Advertisment

ପ୍ରଦୀପ ପାଣିଗ୍ରାହଙ୍କୁ ଫସାଇବାକୁ କିଏ କରିଥିଲା ଷଡ଼ଯନ୍ତ୍ର?

ପ୍ରଦୀପଙ୍କ ନାଁରେ ମାମଲା କରିଥିବା ଲକ୍ଷ୍ମୀଧର ନାୟକ ଓ ପ୍ରଭାତ କୁମାର ନାୟକ କୋର୍ଟରେ ବୟାନ ଦେଇଥିଲେ। ସେମାନେ କହିଛନ୍ତି, ପ୍ରଦୀପଙ୍କୁ କୌଣସି ପ୍ରକାର ଅର୍ଥ ନେଣଦେଣ ହୋଇନି।

Pradeep Kumar Panigrahy

BJP

Advertisment

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଫସାଇ ଦେଇଥିଲା କି ବିଜେଡି ସରକାର? ପୂର୍ବ ସରକାର ବେଳେ ଜାଣିଶୁଣି ଚାପ ପକାଇ ମାମଲା ହୋଇଥିଲା? ଆଜି ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ ଅଭିଯୋଗକାରୀଙ୍କ ବୟାନ ପରେ ଏଭଳି କିଛି ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ।

Advertisment

ପ୍ରଦୀପଙ୍କ ନାଁରେ ମାମଲା କରିଥିବା ଲକ୍ଷ୍ମୀଧର ନାୟକ ଓ ପ୍ରଭାତ କୁମାର ନାୟକ କୋର୍ଟରେ ବୟାନ ଦେଇଥିଲେ। ସେମାନେ କହିଛନ୍ତି, ପ୍ରଦୀପଙ୍କୁ କୌଣସି ପ୍ରକାର ଅର୍ଥ ନେଣଦେଣ ହୋଇନି। ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ବିଜେଡିର କିଛି ବରିଷ୍ଠ ନେତା ଗୋଳନ୍ଥରା ଥାନାରେ ବସି ସେମାନଙ୍କ ଉପରେ ଚାପ ପକାଇ ମାମଲା ରୁଜୁ କରିଥିଲେ। ଏହି ଚାପ ପାଇଁ ହିଁ ସେମାନେ ମାମଲା ଦାଏର କରିଥିବା କହିଛନ୍ତି ପ୍ରଦୀପଙ୍କ ଓକିଲ।

ସେପଟେ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ। ସେ କହିଛନ୍ତି, ଦଳ ପକ୍ଷରୁ କୌଣସି ଚାପ ନାହିଁ। ଯଦି ଚାପ ଥିଲା, ସେତେବେଳେ କାହିଁକି ଜଣାଇଲେନାହିଁ। ଏବେ ସେମାନେ ଚାପରେ କହୁ ଥାଇପାରାନ୍ତି। ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଜେଲ ଯାଇଥିଲେ ପ୍ରଦୀପ ପାଣିଗ୍ରାହୀ।

Advertisment
BjD Bjp Ganjam Ganjam Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe