Advertisment

ପଦାରେ ପଡ଼ିଲା ବିଜେଡି କଳି; ଶିଳାନ୍ୟାସ ପୂର୍ବରୁ ଭାଙ୍ଗିଦେଲେ ଫଳକ

ରାତି ପାହିବା ପୂର୍ବରୁ ଅର୍ଥାତ ଶନିବାର ବିଳମ୍ୱିତ ରାତିରେ କେହି ଦୁର୍ବୃତ୍ତ ଷ୍ଟେଜ୍‌ ପୋଡ଼ି ଦେଇଥିବା ବେଳେ ଶିଳାନ୍ୟାସ ପାଇଁ ନିଆରି ହୋଇଥିବା ଫଳକକୁ ଭାଙ୍ଗି ଦେଇଛନ୍ତି।

Angul

Angul

Advertisment

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତାଳଚେର ବିଜେଡିରେ ଦେଖାଦେଇଛି ଗୋଷ୍ଠୀ କନ୍ଦଳ। ନାଁ ରହିଲାନି ବୋଲି ଫଳକ ଭାଙ୍ଗିଦେଲେ ଓ ଟେଣ୍ଟ ପୋଡ଼ିଦେଲେ। ବିଜେଡି କାଉନ୍‌ସିଲରଙ୍କ ସମର୍ଥକ ଏପରି କାର୍ଯ୍ୟ କରିଥିବା ଚର୍ଚ୍ଚା ହେଉଛି।

Advertisment

ତାଳଚେର ପୌର ପରିଷଦର ୧୮ ନମ୍ୱର ୱାର୍ଡ ହାଣ୍ଡିଧୂଆଁ ତେଲିସାହିରେ ତୈଳିକ ସମାଜର ଏକ ସଭାଗୃହ ନିର୍ମାଣ ହେବ। ରବିବାର ଭୂମି ପୂଜନ ଉତ୍ସବ ହେବାର ଥିଲା। ଶିଳାନ୍ୟାସ୍‌ ପର୍ବରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଢେଙ୍କାନାଳ ସାଂସଦ ମହେଶ ସାହୁ, ନଗରପାଳ ପବିତ୍ର ଭୁତିଆ, ଉପନଗରପାଳ ଶୁଭଶ୍ରୀ ସୁଭସ୍ମିତା ପ୍ରମୁଖ ସାମିଲ୍‌ ହେବାର ଥିଲା। ସେଥିପାଁ ଲାଗିଥିଲା ଫଳକ ଓ ତିଆରି କରାଯାଇଥିଲା ଷ୍ଟେଜ। ହେଲେ ସ୍ଥାନୀୟ କାଉନ୍‌ସିଲର୍‌ ଲିନା ସାହୁଙ୍କୁ ନିମନ୍ତ୍ରଣ କରାଯାଇନଥିଲା।

ରାତି ପାହିବା ପୂର୍ବରୁ ଅର୍ଥାତ ଶନିବାର ବିଳମ୍ୱିତ ରାତିରେ କେହି ଦୁର୍ବୃତ୍ତ ଷ୍ଟେଜ୍‌ ପୋଡ଼ି ଦେଇଥିବା ବେଳେ ଶିଳାନ୍ୟାସ ପାଇଁ ନିଆରି ହୋଇଥିବା ଫଳକକୁ ଭାଙ୍ଗି ଦେଇଛନ୍ତି। ଯାହାଫଳରେ ଫଳକ ଚୂରମାର ହୋଇଯାଇଛି। କିଏ ଏହି ଏପରି କାର୍ଯ୍ୟ କରିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। କିନ୍ତୁ ଏଥିରେ ସ୍ଥାନୀୟ କାଉନ୍‌ସିଲର୍‌ ଲିନା ସାହୁଙ୍କ ସମର୍ଥକଙ୍କ ହାତ ଥିବା ଅଭିଯୋଗ ହେଉଛି।

Advertisment

ଷ୍ଟେଜ୍‌ ପୋଡ଼ିବା ଓ ଫଳକ ଭାଙ୍ଗାଯିବା ଘଟଣା ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ବିଧାୟକ ମଧ୍ୟ ବିରକ୍ତି ପ୍ରକାଶ କରିଥିବା ଆଲୋଚନା ହେଉଛି। ଏହା ସତ୍ତ୍ୱେ ଭୂମି ପୂଜନ ପର୍ବ ହୋଇଛି। ମହାଆଡମ୍ୱରରେ ହେବା ପରିବର୍ତ୍ତେ ନିରାଡାମ୍ୱରେ ଭୂମି ପୂଜନ ଉତ୍ସବ କରାଯାଇଛି। କୌଣସି ଅତିଥି ଆସିନଥିବା ବେଳେ ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ତୈଳିକ ସମାଜର କର୍ମକର୍ତ୍ତାମାନେ ସାମିଲ ହୋଇଥିଲା। ତେବେ ଫଳକ ଭଙ୍ଗା କାର୍ଯ୍ୟକୁ ତୈଳିକ ସମାଜ ପକ୍ଷରୁ ନିନ୍ଦା କରାଯାଇଛି।

ସ୍ଥାନୀୟ କାଉନସିଲର ଲିନା ସାହୁ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

BjD Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe