Advertisment

ମାସେ ହେବ ନିଖୋଜ ଚୀନ ବୈଦେଶିକ ମନ୍ତ୍ରୀ, ସାମ୍ବାଦିକାଙ୍କ ପ୍ରେମରେ ପଡ଼ିଥିବା ଚର୍ଚ୍ଚା

କେଉଁଠି ଅଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ? ମାସେ ହେବ ନାହିଁ ଖୋଜ୍ ଖବର।

ଅଦ୍ୟତନ ହୋଇଛି
China Foreign minister absent from one month

China Foreign minister absent from one month

Advertisment

କେଉଁଠି ଅଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ? ଏକ ମାସ ହେବ ତାଙ୍କର କୌଣସି ପତ୍ତା ମିଳୁନି। ଜୁନ୍ ୨୫ରେ ରୁଷିଆ, ଶ୍ରୀଲଙ୍କା ଏବଂ ଭିଏତନାମ ଅଧିକାରୀଙ୍କ ସହ ଶେଷ ଥର ପାଇଁ ଏକ ବୈଠକ ଯୋଗ ଦେଇଥିଲେ କିନ୍ ଗ୍ୟାଙ୍ଗ। ଏହା ପରଠାରୁ ତାଙ୍କର କୌଣସି ଖୋଜ୍ ଖବର ନାହିଁ। ବୈଦଶିକ ମନ୍ତ୍ରୀଙ୍କ ଅଚାନକ ଉଭାନକୁ ନେଇ ଚୀନ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହେଉଛି।

Advertisment

ଇଣ୍ଡୋନେସିଆରେ ଆସିଆନ୍ ସମ୍ମିଳନୀରେ ବେଜିଂ ପ୍ରତିନିଧିଙ୍କ ମୁଖ୍ୟ ଭାବରେ କିନ୍ ଗ୍ୟାଙ୍ଗଙ୍କୁ ମନୋନୀତ କରାଯାଇଥିଲା। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ ସେତେବେଳେ କହିଥିଲେ ଯେ, କିନ୍ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସମ୍ମିଳନୀକୁ ଯିବେ ନାହିଁ, କିନ୍ତୁ ଏନେଇ ସେ କୌଣସି ବିବରଣୀ ଦେଇ ନଥିଲେ।

ବୈଦେଶିକ ମନ୍ତ୍ରୀ ଏବଂ ୟୁରୋପୀୟ ୟୁନିଅନର ବୈଦେଶିକ ନୀତି ମୁଖ୍ୟ ଜୋସେପ ବୋରେଲଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇପାରି ନଥିଲା, କାରଣ ଆଲୋଚନା ଆଗକୁ ସମ୍ଭବପର ନୁହେଁ ବୋଲି ଚୀନ୍ ୟୁରୋପୀୟ ୟୁନିଅନକୁ କହିଥିଲା। ମାତ୍ର ବେଜିଂ ଏଥିପାଇଁ କୌଣସି ସ୍ପଷ୍ଟୀକରଣ ରଖିନଥିଲା। ବୋରେଲଙ୍କ ବେଜିଂରେ ନିର୍ଦ୍ଧାରିତ ଦୁଇ ଦିନ ପୂର୍ବରୁ ଏହି ସ୍ଥଗିତାଦେଶ ସମ୍ପର୍କରେ ୟୁରୋପୀୟ ୟୁନିଅନକୁ ସୂଚନା ଦିଆଯାଇଥିଲା ବୋଲି ଏକ ସୂତ୍ରରୁ ପ୍ରକାଶ ପାଇଛି।

Advertisment

ଯେତେବେଳେ ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟଙ୍କ ସହ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ବୈଠକରେ କିନ୍ ଗ୍ୟାଙ୍ଗ ଅନୁପସ୍ଥିତ ଥିଲେ ସେତେବେଳେ ଏହି କଳ୍ପନା ଜଳ୍ପନାର ଆରମ୍ଭ ହୋଇଥିଲା। ପାଖାପାଖି ଗୋଟିଏ ମାସ ହେବ ଗ୍ୟାଙ୍ଗଙ୍କର ଖୋଜ୍ ଖବର ନାହିଁ। ମାତ୍ର ଚାଇନା ଏନେଇ କାହିଁକି କୌଣସି ପ୍ରତିକ୍ରିୟା ରଖୁନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଏନେଇ ଚାଇନା ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହେଉଛି।

କିନଙ୍କର ଜଣେ ସାମ୍ବାଦିକାଙ୍କ ସହ ପ୍ରେମ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଛି। ଏହି କାରଣରୁ ସେ ଗାଏବ୍ ହୋଇ ଯାଇଥିବା The New York Times ରେ ପ୍ରକାଶ ପାଇଛି। ତେବେ ଚୀନ୍‌ର ଶାସକ କମ୍ୟୁନିଷ୍ଟ ପାର୍ଟି ଆନୁଷ୍ଠାନିକ ଭାବେ କ୍ୟାଡରମାନଙ୍କୁ ପରକୀୟା ସମ୍ପର୍କକୁ ବାରଣ କରିଛି ଏବଂ ବରିଷ୍ଠ ଅଧିକାରୀଙ୍କୁ ଏହି ମାମଲାରେ ଦଣ୍ଡିତ କରାଯାଇଥିବା ନେଇ ମଧ୍ୟ ଉଲ୍ଲେଖ ରହିଛି। ତେବେ ବାସ୍ତବରେ କେଉଁ କାରଣରୁ କିନ୍ ଗ୍ୟାଙ୍ଗ ଗାଏବ ଅଛନ୍ତି ତା ଉପରେ ସମସ୍ତଙ୍କ ନଜର।

International News Where's Qin Gang China Foreign Minister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe