ଓଡ଼ିଶାକୁ ମୁଣ୍ଡଜାମିନ ରଖି ତାମିଲନାଡ଼ୁକୁ ଫାଇଦା ଦେଉଛି କିଏ, ବର୍ଷିଲା ବିଜେପି

ସାରା ଦେଶରେ ଓଡ଼ିଶା ସବୁଠାରୁ ମହଙ୍ଗା ରାଜ୍ୟ । ଗତ ଅକ୍ଟୋବର ମାସ ଭାରତର ମୁଦ୍ରାସ୍ପୀତି ୪.୮୭ପ୍ରତିଶତ ଥିଲାବେଳେ ଓଡ଼ିଶାରେ ତାହା ଥିଲା ୬.୪୭ ।

BJP

ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଓ ରାଜ୍ୟ ମିଡିଆ ସେଲ୍ ମୁଖ୍ୟ ଦିଲୀପ ମଲ୍ଲିକ

Jitendra Garnayak
  • Published: Thursday, 16 November 2023
  • Updated: 16 November 2023, 07:04 PM IST

Sports

Latest News

ଓଡ଼ିଶା ସରକାରଙ୍କୁ ମୁଣ୍ଡ ଜାମିନରେ ରଖି ବିଦ୍ୟୁତ ସଂସ୍କାରର ଫାଇଦା ତାମିଲନାଡୁକୁ ଦିଆଯାଉଛି । ତାପଜ ବିଦ୍ୟୁତ ଉତ୍ପାଦନ ପାଇଁ ଓଡ଼ିଶାରେ କୋଇଲା ଭରପୂର ଥିଲେ ମଧ୍ୟ ବିଜେଡି ସରକାରଙ୍କ ଭ୍ରଷ୍ଟାଚାର ଓ କୁପରିଚାଳନା ଯୋଗୁ ରାଜ୍ୟବାସୀଙ୍କୁ ଉଚ୍ଚଦରରେ ବିଦ୍ୟୁତ ଶୁଳ୍କ ନିଆଯାଉଛି । ଏଭଳି ଅଭିଯୋଗ କରି ରାଜ୍ୟରେ ନିଅଣ୍ଟିଆ ବିଦ୍ୟୁତ ପ୍ରସଙ୍ଗ ଓ ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ରାଜ୍ୟ ବିଜେପି ।

ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ସାରା ଦେଶରେ ଓଡ଼ିଶା ସବୁଠାରୁ ମହଙ୍ଗା ରାଜ୍ୟ । ଗତ ଅକ୍ଟୋବର ମାସ ଭାରତର ମୁଦ୍ରାସ୍ପୀତି ୪.୮୭ପ୍ରତିଶତ ଥିଲାବେଳେ ଓଡ଼ିଶାରେ ତାହା ଥିଲା ୬.୪୭ । ସାଧାରଣ ଓଡ଼ିଆ ପରିବାରର ମାସିକ ବଜେଟ୍‌ରେ ବିଦ୍ୟୁତ ଦେୟ ଏକ ପ୍ରମୁଖ ଅଂଶ ଗ୍ରହଣ କରିଥାଏ । ଜାତୀୟ ପାୱାର ଫାଇନାନ୍ସ କର୍‌ପୋରେସନ୍‌ର ତଥ୍ୟ ଅନୁଯାୟୀ ଓଡ଼ଆ ବିଦ୍ୟୁତ ଗ୍ରାହକ ୟୁନିଟ୍ ପ୍ରତି ଭାରତର ବିଦ୍ୟୁତ ଗ୍ରାହକ ଅପେକ୍ଷା ପ୍ରତି ୟୁନିଟ୍ ୮୦ପଇସା ଅଧିକ ପ୍ରଦାନ କରିଥାଏ । ବିଦ୍ୟୁତ ଉତ୍ପାଦନ କଂଚାମାଲ କୋଇଲାରେ ଭରପୁର ଓଡ଼ିଶାରେ ଏହି ଉଚ୍ଚଦରର ବିଦ୍ୟୁତ ଶୁଳ୍କ ବିଜେଡି ସରକାରଙ୍କ ଭ୍ରଷ୍ଟାଚାର ଓ କୁପରିଚାଳନା କାରଣରୁ ସମ୍ଭବ ହୋଇଛି ।

