ଡିଏସ୍ କୁଟ୍ଟେ କେଉଁଠି? କାମ ନକରି ଦରମା ନେଉଛନ୍ତି ୪ ବରିଷ୍ଠ ଆଇପିଏସ୍‌

ରାଜ୍ୟ ପୁଲିସ ମୁଖ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଥିବା ନେଇ ସେମାନଙ୍କ ପାଖରେ କୌଣସି ସୂଚନା ନାହିଁ।

D. S. Kutey

ଆଇପିଏସ୍ ଡିଏସ୍ କୁଟ୍ଟେ

Ordigital Desk
  • Published: Friday, 12 July 2024
  • Updated: 12 July 2024, 10:21 PM IST

Sports

Latest News

ରାଜନୀତିକ ଛତ୍ରଛାୟାରେ ରହି ରାଜ୍ୟରେ ଆଇପିଏସ୍ କ୍ୟାଡ଼ର ପରିଚାଳନାକୁ ବିପର୍ଯ୍ୟସ୍ତ କରିଦେଇଥିବା ଆଇପିଏସ୍ ଡିଏସ୍ କୁଟ୍ଟେ ଏବେ କେଉଁଠି? ତାଙ୍କର ନିଲମ୍ବନ ପ୍ରତ୍ୟାହାର ହୋଇଛି କି ନାହିଁ, ସେ କାହିଁକି କାର୍ଯ୍ୟରେ ଯୋଗ ଦେଉନାହାନ୍ତି ଓ କିଏ ତାଙ୍କର ଛୁଟି ଅବଧିକୁ ବାରମ୍ବାର ବୃଦ୍ଧି ପାଇଁ ଅନୁମତି ଦେଉଛି ତାହା ଏବେ ପାୱାର କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏପଟେ ନିର୍ବାଚନ କମିଶନଙ୍କ ଛାଟ ଯୋଗୁ ଗତକାଲି ଗୃହ ବିଭାଗର ଓଏସଡି ଭାବେ ବଦଳି ହୋଇଥିବା ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶୀଷ କୁମାର ସିଂ ଆଜି ଲୋକସେବା ଭବନରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଭେଟିଥିବା ଜଣାପଡ଼ିଛି । ତେବେ ରାଜ୍ୟରେ ଆଇପିଏସ୍ ମରୁଡ଼ି ଥିବାବେଳେ ରାଜ୍ୟ ସରକାର କାହିଁକି ଓଏସଡି ସଂଖ୍ୟା ବଢ଼ାଇ ଚାଲିଛନ୍ତି ଓ ବରିଷ୍ଠ ଆଇପିଏସ୍ ଅଫିସରମାନଙ୍କୁ ଘରେ ବସାଇ ଦରମା ଦେଉଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ରାଜ୍ୟ ପୁଲିସ ମୁଖ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଥିବା ନେଇ ସେମାନଙ୍କ ପାଖରେ କୌଣସି ସୂଚନା ନାହିଁ । ପୁଲିସ ମୁଖ୍ୟାଳୟ ୱେବସାଇଟ୍ ଅନୁସାରେଶ୍ରୀ କୁଟ୍ଟେ ଏବେବି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ଯଦିଓ ଗତକାଲି ବଦଳି ହୋଇଥିବା ଆଶୀଷ ସିଂ ଗୃହ ବିଭାଗର ଓଏସଡି ବୋଲି ଓଡ଼ିଶା ପୁଲିସ ୱେବସାଇଟ୍ ତଥ୍ୟରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଆଶୀଷଙ୍କ ପୂର୍ବରୁ ୧୯୮୯ ବ୍ୟାଚ୍ ଆଇପିଏସ୍ ଏସଏମ୍ ନରୱଣେ ଏବଂ ୧୯୯୫ ବ୍ୟାଚ୍ ଆଇପିଏସ୍ ରୀତୁ ଅରୋରାଙ୍କୁ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରାଯାଇଛି । ଡିଜି ଓ ଅତିରିକ୍ତ ଡିଜି ପାହ୍ୟାର ଏହି ଦୁଇ ବରିଷ୍ଠ ଆଇପିଏସ୍ ଘରେ ରହି ମାସିକ ଦରମା ନେଉଥିବାବେଳେ ସେହି ତାଲିକାରେ ଆଶୀଷ ସିଂ ଯୋଡ଼ି ହୋଇଛନ୍ତି । ଅବଶ୍ୟ ଜୁନ୍ ୩ରୁ ନାଟକୀୟ ଢଙ୍ଗରେ ଛୁଟିରୁ ଫେରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଆଇଜି ଭାବେ ଯୋଗ ଦେଇଥିବା ଆଶୀଷଙ୍କୁ ଗତ ଏକମାସରୁ ଅଧିକ ଦିନ ହେବ କୌଣସି କାର୍ଯ୍ୟ ଆବଂଟିତ ହୋଇନଥିବା ଜଣାପଡ଼ିଛି ।

