ପ୍ରଭାତ କହିଲେ ସାଙ୍ଘାତିକ କଥା। ବାହାର ରାଜ୍ୟରେ ଖୋଲା ହୋଇଛି ବିଜେଡି ଆକାଉଣ୍ଟ। ପ୍ରେସମିଟ୍ କରି ବିଜେଡିର ସବୁ କିଛି ଉଗାରିଦେଲେ ପୂର୍ବତନ ଚୌଦ୍ବାର-କଟକ ବିଧାୟକ ପ୍ରଭାତ ବିଶ୍ବାଳ। ଏବେ ବି ସେହି ଗୋଟିଏ କଥା। ଦଳର ଅନ୍ୟ ଏକ ଆକାଉଣ୍ଟ ରାଜ୍ୟ ବାହାରେ ଖୋଲା ଯାଇଛି। ଆଉ ଏଥିରେ ସଂନ୍ତୃପ୍ତ ମିଶ୍ରଙ୍କ ସିଗନେଚର ରହିଥିବା ଅଭିଯୋଗ କରିଛନ୍ତି ପ୍ରଭାତ। ଯେଉଁ କଥା ସେ ପାର୍ଟି ସୁପ୍ରିମୋଙ୍କୁ ଶେଷ ମୁହୁର୍ତ୍ତରେ କହିବାକୁ ଯାଇ ଆଜି ଦଳରୁ ଆଉଟ୍ । କିନ୍ତୁ ପ୍ରଶ୍ନ ଉଠୁଛି ପ୍ରଭାତ ଯଦି ଏ କଥା ଗତ 2 ଦିନ ହେଲା ଜାଣିଥିଲେ , ତାହେଲେ କାହିଁକି ଚୁପ୍ ବସିଥିଲେ । ତାଙ୍କର ପ୍ରିୟ ଭି.କେ ପାଣ୍ଡିଆନ୍ କି ଦଳର କୌଣସି ବରିଷ୍ଠ ନେତାଙ୍କ ସହ କାହିଁକି ଆଲୋଚନା କଲେନି। ପ୍ରଭାତଙ୍କୁ ବେଶ ଭଲରେ ଜଣା ଅଛି ସଂନ୍ତୃପ୍ତଙ୍କୁ ଦଳକୁ ଆଣିବା ପଛରେ ରହିଛି ପାଣ୍ଡିଆନ୍ ଙ୍କ ଭୂମିକା। ସୁଜାତା ପାଣ୍ଡିଆନଙ୍କୁ ରାଜ୍ୟସଭା ଆସନ ଦେବାକୁ କହୁଥିବା ପ୍ରଭାତ ବିଶ୍ବାଳ ଆଜି ହଠାତ୍ ପାଣ୍ଡିଆନ୍ ଅନୁଗାମୀଙ୍କ ବିରୋଧୀ କେମିତି ହୋଇଗଲେ ।
ସେପଟେ ଶନିବାର ନବୀନ ନିବାସରେ ଯାହା ଘଟିଲା, ତାହା ପରେ ସାଂସଦ ଦେବାଶିଷ ସାମନ୍ତରାୟ ପ୍ରଭାତ ବିଶ୍ବାଳଂକୁ କୃତଘ୍ନ କହି ମନ ଇଛା ବର୍ଷିଥିଲେ । ଆଜି କଟକରେ ପ୍ରେସ ମିଟ୍ କରି ଦେବାଶିଷଙ୍କ ପୁରା ଗୋହି ଖୋଳିଛନ୍ତି ପ୍ରଭାତ । କହିଛନ୍ତି, ମଦ ପିଇବା ପରେ ଦେବାଶିଷ କଣ କୁହନ୍ତି ସେ ଜାଣନ୍ତି ନାହିଁ ।
ବିଜେଡିରୁ ବିଦା ହେବା ପରେ, ଛାତି ତଳେ ଚାପି ରଖିଥିବା ଦୀର୍ଘ 14 ବର୍ଷ ତଳର ବଥା ଖୋଲି କହିଛନ୍ତି ପ୍ରଭାତ ବିଶ୍ବାଳ । ମିଡ୍ ନାଇଟ୍ ଅପରେସନରେ ଯେଉଁମାନେ ସଂପୃକ୍ତ ଥିଲେ ସେମାନେ ତାଙ୍କୁ ଚିଟ୍ ଫଣ୍ଡ କେସ୍ ରେ ଷଡଯନ୍ତ୍ର କରି ଫସାଇଥିବା ସେ କହିଛନ୍ତି । ଯେଉଁଥିରେ ବବି ଦାସ ଓ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଭୂମିକାରେ ଥିବା ଅଭିଯୋଗ କରିଛନ୍ତି ପ୍ରଭାତ ।
କଟକରୁ ଦେବାଶିଷ ମହାନ୍ତି ଓ ସ୍ବାତୀ ଜେନାଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/02/prabhata-2026-03-02-11-04-05.jpg)