Advertisment

‘କେଉଁଟା ପ୍ରାଥମିକତା, ବିଧାନସଭା ନା ମୁମ୍ବାଇରେ ପ୍ରାୟୋଜିତ ପୁରସ୍କାର ?’

ଜୟନାରାୟଣ କହିଛନ୍ତି, ଯେଉଁ ହକି ଖେଳର ସଫଳ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ଯାଇଛନ୍ତି, ସେହି ହକିରେ ରାଜ୍ୟର ମାତ୍ର ୨ଜଣ ଖେଳୁଥିବାବେଳେ ଅନ୍ୟ କୌଣସି ଜାତୀୟ ଖେଳରେ ଓଡ଼ିଆ ଖେଳାଳିଙ୍କ ନାଁ ଗନ୍ଧ ନାହିଁ।

author-image
Niranjan Mishra
 LoP targets CM over Mumbai visit

LoP targets CM over Mumbai visit

ବିଧାନସଭାର ଗୁରୁତ୍ୱ ପୂର୍ଣ୍ଣ ବଜେଟ୍ ଅଧିବେଶନ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ବମ୍ବେରେ କାହିଁକି ? କେଉଁଟା ପ୍ରାଥମିକତା ? ବିଧାନସଭା ନା ପ୍ରାୟୋଜିତ ପୁରସ୍କାର ଗ୍ରହଣ। ଏଭଳି ପ୍ରଶ୍ନ କରି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ର।

Advertisment

ସେ କହିଛନ୍ତି, ରାଜ୍ୟରେ ଅପରାଧ ହାର ଚିନ୍ତାଜନକ, ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା ହୋଇଛି। ଏହାର କାରଣ କ’ଣ ଜାଣିବାକୁ ବିରୋଧୀ ହଲ୍ଲାପଟା କରୁଛନ୍ତି। ହେଲେ ଏ ସମୟରେ ନିଜେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କିନ୍ତୁ ସନ୍ତୋଷଜନକ ଉତ୍ତର ନରଖି ପ୍ରାୟୋଜିତ ପୁରସ୍କାର ଆଣିବାକୁ ବମ୍ବେ ଯାଇଛନ୍ତି। ନିଜ ତଥାକଥିତ ମାନସ ପୁତ୍ରଙ୍କ ଛବିକୁ ଠିକ୍ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ମୁମ୍ବାଇ ଗସ୍ତ ନୁହେଁ କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଜୟନାରାୟଣ। 

ସେ ଆହୁରି କହିଛନ୍ତି, ଯେଉଁ ହକି ଖେଳର ସଫଳ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ଯାଇଛନ୍ତି, ସେହି ହକିରେ ରାଜ୍ୟର ମାତ୍ର ୨ଜଣ ଖେଳୁଥିବାବେଳେ ଅନ୍ୟ କୌଣସି ଜାତୀୟ ଖେଳରେ ଓଡ଼ିଆ ଖେଳାଳିଙ୍କ ନାଁ ଗନ୍ଧ ନାହିଁ। ଏ ବାବଦରେ ମୁଖ୍ୟମନ୍ତ୍ରୀ କ’ଣ କରୁଛନ୍ତି ? ତା’ସହ ସୁନ୍ଦରଗଡ଼ରେ ଯେଉଁ ଷ୍ଟାଡିୟମ ନିର୍ମାଣ କରି ବାଃ ବାଃ ସାଉଁଟୁଛନ୍ତି, ତାହା ଡିଏମଏଫ୍ ଫଣ୍ଡରେ ତିଆରି ହୋଇଛି। ଯାହାଦ୍ୱାରା ସେ ଜିଲ୍ଲାରେ ଅନେକ ଉନ୍ନୟନ କାମ ହୋଇପାରିଥାନ୍ତା।

Advertisment

ତାସହ ହକି ଟିକେଟ୍ କେବଳ ବିଜେଡି କର୍ମୀଙ୍କୁ ବଣ୍ଟାଯାଇଥିଲା। ସାଧାରଣ ଲୋକ ଏ ଖେଳ ଦେଖିପାରି ନଥିଲେ ବୋଲି ଅଭିଯୋଗ ଆଣିଛନ୍ତି ଜୟନାରାୟଣ। ତେବେ ଜୟନାରାୟଣଙ୍କ ଅଭିଯୋଗ ଉପରେ ସିଏମ୍  ଅଫିସର ପ୍ରତିକ୍ରିୟା ମିଳିନାହିଁ।

ସେପଟେ ଜୟନାରାୟଣଙ୍କ ଏହି ପ୍ରତିକ୍ରିୟାକୁ କାଉଣ୍ଟର କରି ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ କହିଛନ୍ତି, ପୁରସ୍କାର ପାଇପା ନିମନ୍ତେ ବିରୋଧୀ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା କଥା। ନ ହେଲେ ସେମାନଙ୍କୁ ପାପ ଲାଗିବ। କାରଣ ବଧାନସଭା ପରେ ୧୦ ଲକ୍ଷ କୋଟି ଟଙ୍କା ବିନିଯୋଗ ପ୍ରସ୍ତାବ କାର୍ଯ୍ୟକାରୀ କରିବା ମୁଖ୍ୟମନ୍ତ୍ରୀ ପ୍ରୟାଶ କରୁଛନ୍ତି। ଏହା ଗର୍ବର କଥା।

BjD Bjp Odisha Politics Odisha Cm Unknown Award