Advertisment

ସୁଦାମ ମାରାଣ୍ଡିଙ୍କ ସ୍ଥାନରେ କିଏ ହେବେ ପ୍ରାର୍ଥୀ? ୪ ଜଣ ଆଶାୟୀ

ବିଜେଡିରେ ମିଶିବା ପରେ ସୁଦାମ ମାରାଣ୍ଡି ୨୦୧୪ ଓ ୨୦୧୯ ମସିହାରେ ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ହେଲେ ଏଥର ସେ ମୟୂରଭଞ୍ଜ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ପରୀକ୍ଷା ଦେଉଛନ୍ତି।

undefined

Voting

Advertisment

ଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସ୍ଥାନରେ କିଏ ହେବେ ବିଜେଡି ପ୍ରାର୍ଥୀ? ଏହାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ୪ ଜଣ ଆଶାୟୀ ପ୍ରାର୍ଥୀ ହେବା ପାଇଁ ଅନାଇ ବସିଛନ୍ତି। ସମସ୍ତେ ରାଇଜ ମୁଖିଆଙ୍କ ପାଖରେ ବାୟୋଡାଟା ଦେଇଛନ୍ତି। ଆଉ ପ୍ରାର୍ଥୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି! ତେଣୁ କିଏ ପ୍ରାର୍ଥୀ ହେବେ, ସେ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନେଇପାରୁ ନାହାନ୍ତି। ଯେଉଁଥିପାଇଁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଛି।

Advertisment

ବିଜେଡିରେ ମିଶିବା ପରେ ସୁଦାମ ମାରାଣ୍ଡି ୨୦୧୪ ଓ ୨୦୧୯ ମସିହାରେ ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ହେଲେ ଏଥର ସେ ମୟୂରଭଞ୍ଜ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ପରୀକ୍ଷା ଦେଉଛନ୍ତି। ତାହାହେଲେ ତାଙ୍କ ସ୍ଥାନରେ କିଏ ହେବେ ବାଙ୍ଗିରିପୋଷି ବିଧାୟକ ପ୍ରାର୍ଥୀ? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗିଥିବା ବେଳେ ଚର୍ଚ୍ଚାରେ ଅଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ସୋରଜିନି ହେମ୍ୱ୍ରମ, ଦେବାଶିଷ ମାରାଣ୍ଡି, ଛବି ମାହାଲି ଓ ସୁଦାମ ମାରାଣ୍ଡିଙ୍କ ଶିକ୍ଷୟିତ୍ରୀ ପତ୍ନୀ। ତେବେ ଆଗରେ ଅଛନ୍ତି ସୁଦାମ ମାରାଣ୍ଡିଙ୍କ ପତ୍ନୀ।

୪ ଜଣ ଆଶାୟୀ ଥିବାରୁ କୌଣସି ନିଷ୍ପତ୍ତି ନେଇପାରୁନି ଜିଲ୍ଲା ବିଜେଡି। ଦଳ ଡିଆଁ ଭୟ ଘାରୁଥିବାରୁ ବିଜେଡି ମାପିଚୁପି ଆଗକୁ ବଢ଼ୁଛି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବିଭିନ୍ନ ଦିଗରୁ ତର୍ଜମା କରୁଛି। ମିଳିଥିବା ସୂଚନା ଅନୁସାରେ ଜିଲ୍ଲା ସଦର ମହକୁମାରେ ଅଙ୍କ ନଛିଡ଼ାବରୁ ବାଙ୍ଗିରିପୋଷି ଗଣିତ ରାଜଧାନୀ ଭୁବନେଶ୍ୱରରେ କଷା ଯାଉଛି। ଅନ୍ୟପକ୍ଷରେ ବିରୋଧୀ ବିଜେପି, କଂଗ୍ରେସ ଓ ଜେଏମଏମ ମଧ୍ୟ ଏଠାରୁ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ସମସ୍ତଙ୍କ ନଜର ବିଜେଡି ଉପରେ ରହିଛି।

Advertisment

ସେପଟେ ଦେଖିବାକୁ ଗଲେ ୨୦୦୪ରୁ ଆଜି ପର୍ଯ୍ୟନ୍ତ ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ବିଜେଡି ପାଖରେ ରହିଛି। ୨୦୦୪ ମସିହାରେ ଚୈତନ୍ୟ ପ୍ରସାଦ ମାଝୀ ବିଜୟୀ ହୋଇଥିଲେ। ତା’ପରେ ଅର୍ଥାତ ୨୦୦୯ ମସିହାରେ ସରୋଜିନୀ ହେମ୍ୱ୍ରମ ବିଜେଡିରୁ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥିଲେ। ତେବେ ୨୦୧୪ ମସିହାରେ ସରୋଜିନୀଙ୍କ ବଦଳରେ ସୁଦାମ ମାରାଣ୍ଡିଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଆଉ ସୁଦାମ ମାରାଣ୍ଡି ବିଜୟୀ ହୋଇ ରାଜ୍ୟ ମନ୍ତ୍ରିମଣ୍ଡଳରେ ସଦସ୍ୟ ହୋଇଥିଲେ। ୨୦୧୯ ମସିହାରେ ଦଳ ତାଙ୍କୁ ଆଉଥରେ ପ୍ରାର୍ଥୀ କରିଥିଲା। ସେଥର ମଧ୍ୟ ସେ ବିଜୟ ଲାଭ କରିଥିଲେ। ହେଲେ ଏଥର ଦଳ ତାଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ଛିଡ଼ା କରିଛି। ତେଣୁ ତାଙ୍କର ଉତ୍ତରାଧିକାରୀ ଭାବେ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବାକୁ ସୁଦାମ ମାରାଣ୍ଡି ଚାହୁଁଥିବା ଚର୍ଚ୍ଚା ହେଉଛି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

BjD Mayurbhanj Loka Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe