ରାଜଧାନୀ ରାଜନୀତି: ବିଜେଡିକୁ ଅସ୍ଥିର କରୁଛି କିଏ, ୩ ଦାବିଦାରଙ୍କ ପ୍ରାର୍ଥୀତ୍ୱରେ କେତେ ଦମ୍‌

ଭୁବନେଶ୍ୱରର ୩ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ଏବେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଦାବିଦାର ରାଜଧାନୀର ରାଜନୀତିକ ଉଷ୍ମତାକୁ ବଢ଼ାଇ ଦେଇଛି ।

CM PhotoOR

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Tuesday, 05 March 2024
  • Updated: 05 March 2024, 10:11 PM IST

Sports

Latest News

ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ମେଂଟକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ଏପଟେ ରାଜ୍ୟତମାମ ବିଜେଡି  ସୁପ୍ରିମୋଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେଇ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭୁବନେଶ୍ୱରର ୩ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ଏବେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଦାବିଦାର ରାଜଧାନୀର ରାଜନୀତିକ ଉଷ୍ମତାକୁ ବଢ଼ାଇ ଦେଇଛି । ତେବେ ଉତ୍ତରରୁ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର-ସେଂଟ୍ରାଲରୁ ଅମରେଶ ଜେନା(ବାଇଁଆ) ଓ ଭୁବନେଶ୍ୱର-ଏକାମ୍ରରୁ ବିରଂଚି ନାରାୟଣ ମହାସୁପକାର(ଲିଟୁ)ଙ୍କ ପ୍ରାର୍ଥୀତ୍ୱ ଦାବିଦାରୀ ଏବେ ବିଜେଡିର ତୀବ୍ର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳକୁ ପଦାରେ ପକାଇ ଦେଇଛି । ଆଉ ନିଜର ହଜି ଯାଉଥିବା ପତିଆରାକୁ ଦେଖାଇବା ଆଳରେ ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀ ହିଁ  ରାଜ୍ୟତମାମ ଏପରି ସମାନ୍ତରାଳ ସଂଗଠନ ଓ ଗୋଷ୍ଠୀକନ୍ଦଳକୁ ପ୍ରୋତ୍ସାହିତ କରୁଥିବା ଚର୍ଚ୍ଚା ।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦୁଇ କର୍ପୋରେଟର ଅମରେଶ ଜେନା ଓ ଲିଟୁ ମହାସୁପକାର ଦୀର୍ଘଦିନରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶା ବାନ୍ଧିଛନ୍ତି । ଉଭୟ ଏବେ ନିକଟରେ ନିଜ ନିଜ ଅଂଚଳରେ ବନ୍ଧୁମିଳନ ନାଁରେ ଶକ୍ତି ପ୍ରଦର୍ଶନ କରିଥିବାବେଳେ ଆଜି ସମର୍ଥକଙ୍କ ସହ ନବୀନ ନିବାସ ଯାଇ ପ୍ରାର୍ଥୀ ହେବା ନିମନ୍ତେ ଆବେଦନ ପତ୍ର ଦେଇଛନ୍ତି । କେବଳ ଏହି ଦୁଇ କର୍ପୋରେଟର ନୁହଁନ୍ତି ପ୍ରିୟଦର୍ଶୀ ମିଶ୍ର ମଧ୍ୟ ଉତ୍ତର ନିର୍ବାଚନମଣ୍ଡଳୀରେ ବନ୍ଧୁମିଳନ ନାଁରେ ନିଜର ଶକ୍ତି ପ୍ରଦର୍ଶନ କରି ଟିକେଟ୍ ପାଇବେ ବୋଲି ଦମ୍ଭୋକ୍ତି ବାଢ଼ୁଛନ୍ତି । ତେବେ ପ୍ରଶ୍ନ ଉଠୁଛି, ରାଜଧାନୀ ଭୁବନେଶ୍ୱରର ଏହି ପ୍ରମୁଖ ୩ଟି ବିଧାନସଭା ଆସନରେ ଏଭଳି ଗୋଷ୍ଠୀବିବାଦ ଦୀର୍ଘଦିନ ଧରି ଲାଗି ରହିଥିଲେ ମଧ୍ୟ କାହିଁକି ଦଳ ଏହାର ସମାଧାନ ନକରି ଓଲଟା ସେମାନଙ୍କୁ ଖୋଲାଖୋଲି ପତିଆରା ପ୍ରଦର୍ଶନ ନିମନ୍ତେ ସୁଯୋଗ ଦେଉଛି । କେବଳ ସୁଯୋଗ ନୁହେଁ ବରଂ ନବୀନ ନିବାସରୁ ପୂର୍ବ ଅନୁମତି ସହ ଆବେଦନପତ୍ର ଦାଖଲ କରାଇବାକୁ ଏହି ନେତାମାନେ ପଛାଉ ନାହାନ୍ତି । ତେବେ ଅମରେଶ ଜେନା ଓ ଲିଟୁ ମହାସୁପକାରଙ୍କ ପଛରେ ବିଜେଡିର କେଉଁ ପ୍ରମୁଖ ନେତା ରହିଛନ୍ତି ଯାହାଙ୍କ ସାହାସରେ ସେମାନେ ରାଜଧାନୀରେ ଦଳକୁ ଅସ୍ଥିର କରିବାର ଦମ୍ଭ ଦେଖାଇ ପାରୁଛନ୍ତି?

ଯଦି ରାଜ୍ୟର ଅନ୍ୟ ତମାମ ବିଧାନସଭା କ୍ଷେତ୍ରରୁ ଆଶାୟୀମାନେ ନିଜର ସମର୍ଥକଙ୍କ ସହ ଏଭଳି ନବୀନ ନିବାସ ଆସିବା ଆରମ୍ଭ କରିବେ ସେହି ଅଶାନ୍ତ ଓ ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବାରେ ବିଜେଡି ନେତୃତ୍ୱ ସକ୍ଷମ ହେବେ ତ? ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ କଥା । ତେବେ ପ୍ରିୟଦର୍ଶୀ, ଅମରେଶ ଓ ଲିଟୁ ଯେଉଁ ୩ଟି ଆସନରେ ନିଜର ଦାବିଦାରୀ ଦେଖାଉଛନ୍ତି ବାସ୍ତବରେ ସେମାନଙ୍କ ପାଖରେ ବିଜୟ ସମ୍ଭାବନା ରହିଛି କି?

୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର-ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ୭୫୦୭୦ଖଣ୍ଡ ଭୋଟ ପାଇଥିଲେ । ବିଜେପିର ବାବୁ ସିଂଙ୍କୁ ୩୫.୩% ଭୋଟ୍ ଓ ଅଶୋକ ପଣ୍ଡାଙ୍କୁ ୫୭.୧% ଭୋଟ୍ ମିଳିଥିଲା । ୨୦୧୯ ମସିହାରେ ବି ଲିଟୁଙ୍କ ସମେତ ବିଜେଡିର ସ୍ଥାନୀୟ ନେତା ସଂଗ୍ରାମ ପାଇକରାୟ ମଧ୍ୟ ଏହି ଆସନ ପାଇଁ ଦାବିଦାର ଥିଲେ । ମାତ୍ର ଦଳ ଉଭୟଙ୍କୁ ମ୍ୟାନେଜ କରି ଅଶୋକଙ୍କୁ ଭରସା କରିଥିଲା ଓ କିଛି ଅନ୍ତର୍ଘାତୀ କାର୍ଯ୍ୟ ସତ୍ତ୍ୱେ ଅଶୋକ ୨୮ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଚଳିତଥର ନିର୍ବାଚନ ପୂର୍ବରୁ ଦଳ ସଂଗ୍ରାମଙ୍କୁ ଡାକି ମ୍ୟାନେଜ୍ କରିଥିଲେ ମଧ୍ୟ ଲିଟୁଙ୍କୁ ସମାନ୍ତରାଳ ସାଂଗଠନିକ କାର୍ଯ୍ୟ କରିବାକୁ ପରୋକ୍ଷରେ ସୁଯୋଗ ଦେଇଛି । ଯଦିଓ ଅଶୋକ ପୁଣିଥରେ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମାତ୍ର ଲିଟୁଙ୍କ ଏଭଳି ସମାନ୍ତରାଳ ସଂଗଠନ ପଛରେ କାହାର ଅଭୟ ହସ୍ତ ରହିଛି ତାକୁ ନେଇ ବିଜେଡି ମହଲରେ ଚର୍ଚ୍ଚା ଲାଗି ରହିଛି ।

ସେହିପରି ଭୁବନେଶ୍ୱର-ସେଂଟ୍ରାଲ ବିଧାନସଭା ଆସନରୁ ୨୦୧୯ ସାଧାରଣ ନିର୍ବାଚନରେ ଅନନ୍ତ ନାରାୟଣ ଜେନା ୧୧୪୪୨ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜେପିର ଜଗନ୍ନାଥ ପ୍ରଧାନଙ୍କୁ ପରାଜିତ କରିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀ ଜେନା ଦଳ ଛାଡ଼ିବାର ଧମକ ଦେଇ ନାଟକୀୟ ଢଙ୍ଗରେ ବିଜେଡିର ଟିକେଟ୍ ହାତେଇଥିଲେ । ଆଉ ତାଙ୍କୁ ୫୪୦୨୨ଖଣ୍ଡ ଭୋଟ୍ ମିଳିଥିଲା । ସେହି ସମୟରେ ଶ୍ରୀ ଜେନାଙ୍କୁ ମଧ୍ୟ ଗୋଟିଏ ଗୋଷ୍ଠୀ ତୀବ୍ର ବିରୋଧ କରୁଥିଲା । ଦଳ ସେତେବେଳେ ଅନ୍ୟ ଆଶାୟୀଙ୍କୁ ମ୍ୟାନେଜ୍ କରି ଶ୍ରୀ ଜେନାଙ୍କ ବିଜୟ ସୁନିଶ୍ଚିତ କରାଇଥିଲା । ଅମରେଶ ମଧ୍ୟ ଗତ ନିର୍ବାଚନରେ ବି ଟିକେଟ୍ ଆଶାୟୀ ଥିଲେ ।