ସେ କହିଛନ୍ତି ଯେ, ସୁନ୍ଦରଗଡ ଜିଲ୍ଲା ତଲାବିରାଠାରେ ୩୨ଶହ ମେଗାୱାଟର ଏକ ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ନାଭେଲି ଲିଗ୍‌ନାଇଟ୍ କର୍ପୋରେସନ୍ ପ୍ରତିଷ୍ଠା କରୁଛି । କେନ୍ଦ୍ର କୋଇଲା ଓ ଶକ୍ତି ମନ୍ତ୍ରଣାଳୟର ସଂଶୋଧିତ ନୀତି ୨୦୨୧ ଅନୁଯାୟୀ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା ହୋଇଥିବା ରାଜ୍ୟକୁ ସଂପୃକ୍ତ ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦିତ ବିଦ୍ୟୁତର ୫୦ପ୍ରତିଶତ ମିଳିବ । ସେହି ଦୃଷ୍ଟିରୁ ତଳାବିରା ବିଦ୍ୟୁତ୍ କେନ୍ଦ୍ରରୁ ଓଡ଼ିଶାର ହକ୍ ହେଉଛି ୧୬ଶହ ମେଗାୱାଟ । କିନ୍ତୁ ସମସ୍ତ ଆଇନ କାନୁନକୁ ମୋଡ଼ିମକଚି ରାଜ୍ୟ ସରକାର ମାତ୍ର ୮ଶହ ମେଗାୱାଟରେ ସନ୍ତୁଷ୍ଟ ହୋଇଛନ୍ତି । ଆଉ ତାମିଲନାଡୁକୁ ଶସ୍ତା ଦରରେ ୧୫ଶହ ମେଗାୱାଟ ବିଦ୍ୟୁତ ଯୋଗାଇ ଦିଆଯାଉଛି । ବିଦ୍ୟୁତ ଯୋଗାଣ ପାଇଁ ଓଡ଼ିଶାରେ ୧୫ନିୟୁତ୍ ଟନ୍‌ରୁ ଅଧିକ କୋଇଲା ଜଳିବ । ପ୍ରଦୂଷଣରେ ଜଳିବେ ବି ଓଡ଼ିଶାବାସୀ । ଅଥଚ ଏହାର ଫାଇଦାନେବ ତାମିଲନାଡୁ ।

Also Read

ଏଭଳି ରାଜ୍ୟ ସ୍ୱାର୍ଥ ବିରୋଧୀ ଚ୍ୟୁକ୍ତିର ତର୍ଜମା ଓ ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବିଦ୍ୟୁତ୍ ଆଇନ ଧାରା ୮୬(୧)(ଖ) ଓ (ଘ) ଅନୁଯାୟୀ ବିଦ୍ୟୁତ୍ ନିୟାମକ ଆୟୋଗକୁ ଅଧିକାର ପ୍ରଦାନ କରିଛି । କିନ୍ତୁ କେଉଁ ଏକ ଅଜଣା କାରଣରୁ ଆୟୋଗ ସନ୍ଦେହଜନକ ଭାବେ ଅବଲମ୍ବନ କରୁଛି । ରାଜ୍ୟର ଶାସନ ମୁଖ୍ୟ ଓ ପ୍ରଶାସନିକ ବ୍ୟବସ୍ଥାକୁ ମୁଣ୍ଡ ଜାମିନ ରଖାଯାଇ ଏହି "ରାନ୍‌ସମ୍‌’ଆଦାୟ ହେଉଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ।

ରାଜ୍ୟ ସରକାର ଭିତ୍ତିଭୂମି ସଜାଡିବା ପାଇଁ ୫ବର୍ଷରେ ୨୦ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବାର ହିସାବ, ଭୁବନେଶ୍ୱର ଭୂତଳ ତାର ବିଛାଇବା ପାଇଁ ୨ହଜାର କୋଟି ଟଙ୍କା ବ୍ୟୟ କରିଥିବାର ଦାବି ଏବଂ ସମସ୍ତ ସର୍ତ ଓ ଚ୍ୟୁକ୍ତିକୁ ଖିଲାପ କରି ବେଦାନ୍ତକୁ ବାର୍ଷିକ ୧୨୫୦କୋଟି ଟଙ୍କାର ମୁନାଫା ଟେକିଦେବା ପଛରେ ବ୍ୟାପକ ଭ୍ରଷ୍ଟାଚାରର ସୁରାକ ମିଳୁଛି । ପୂର୍ବରୁ ଆୟୋଗ ନିଦ୍ଦେଶକୁ ଅବମାନନା କରି ଗ୍ରାହକଙ୍କଠାରୁ ଆଦାୟ ହୋଇଥିବା ବେଆଇନ ୫ହଜାର କୋଟି ଟଙ୍କା ସମୂଳ ସୁଧ ସହିତ ଜନସାଧାରଣଙ୍କୁ ଫେରାଇବା ପାଇଁ "କେନ୍ଦ୍ରୀୟ ବିଦ୍ୟୁତ୍ ଆଇନ" ଧାରା ୬୨(୬) ବ୍ୟବସ୍ଥା ଅଛି । ତେଣୁ ଏହି ଅର୍ଥ ଓଡ଼ିଶାବାସୀଙ୍କୁ ଅବିଳମ୍ବେ ଫେରାଇବା ଦାବି କରି ସମଗ୍ର ରାଜ୍ୟରେ ଚାଲିଥିବା "ଜନ ଆକ୍ରୋଶ" ଆନ୍ଦୋଳନରେ "ବିଦ୍ୟୁତ୍ ବିଭ୍ରାଟ’ଅନ୍ୟ ଏକ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଶ୍ରୀ ପଣ୍ଡା ଚେତାବନୀ ଦେଇଛନ୍ତି । ରାଜ୍ୟ ମିଡିଆ ସେଲ୍ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ଏହି ଅବସରରେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story