Also Read

ଅନ୍ୟପକ୍ଷରେ ବିଜେଡିର ରଣନୀତିକାର ସାଜି ଚାକିରିରୁ ନିଲମ୍ବିତ ହୋଇଥିବା ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ନିଲମ୍ବନକୁ ସର୍ତ୍ତମୂଳକ ଭାବେ ତତ୍କାଳ ପ୍ରଭାବରୁ ହଟାଇ ଦେବା ପାଇଁ ଜୁନ୍ ୬ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜାତୀୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ନିର୍ବାଚନ କମିଶନଙ୍କ ମେ’ ୨୮ତାରିଖର ନିର୍ଦ୍ଦେଶାନାମା ଅନୁସାରେ କୁଟ୍ଟେଙ୍କ ବିରୁଦ୍ଧରେ ଯଦି ନିୟମ ଅନୁସାରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବ ତା’ହେଲେ କମିଶନଙ୍କ ଅନୁମୋଦନରେ ହିଁ ଏସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ ।  ଡିଏସ୍ କୁଟ୍ଟେଙ୍କୁ ମଧ୍ୟ ପରବର୍ତ୍ତୀ ନିଯୁକ୍ତି ପାଇଁ ମୁଖ୍ୟ ସଚିବଙ୍କୁ ରିପୋର୍ଟ କରିବାକୁ ନିର୍ବାଚନ କମିଶନ କହିଥିଲେ ।

ତେବେ ଇତିମଧ୍ୟରେ ଏକମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଡିଏସ୍ କୁଟ୍ଟେଙ୍କୁ ନେଇ ପୁଲିସ ବିଭାଗରେ କିଛି ସୂଚନା ନାହିଁ । କୁଟ୍ଟେଙ୍କୁ ନିଲମ୍ବନ କରାଯିବା ପରେ ସେ ଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ ଓ ପରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୧୦ଦିନ ଛୁଟିରେ ଯାଇଥିବା ଜଣାପଡ଼ିଛି । କିନ୍ତୁ ଏହାପରେ ତାଙ୍କର ଛୁଟିକୁ ବୃଦ୍ଧି ପାଇଁ କିଏ ଅନୁମତି ଦେଉଛି, ସେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି କି ନାହିଁ, ତାଙ୍କ ଉପରୁ ସର୍ତ୍ତମୂଳକ ନିଲମ୍ବନ ପ୍ରତ୍ୟାହାର ପାଇଁ ନିର୍ବାଚନ ଆୟୋଗ ଦେଇଥିବା ନିର୍ଦ୍ଦେଶକୁ ପାଳନ ହୋଇଛି କି ନାହିଁ, ତାହା ଏବେବି ଅସ୍ପଷ୍ଟ । ଗୃହ ବଭାଗ କିମ୍ବା ପୁଲିସ ମୁଖ୍ୟାଳୟରେ ଏନେଇ କିଛି ସୂଚନା ନାହିଁ । ସୂତ୍ର ଅନୁସାରେ, ଡିଏସ୍ କୁଟ୍ଟେ ଏବେ ତାଙ୍କର ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ରହୁଛନ୍ତି । କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ କେଉଁଠି ନୂଆ ନିଯୁକ୍ତି ମିଳିନାହିଁ । ପୁଲିସ ମୁଖ୍ୟାଳୟ ଓ ଗୃହ ବିଭାଗର ତଥ୍ୟ କହୁଛି ସେ ଏବେବି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଅଛନ୍ତି । ନୂଆ ସରକାର ଆସିବା ପରେ ମଧ୍ୟ ତାଙ୍କୁ ସେହି ପଦବୀରୁ ବଦଳି କରାଯାଇ ନାହିଁ । କୁଟ୍ଟେଙ୍କୁ ନେଇ ମଧ୍ୟ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ କିମ୍ବା ରାଜ୍ୟ ସରକାର ମୁହଁ ଖୋଲୁନଥିବା ଜଣାପଡ଼ିଛି ।

ଚର୍ଚ୍ଚା ହୁଏ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହି ଡିଏସ୍ କୁଟ୍ଟେ ଗୃହ ବିଭାଗର ସୁପର ମିନିଷ୍ଟର ପାଲଟିଯାଇଥିଲେ । ତାଙ୍କର ବେପରୁୱା ମନୋଭାବ ଯୋଗୁ ରାଜ୍ୟରେ ଆଇପିଏସ୍ କ୍ୟାଡ଼ର ପରିଚାଳନା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏପରିକି ପୁଲିସ ଫୋର୍ସର ମନୋବଳକୁ ମଧ୍ୟ ଝଟକା ଲାଗିଛି । ନିଜର ଅହଙ୍କାର ଓ ହାକିମାତିକୁ ଜାହିର କରିବା ପାଇଁ ଶ୍ରୀ କୁଟ୍ଟେ ଅତୀତରେ ଦକ୍ଷ ଓଡ଼ିଆ ଆଇପିଏସ୍ ବିକେ ଶର୍ମାଙ୍କୁ ମିଛ ଦୁର୍ନୀତି ମାମଲାରେ ଛନ୍ଦି ତାଙ୍କର କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ପଛାଇ ନଥିଲେ ବୋଲି ଚର୍ଚ୍ଚା ହୁଏ । ସେହିପରି ବରିଷ୍ଠ ଆଇପିଏସ୍ ଅରୁଣ ରାୟ, ଏସଏମ ନରୱଣେ ଓ ରୀତୁ ଅରୋରାଙ୍କୁ ମଧ୍ୟ କୁଟ୍ଟେଙ୍କ କୋପର ଶିକାର ହେବାକୁ ପଡ଼ିଛି ଓ ସେମାନଙ୍କ କ୍ୟାରିୟରରେ ନାଲିଦାଗ ଲାଗିଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story