Also Read

ଭୁବନେଶ୍ୱର-ଉତ୍ତରରେ ୨୦୧୯ ସାଧାରଣ ନିର୍ବାଚନରେ ବିଲଡର ସୁଶାନ୍ତ ରାଉତଙ୍କୁ ବିଜେଡି ଟିକେଟ୍ ଦେଇଥିଲା । ଆଉ ସେ ବିଜେପିର ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ୨୫୪୧୪ଖଣ୍ଡ ଭୋଟ୍ ବ୍ୟବଧାନରେ ହରାଇଥିଲେ । ପ୍ରିୟଦର୍ଶୀଙ୍କୁ ଦଳ ମ୍ୟାନେଜ କରିଥିଲା । ବିଜେପିର ଦୁର୍ବଳ ପ୍ରାର୍ଥୀ ଓ ବିଜେଡିର ଗଡ଼ ହୋଇଥିବାରୁ  ସୁଶାନ୍ତଙ୍କୁ ସହଜ ବିଜୟ ମିଳିଥିଲା । ମାତ୍ର ଏଥର ପ୍ରିୟଦର୍ଶୀ ସମାନ୍ତରାଳ ବନ୍ଧୁମିଳନ କାର୍ଯ୍ୟକ୍ରମ କରି ଟିକେଟ୍ ଦାବିଦାରୀ ଜାହିର କରୁଛନ୍ତି । ଗତ ଦୁଇସପ୍ତାହ ତଳେ ତାଙ୍କୁ ନବୀନ ନିବାସ  ଡାକି ବୁଝାଯାଇଥିଲେ ମଧ୍ୟ ସେ ଟିକେଟ୍ ପାଇବେ ବୋଲି ଦମ୍ଭୋକ୍ତି ଦେଖାଉଛନ୍ତି ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ୨୦୧୯ ସାଧାରଣ ନିର୍ବାଚନରେ ରାଜଧାନୀର ଏହି ୩ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଜିତିଥିଲେ ମଧ୍ୟ ବିଜେଡିର ଅରୂପ ପଟ୍ଟନାୟଙ୍କ ତୁଳନାରେ ବିଜେପିର ସାଂସଦ ପ୍ରାର୍ଥୀ ଅପରାଜିତାଙ୍କ ଭୋଟ୍ ବ୍ୟବଧାନ ଢେର ଅଧିକ ଥିଲା । ଏକାମ୍ରରେ ବିଜେପିର ଅପରାଜିତାଙ୍କ ସପକ୍ଷରେ ୫୨.୫% ଓ ବିଜେଡିର ଅରୂପଙ୍କୁ ୪୪.୩% ଭୋଟ୍ ମିଳିଥିଲା । ସେଂଟ୍ରାଲରେ ଅପରାଜିତାଙ୍କୁ ୫୫.୩% ଓ ଅରୂପଙ୍କୁ ୪୨.୧% ଏବଂ ଭୁବନେଶ୍ୱର ଉତ୍ତରରେ ଅପରାଜିତାଙ୍କୁ ୪୮.୩% ଓ ଅରୂପଙ୍କୁ ୪୮.୨% ଭୋଟ୍ ମିଳିଥିଲା । ଏହି ସମସ୍ତ ୩ଟି ଯାକ ଆସନରେ ବିଜେଡିର ବିଧାୟକ ପ୍ରାର୍ଥୀ ନିଜର ସାଂସଦ ପ୍ରାର୍ଥୀଙ୍କ ସହ ଅନ୍ତର୍ଘାତୀ କାର୍ଯ୍ୟ କରିଥିବାରୁ ଦଳୀୟ ପ୍ରାର୍ଥୀ ଅରୂପଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।

ଚଳିତଥର ବିଜେଡି ଭୁବନେଶ୍ୱରରୁ ନିଜର ସାଂସଦ ପ୍ରାର୍ଥୀ ଭାବେ ଶ୍ରୀମୟୀ ମିଶ୍ରଙ୍କୁ ମଇଦାନକୁ ଓହ୍ଲାଇବାର ଯଥେଷ୍ଟ ସମ୍ଭାବନା ଥିବାରୁ ରାଜଧାନୀର ୩ ବିଧାୟକ ଅଶୋକ,ଅନନ୍ତ ଓ ସୁଶାନ୍ତଙ୍କ ୨୦୧୯ ମସିହାର ଅନ୍ତର୍ଘାତୀ କାର୍ଯ୍ୟର ପୁନରାବୃତ୍ତି ଉପରେ ରୋକ୍ ଲଗାଇବାକୁ ଦଳ ଚାହୁଁଛି । ଶ୍ରୀମୟୀଙ୍କୁ ଜିତାଇବାକୁ ବିଜେଡି ପ୍ରାଥମିକତା ଦେଉଥିବାରୁ ଦଳ ନିଜର ଏହି ୩ ବିଧାୟକଙ୍କ ଉପରେ ଭରସା କରିପାରୁନଥିବା ଜଣାପଡ଼ିଛି । ତେଣୁ ଏବେଠୁ ଅମରେଶ, ଲିଟୁ ଓ ପ୍ରିୟଦର୍ଶୀଙ୍କୁ ମଇଦାନରେ ସକ୍ରିୟ ରଖ ଏହି ୩ ବିଧାୟକଙ୍କ ପ୍ରାର୍ଥୀତ୍ୱ ଦାବିଦାରୀକୁ ଦୁର୍ବଳ ପାଇଁ ପ୍ରୟାସ କରୁଥିବା ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story