Advertisment

IPS ଅଧିକାରୀରୁ ରାଜନେତା, ZPM ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ସବୁଠି ଚର୍ଚ୍ଚା

ଆଇପିଏସ୍ ଅଧିକାରୀରୁ କିପରି ରାଜନୈତିକ ଦୁନିଆରେ ପାଦ ଥାପିଲେ, ଜାଣନ୍ତୁ ଲାଲଦୁହୋମାଙ୍କ ରାଜନୈତିକ ଯାତ୍ରା ବାବଦରେ...

ଅଦ୍ୟତନ ହୋଇଛି
Lalduhoma

Lalduhoma

Advertisment

ଆଜି ପ୍ରକାଶ ପାଇବ ମିଜୋରାମ ନିର୍ବାଚନୀ ଫଳାଫଳ। ଏଥିପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ଭୋଟ୍ ଗଣତି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ପୂର୍ବାହ୍ନ ସୁଦ୍ଧା ଆଞ୍ଚଳିକ ଦଳ ଜୋରମ ପିପୁଲ୍ସ ମୁଭମେଣ୍ଟ (ZPM) ସମସ୍ତଙ୍କୁ ପଛରେ ପକାଇ ଆଗେଇ ଚାଲିଛି। ଯଦି ZPM ଏଠାରେ କ୍ଷମତାଶୀନ ହୁଏ ତେବେ କିଏ ହେବ ମୁଖ୍ୟମନ୍ତ୍ରୀ?

Advertisment

ବର୍ତ୍ତମାନ ଏହି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ବାସ୍ତବରେ ଜେଡପିଏମ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ୭୪ ବର୍ଷୀୟ ଲାଲଦୁହୋମା। ସେ ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ। ଆଇପିଏସ୍ ଅଧିକାରୀରୁ କିପରି ରାଜନୈତିକ ଦୁନିଆରେ ପାଦ ଥାପିଲେ, ଜାଣନ୍ତୁ ଲାଲଦୁହୋମାଙ୍କ ରାଜନୈତିକ ଯାତ୍ରା ବାବଦରେ...

ଆଇପିଏସ୍ ଅଧିକାରୀରୁ ରାଜନେତା 
ଲାଲଦୁହୋମାଙ୍କ ରାଜନୈତିକ ଯାତ୍ରା ସାଧାରଣ ନଥିଲା। ସେ ପ୍ରଥମେ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ଭାବେ ଗୋଆରେ ନିଯୁକ୍ତ ହୋଇଥିଲେ। ସେଠାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସୁରକ୍ଷା ଦାୟିତ୍ୱ ପାଇଁ ଦିଲ୍ଲୀରେ ନିୟୋଜିତ ହୋଇଥିଲେ। ଏହାପରେ ଲାଲଦୁହୋମା ଜୋରମ ପିପୁଲ୍ସ ମୁଭମେଣ୍ଟ (ଜେପିଏମ) ପ୍ରତିଷ୍ଠା କରିଥିଲେ, ଯାହା ବର୍ତ୍ତମାନ ମିଜୋରାମର ରାଜନୈତିକ ସମୀକରଣକୁ ବଦଳାଇ ଦେଇଛି।

Advertisment

ରାଜନୈତିକ ଯାତ୍ରା
1984ରେ, ଲାଲଦୁହୋମା ଲୋକସଭା ଏଣ୍ଟ୍ରି କରିଥିଲେ। କିନ୍ତୁ ଏହାପରେ ତାଙ୍କୁ ରାଜନୈତିକ ଚଲାପଥରେ ଏକାଧିକ ଚ୍ୟାଲେଞ୍ଜର ସମ୍ମୁଖୀନ କରିବାକୁ ପଡିଥିଲା। ସେ ପ୍ରଥମ ଲୋକସଭା ସଦସ୍ୟ ଭାବେ ଦଳ-ବଦଳ ବିରୋଧୀ ଆଇନ(anti-defection law) ଅନୁସାରେ ସଦସ୍ୟତା ପଦ ପହାଇଥିଲେ। ଏହାପରେ ୨୦୨୦ରେ ଲାଲଦୁହୋମା ବିଧାନସଭା ସଦସ୍ୟ ଭାବରେ ମଧ୍ୟ ଅଯୋଗ୍ୟତାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ୨୦୨୧ ଉପ-ନିର୍ବାଚନରେ କମ୍ ବ୍ୟାକ୍ କରିଥିଲେ ଲାଲଦୁହୋମା। ସର୍ଚିପ୍ ଆସନରୁ ବିଧାୟକ ଭାବେ ବିଧାନସଭା ଏଣ୍ଟ୍ରି କରିଥିଲେ।

ଚଳିତ ବିଧାନସଭା ନିର୍ବାଚନରେ ଲାଲଦୁହୋମା ଜେପିଏମର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ମଇଦାନକୁ ଓହ୍ଲାଇଛନ୍ତି। ପ୍ରାରମ୍ଭିକ ଭୋଟ୍ ଗଣତି ଅନୁସାରେ ଲାଲଦୁହୋମା ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟ(MNF)କୁ ପଛରେ ପକାଇ ଆଗେଇ ଚାଲିଛି। ଯଦି ଏଠାରେ ଦଳ କ୍ଷମତାଶୀନ ହୁଏ ତେବେ ଲାଲଦୁହୋମାଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ପାଇବ ମିଜୋରାମ।  

ZPM CM Candidate Lalduhoma Mizoram Vote Counting Mizoram Assembly Election Mizoram Results Mizoram Poll Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe