଚାତକ ଭଳି ଚାହିଁ ରହିଛନ୍ତି। କୁହାଯାଉଛି ଯେ ସେ ପଞ୍ଜାବ ରାସ୍ତା ଦେଇ ରାଜ୍ୟସଭାରେ ପ୍ରବେଶ କରିବେ। ରାଜ୍ୟସଭା ସାଂସଦ ସଞ୍ଜୀବ ଅରୋରାଙ୍କୁ ଆପ୍‌ ଲୁଧିଆନା ୱେଷ୍ଟ ପାଇଁ ହେବାକୁ ଥିବା ଉପ ନିର୍ବାଚନରେ ପ୍ରାର୍ଥୀ କରିବାରୁ କେଜ୍ରିୱାଲଙ୍କୁ ନେଇ ନୂଆ ସମୀକରଣ ଚର୍ଚ୍ଚା ଆରମ୍ଭ ହୋଇଛି। କଂଗ୍ରେସ ଓ ବିଜେପି ମଧ୍ୟ କେଜ୍ରିୱାଲ ପଞ୍ଜାବରୁ ରାଜ୍ୟସଭାକୁ ଯିବାକୁ ଚାହୁଁଥିବା କହିଛନ୍ତି। ଦଳ ପକ୍ଷରୁ ଏହାକୁ ତୁରନ୍ତ ଖଣ୍ଡନ କରାଯାଇଛି। ସେହିପରି ଏହାପୂର୍ବରୁ କେଜ୍ରିୱାଲ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ ବୋଲି ମଧ୍ୟ କୁହାଯାଉଥିଲା।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିଲ୍ଲୀ ବିଧାନସଭା ଆରମ୍ଭ ହେବା କ୍ଷଣି ସିଏଜି ରିପୋର୍ଟ ଗୃହରେ ଉପସ୍ଥାପନ ହୋଇଛି। ଏହି ସମୟରେ ହଟ୍ଟଗୋଳ କରି ଆପ୍‌ର ୨୧ ଜଣ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯାଇଛି। ତଥାପି କେଜ୍ରିୱାଲ ସାମ୍ନାକୁ ଆସି କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି।

କେଜ୍ରିୱାଲ କେଉଁଠି?

ସୂତ୍ର ଅନୁସାରେ, କେଜ୍ରିୱାଲ ଆଗାମୀ ବିଧାନସଭା ନିର୍ବାଚନ ଗୁଡ଼ିକ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ବିଶେଷ କରି ଦଳର ଶେଷ ଗଡ଼ ପଞ୍ଜାବ ଉପରେ କେଜ୍ରିୱାଲ ଫୋକସ କରିଛନ୍ତି। କାରଣ ପଞ୍ଜାବ ହିଁ ଏକମାତ୍ର ରାଜ୍ୟ ଯେଉଁଠାରେ ଆପ୍‌ କ୍ଷମତାରେ ରହିଛି। ବିରୋଧୀ ମେଣ୍ଟ ଇଣ୍ଡିଆ ସହ ମିଶି ଅଲଗା ରାଜ୍ୟରେ ବିଧାନସଭା ନିର୍ବାଚନ ଲଢ଼ିବା ଯୋଜନା ଏବେ ଆପ୍‌ ଶୀତଳ ଭଣ୍ଡାରରେ ରହିଛି। ଆପ୍‌ ବିହାର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବ ନାହିଁ।

ଲୁଧିଆନା ୱେଷ୍ଟ ଉପ ନିର୍ବାଚନକୁ ଆପ୍‌ କେମିତି ଜିତିବ, ତା’ ଉପରେ କେଜ୍ରିୱାଲ ଅଧିକ ଗୁରୁତ୍ୱ ଦେଉଛନ୍ତି। ସେହିପରି ସେ ଏବେଠାରୁ ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେଜ୍ରିୱାଲ ଏବେ ପଞ୍ଜାବ ଦାୟିତ୍ୱରେ ଥିବା ବରିଷ୍ଠ ନେତାମାନଙ୍କ ସହ ଦୈନିକ ବୈଠକ କରୁଛନ୍ତି। ସେହିପରି ପଞ୍ଜାବର ତୃଣମୂଳ ସ୍ତରରେ ଥିବା କର୍ମୀଙ୍କ ମତାମତ ବି ନେଉଛନ୍ତି।

ଏଇ କିଛି ଦିନ ଭିତରେ କେଜ୍ରିୱାଲଙ୍କ ବାସଭବନରେ ପଞ୍ଜାବର ନେତା ଓ ପ୍ରଭାରୀଙ୍କ ସହ ଏକାଧିକ ବୈଠକ ହୋଇଛି। ଦିଲ୍ଲୀରେ ବିଜେପି ଠାରୁ ହାରିବା ପରେ ଆପ୍‌ ପଞ୍ଜାବରେ ନିଜର ସଂଗଠନକୁ ଅଧିକ ମଜବୁତ କରିବା ସହ ସରକାରୀ ବ୍ୟବସ୍ଥାକୁ ଆହୁରି ଲୋକାଭିମୁଖୀ କରିବାକୁ ଯୋଜନା କରିଛି।

ଅନ୍ୟପକ୍ଷରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍‌ର ବରିଷ୍ଠ ନେତା ମନୀଷ ସିସୋଦିଆ ନିୟମିତ ଭାବେ ପଞ୍ଜାବର ସ୍କୁଲ ଗୁଡ଼ିକୁ ଯାଉଛନ୍ତି। ଆପ୍‌ର ଦିଲ୍ଲୀ ମଡେଲ ଢାଞ୍ଚାରେ ପଞ୍ଜାବ ସରକାର ରାଜ୍ୟର ସମସ୍ତ ସରକାରୀ ସ୍କୁଲ ଓ ଶିକ୍ଷା କ୍ଷେତ୍ରକୁ ବଦଳାଇବାକୁ ଲକ୍ଷ୍ୟ ରଖିଛନ୍ତି। ପଞ୍ଜାବରେ ଡ୍ରଗ୍ସ ଓ ଦୁର୍ନୀତି ବିରୋଧରେ ମଧ୍ୟ ଅଭିଯାନ ଆରମ୍ଭ ହୋଇଯାଇଛି। ନିକଟରେ ପଞ୍ଜାବ ପୁଲିସ୍‌ ଡ୍ରଗ୍ସ ଡିଲରମାନଙ୍କ ଘରେ ବୁଲଡୋଜର ଚଳାଇଥିଲା। ପ୍ରଶାସନିକ ସ୍ତରରେ ବଡ଼ଧରଣର ଅଦଳବଦଳ ମଧ୍ୟ ହୋଇଛି।

ପଞ୍ଜାବ ଆପରେ କନ୍ଦଳ ଚାଲିଥିବା ରିପୋର୍ଟକୁ ମଧ୍ୟ କେଜ୍ରିୱାଲ ଦୃଷ୍ଟିରେ ରଖି ନେତା ଓ କର୍ମୀଙ୍କ ନିକଟବର୍ତ୍ତୀ ହେଉଛନ୍ତି। ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆପ୍‌ର ଚେହେରା ଭାବେ ରହିବେ। କିନ୍ତୁ ସାଂଗଠନିକ କମାଣ୍ଡ ସିଧାସଳଖ ଅରବିନ୍ଦ କେଜ୍ରିୱାଲଙ୍କ ହାତରେ ରହିବ।

ଆପରେ ଖୁବଶୀଘ୍ର ସାଂଗଠନିକ ପରିବର୍ତ୍ତନ ବି ଦେଖିବାକୁ ମିଳିପାରେ। କେଜ୍ରିୱାଲ ସମ୍ଭବତଃ ସର୍ବସାଧାରଣ କାର୍ଯ୍ୟକ୍ରମରେ ନଜର ଆସି ନ ପାରନ୍ତି। ସେ ଏବେ ଆପ୍‌ର ପରବର୍ତ୍ତୀ ରାଉଣ୍ଡ ବିଧାନସଭା ନିର୍ବାଚନ ଉପରେ ପୂରା ଫୋକସ କରିବେ ବୋଲି ଜଣାପଡ଼ିଛି।

Delhi Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe