Advertisment

ସ୍ମୃତି ଇରାନୀଙ୍କୁ ଟକ୍କର ଦେବାକୁ ଯାଉଥିବା କଂଗ୍ରେସର କିଶୋରୀ ଲାଲ ଶର୍ମା କିଏ?

୧୯୮୩ରେ ରାଜୀବ ଗାନ୍ଧିଙ୍କ ସହ ରାଏବରେଲୀ ଓ ଆମେଠି ରାଜନୀତିରେ ପ୍ରବେଶ କରିଥିଲେ କିଶୋରୀ ଲାଲ ଶର୍ମା।

Sonia Gandhi

Sonia Gandhi

Advertisment

ସମସ୍ତଙ୍କୁ ଚିକିତ କରି ନାମାଙ୍କନ ଦାଖଲର ଶେଷ ଦିନରେ ବହୁ ଚର୍ଚ୍ଚିତ ଆମେଠି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆଜି ସକାଳେ ନାଁ ଘୋଷଣା ହେବା ପରେ କଂଗ୍ରେସ ଭେଟରାନ କିଶୋରୀ ଲାଲ ଶର୍ମା ତୁରନ୍ତ ଆମେଠି ପାଇଁ ନାମାଙ୍କନ ମଧ୍ୟ ଦାଖଲ କରିଛନ୍ତି।

Advertisment

୨୦୦୪ରୁ ଆମେଠି ଲୋକସଭାରୁ ରାହୁଲ ଗାନ୍ଧି ଲଢ଼ି ଆସୁଥିଲେ। ୨୦୧୯ରେ ସେ ଏଠାରେ ପ୍ରଥମଥର ହାରିବାରୁ ଏଥର ଆଉ ପ୍ରାର୍ଥୀ ହୋଇ ନାହାନ୍ତି।୨୦୧୯ରେ ରାହୁଲଙ୍କୁ ହରାଇଥିବା ବିଜେପିର ସ୍ମୃତି ଇରାନୀ ଏଠାରେ ପୁଣି ପ୍ରାର୍ଥୀ ହୋଇଛନ୍ତି। ଏବେ ତାଙ୍କୁ ଟକ୍କର ଦେବାକୁ ମୈଦାନକୁ ଆସିଛନ୍ତି କଂଗ୍ରେସର କିଶୋରୀ ଲାଲ ଶର୍ମା।

ତେବେ କିଶୋରୀ ଲାଲ କିଏ ? କାହିଁକି କଂଗ୍ରେସ ତାଙ୍କୁ ପ୍ରାର୍ଥୀ କଲା, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Advertisment

କିଶୋରୀ ଲାଲ ହେଉଛନ୍ତି ଗାନ୍ଧି ପରିବାର ଅତ୍ୟନ୍ତ ଘନିଷ୍ଠ। ଦଳ ସହ ସେ ୪୦ ବର୍ଷରୁ ଅଧିକ ସମୟ ହେଲା ରହିଛନ୍ତି। ଖାସ ଏହି କାରଣ ପାଇଁ ୨୦୧୯ ଯାଏ ଗାନ୍ଧି ପରିବାରର ଗଡ଼ ଭାବେ ପରିଚିତ ଆମେଠିର ଟିକେଟ ତାଙ୍କୁ ମିଳିଛି।

୨୦୨୪ରେ ଗାନ୍ଧି ପରିବାରର ସମ୍ମାନ ଆମେଠିରେ ବାଜିରେ ଲାଗିଛି। କାରଣ ଆମେଠିରେ ରାହୁଲ ପୁଣି ପ୍ରାର୍ଥୀ ହେବେ କି ନାହିଁ, ସେନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। ରାହୁଲ ପ୍ରାର୍ଥୀ ହେବାକୁ ଡରୁ ଥିବା ବିଜେପି ଅଭିଯୋଗ ମଧ୍ୟ କରିଥିଲେ। ସେହିପରି କଂଗ୍ରେସ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ହିଁ କିଶୋରୀ ଲାଲ ଶର୍ମାଙ୍କ ନାଁ ଘୋଷଣା କରିଛି। ରାହୁଲ ଗାନ୍ଧି ରାଏବରେଲୀରୁ ନିର୍ବାଚନ ଲଢ଼ୁଛନ୍ତି।

କିଶୋରୀ ଲାଲ କଂଗ୍ରେସର ସମ୍ମାନ ରଖି ପାରୁଛନ୍ତି କି ନାହିଁ, ସେକଥା ଜୁନ ୪ରେ ସ୍ପଷ୍ଟ ହେବ। କିଶୋରୀ ଲାଲଙ୍କ ପ୍ରକୃତ ଘର ପଞ୍ଜାବର ଲୁଧିଆନାରେ। ସେ ୧୯୮୩ରେ ରାଜୀବ ଗାନ୍ଧିଙ୍କ ସହ ରାଏବରେଲୀ ଓ ଆମେଠି ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୧ ମେ’ ମାସରେ ରାଜୀବ ଗାନ୍ଧିଙ୍କ ମୃତ୍ୟୁ ପରେ ଗାନ୍ଧି ପରିବାର ସହ ତାଙ୍କ ସମ୍ପର୍କର ଆହୁରି ନିବିଡ଼ ହୋଇଯାଇଥିଲା।

ଗାନ୍ଧି ପରିବାରର ଅନୁପସ୍ଥିତିରେ ଆମେଠି ଓ ରାଏବରେଲୀର ଦେଖାଶୁଣା ଶ୍ରୀ ଶର୍ମା ହିଁ କରୁଥିଲେ। ସୋନିଆ ଗାନ୍ଧି ୧୯୯୯ରେ ପ୍ରଥମଥର ଆମେଠି ଯିବା ବେଳେ ଶ୍ରୀ ଶର୍ମା ତାଙ୍କ ସହ ରହିଥିଲେ। ସେ ସୋନିଆଙ୍କୁ ସେଠାକାର ଭଲମନ୍ଦ ବିଷୟରେ ବୁଝାଇଥିଲେ।

ସୋନିଆ ଗାନ୍ଧି ରାଏବେରଲୀରୁ ଲଢ଼ିବା ପରେ ମଧ୍ୟ ଆମେଠି କଥା ସେ ବୁଝୁଥିଲେ। ରାହୁଲ ଗାନ୍ଧିଙ୍କ ସହ ସେ ଆମେଠିରେ ବୁଲିବୁଲି ପ୍ରଚାର କରିଥିଲେ।

ଆଜି ଶେଷରେ ଦଳ ତାଙ୍କୁ ଆମେଠିରୁ ପ୍ରାର୍ଥୀ କରିଛି। ରାହୁଲ ଗାନ୍ଧି ରାଏବରେଲୀ ଓ ଶ୍ରୀ ଶର୍ମା ଆଜି ଆମେଠିରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଦୁଇ ଆସନରେ ଆସନ୍ତା ୨୦ ତାରିଖରେ ଭୋଟ ପଡ଼ିବ।

Kishori Lal Sharma Congress Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe