Advertisment

କେଉଁ ମନ୍ତ୍ରୀଙ୍କୁ ମିଳିବ କି ଦାୟିତ୍ୱ; ଆଜି ହୋଇପାରେ ବିଭାଗ ବଣ୍ଟନ

ବଲାଙ୍ଗିର, ଗଞ୍ଜାମ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ମନ୍ତ୍ରୀ  ଏବଂ ଭଦ୍ରକ, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଝାରସୁଗୁଡ଼ା, ସମ୍ବଲପୁର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ମନ୍ତ୍ରୀ  ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ଚଳିତ ବିଧାନସଭାର ବାଚସ୍ପତି ହେବେ ରଣପୁର ବିଧାୟିକା ସୁରମା ପାଢ଼ୀ।

author-image
Tapaswini Nayak
ଅଦ୍ୟତନ ହୋଇଛି
Minister

Minister

ଓଡ଼ିଶାରେ ଆରମ୍ଭ ହୋଇଛି ବିଜେପି ଶାସନ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ। ମୋହନଙ୍କ ସହ ୨ ଜଣ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଶପଥ ନେଇଛନ୍ତି। ମନ୍ତ୍ରିମଣ୍ଡଳ ଗଠନ ସରିବା ପରେ କାହାକୁ ମିଳିବ କେଉଁ ବିଭାଗ ତା’ ଉପରେ ସମସ୍ତଙ୍କ ନଜର ରହିଛି। ମୋହନ ସରକାରରେ କେଉଁ ମନ୍ତ୍ରୀଙ୍କୁ ମିଳିବ କେଉଁ ବିଭାଗ, ଗତକାଲି ଶପଥ ନେବା ପରଠୁ ବଢ଼ି ଚାଲିଛି କଳ୍ପନାଜଳ୍ପନା। ଆଶା କରାଯାଉଛି ଆଜି ହୋଇପାରେ ବିଭାଗ ବଣ୍ଟନ। 

Advertisment

ମୋହନଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ପଦ ପାଇଛନ୍ତି ବ୍ରଜରାଜନଗରର ବିଧାୟକ ସୁରେଶ ପୂଜାରୀ, କୁଚିଣ୍ଡା ବିଧାୟକ ରବି ନାଏକ୍, ଉମରକୋଟ MLA ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳର କୃଷ୍ଣଚନ୍ଦ୍ର ପାତ୍ର ଏବଂ ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ। ଏଥିସହ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଗୋପାଳପୁରର ବିଭୂତି ଜେନା ଓ ମୋରଡ଼ା ବିଧାୟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ବି ମିଳିଛି କ୍ୟାବିନେଟ୍ ପଦ। ୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ହୋଇଛନ୍ତି ଯଶୀପୁର ଏମଏଲ୍ଏ ଗଣେଶ ରାମସିଂ ଖୁଣ୍ଟିଆ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, ପୋଲସରା ଏମଏଲ୍ଏ ଗୋକୁଳାନନ୍ଦ ମଲ୍ଲିକ ଓ ପାରାଦୀପ ବିଧାୟକ ସଂପଦ ସ୍ୱାଇଁ।

ବଲାଙ୍ଗିର, ଗଞ୍ଜାମ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ମନ୍ତ୍ରୀ ଏବଂ ଭଦ୍ରକ, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଝାରସୁଗୁଡ଼ା, ସମ୍ବଲପୁର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ଚଳିତ ବିଧାନସଭାର ବାଚସ୍ପତି ରଣପୁରର ବିଧାୟିକା ସୁରମା ପାଢ଼ୀ ହୋଇପାରନ୍ତି ବୋଲି ଶୁଣାଯାଉଛି।

Advertisment
State Bjp Cmo Of Odisha