Pandian
ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ପରିଚିତ ଭି.କେ ପାଣ୍ଡିଆନ୍ ଏବେ କେଉଁଠି? କିଏ କହୁଛନ୍ତି ସିଏ ଭୁବନେଶ୍ୱରରେ ଅଛନ୍ତି ତ ଆଉ କିଏ କହୁଛନ୍ତି ସେ ତାମିଲନାଡୁ ପଳାଇ ଯାଇଛନ୍ତି। ଏହି ଚର୍ଚ୍ଚା ଭିତରେ ମିଳିଛି ବିଜେଡି ନେତା ପାଣିଆନ୍ଙ୍କ ନୂଆ ଠିକଣା।
ମିଳିଥିବା ସୂଚନା ଅନୁସାରେ ଭି.କେ ପାଣ୍ଡିଆନ୍ ଦିଲ୍ଲୀରେ ଥିବା ଜଣାପଡ଼ିଛି। ବୁଧବାର ବିଳମ୍ୱିତ ରାତିରେ ସେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ପଳାଇ ଯାଇଛନ୍ତି। ସେଠାରେ ସେ ଏକ ପଞ୍ଚ ତାରକା ହୋଟେଲ୍ରେ ରହିଛନ୍ତି। ପୂର୍ବରୁ ନିଲମ୍ୱିତ ହୋଇ ଦିଲ୍ଲୀରେ ଥିବା ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ସହିତ ସେ ମସୁଧା ଚାଳାଇଥିବା ଚର୍ଚ୍ଚା ହେଉଛି।
ପାଣ୍ଡିଆନ୍ଙ୍କୁ ନେଇ ନାନା ଚର୍ଚ୍ଚା ଭିତରେ ସୋଶାଲ ମିଡ଼ିଆରେ ଏକ ଫଟୋ ଭାଇରାଲ୍ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ବିମାନ ଭିତରେ କମ୍ୱଳ ଘୋଡାଇ ହୋଇ ଶୋଇଥିବା ଦେଖିବାକୁ ମିଳିଛି। ସେହି ବ୍ୟକ୍ତି ଜଣକ ଭି.କେ ପାଣ୍ଡିଆନ୍ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ପାଣ୍ଡିଆନ୍ ବିମାନ ବନ୍ଦର ଭିତରକୁ ପ୍ରବେଶ କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ଏଥିରୁ ସ୍ପଷ୍ଟ ହେଉଛି, ସେ ଦିଲ୍ଲୀ ଯାଇଥାଇପାରନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Pandian_1717679668.jpg)