Advertisment

ନାୟବ ସିଂହ ସୈନି: ସାଂସଦରୁ ମୁଖ୍ୟମନ୍ତ୍ରୀ

ବର୍ତ୍ତମାନ ନାୟବ ସିଂହ ବିଧାୟକ ନାହାନ୍ତି। ସେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଟିକେଟରେ ଜିତିଥିଲେ। ବିଧାୟକ ନଥିବା ସତ୍ତ୍ୱେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି।

author-image
Hemant Lenka
Nayab singh saini

Nayab singh saini

ହରିଆଣାର ରାଜନୀତିକ ହଟଚମଟ ଭିତରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ବିଜେପିର ରାଜ୍ୟ ସଭାପତି ନାୟବ ସିଂହ ସୈନି। ଲୋକସଭା ନିର୍ବାଚନ ସିଟି ଶେୟାରିଂକୁ ନେଇ ବିଜେପି ଓ ସହଯୋଗୀ ଜେଜେପି ମଧ୍ୟରେ ମତପାର୍ଥକ୍ୟ ଦେଖାଯାଇଥିଲା।

Advertisment

ଏହି କାରଣରୁ ମନୋହରଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ନାୟବ ସିଂହ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ସେ ନିଜର ଘନିଷ୍ଠ ବିଧାୟକମାନଙ୍କୁ ସାଥୀରେ ଧରି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ମଧ୍ୟ ଜଣାଇଛନ୍ତି। ଖୁବଶୀଘ୍ର ନାୟବ ସିଂହ ହରିଆଣାର ମୁଖ୍ୟମନ୍ତ୍ରୀ ହେବେ। 

ହରିଆଣାରେ ବିଜେପତୀ ୪୧ ଜଣ ସାଂସଦ ଥିବା ବେଳେ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୬। ଜେଜେପିର ୧୦ ଜଣ ବିଧାୟକଙ୍କ ସହ ମିଶି ବିଜେପି ରାଜ୍ୟରେ ସରକାର ଗଠନ କରିଥିଲା। ଜେଜେପି ସମର୍ଥନ ପ୍ରତ୍ୟାହାର କରି ନେବାରୁ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବିଜେପି ଓ ଜେଜେପି ବ୍ୟତୀତ ରାଜ୍ୟରେ କଂଗ୍ରେସ ୩୦ ଜଣ, ୭ ଜଣ ସ୍ୱାଧୀନ, ଆଇଏନଏଲଡିର ଜଣେ ଓ ଏଚଏପିର ଜଣେ ବିଧାୟକ ରହିଛନ୍ତି। 

Advertisment

ସମ୍ଭବତଃ ବିଜେପି ସ୍ୱାଧୀନ ବିଧାୟକଙ୍କୁ ନିଜ ସହ ସାମିଲ କରି ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ମୁଡରେ ରହିଛି। ଏଥିପାଇଁ ନାୟବ ସିଂହ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। 

ବର୍ତ୍ତମାନ ନାୟବ ସିଂହ ବିଧାୟକ ନାହାନ୍ତି। ସେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଟିକେଟରେ ଜିତିଥିଲେ। ବିଧାୟକ ନଥିବା ସତ୍ତ୍ୱେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି।

ଓବିସି ସଂପ୍ରଦାୟରୁ ଆସିଥିବା ନାୟବଙ୍କୁ ଗତବର୍ଷ ହରିଆଣା ବିଜେପିର ମୁଖ୍ୟ କରାଯାଇଥିଲା। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ଅତ୍ୟନ୍ତ ଘନିଷ୍ଠ। ସାଂଗଠନିସ୍ତରରେ କାମ କରିବାର ଢେର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ୧୯୯୬ରେ ତାଙ୍କୁ ପ୍ରଥମଥର ପାଇଁ ହରିଆଣାରେ ବିଜେପି ସାଂଗଠନିକ ଦାୟିତ୍ୱ ଦେଇଥିଲା।

ଏହାପରେ ୨୦୦୨ରେ ଅମ୍ବଲା ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସାଧାରଣ ସମ୍ପାଦକ ହୋଇଥିଲେ ନାୟବ। ୨୦୦୫ରେ ଅମ୍ବାଲା ଯୁବ ବିଜେପି ମୋର୍ଚ୍ଚାର ଜିଲ୍ଲା ସଭାପତି ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା। ଏଥିସହ ସେ ହରିଆଣା ବିଜେପି କିଷାନ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ହୋଇଥିଲେ।

୨୦୧୨ରେ ତାଙ୍କୁ ପଦୋନ୍ନତି ମିଳିଥିଲା। ସେ ଅମ୍ବାଲା ଜିଲ୍ଲା ସଭାପତି ହୋଇଥିଲେ। ୨୦୧୪ ବିଧାନସଭା ନିର୍ବାଚନ ବେଳେ ବିଜେପି ତାଙ୍କୁ ନାରାୟଣଗଡ଼ ଆସନରୁ ପ୍ରାର୍ଥୀ କରିଥିଲା। ନାୟବ ମଧ୍ୟ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ।

୧୯୯୬ ଜୁଲାଇ ମାସରେ ମୁଜାଫରପୁର ସ୍ଥିତ ବିଆର ଆମ୍ବେଦକର ବିଶ୍ୱବିଦ୍ୟାଳୟରୁ ସେ ବିଏ ଡିଗ୍ରୀ ହାସଲ କରିଥିଲେ। ୨୦୧୦ରେ ସେ ମୀରଟର ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ପାଇଥିଲେ।

୨୦୧୪ରେ ବିଧାୟକ ହୋଇଥିବା ନାୟବ ୨୦୧୬ରେ ଖଟ୍ଟର ସରକାରରେ ମନ୍ତ୍ରୀ ହୋଇଥିଲେ। ୨୦୧୯ରେ ବିଜେପି ତାଙ୍କୁ କୁରୁକ୍ଷେତ୍ର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ସେ ୩.୮୫ ଲକ୍ଷ ଭୋଟ ପାଇ ଏଠାରୁ ଲୋକସଭାକୁ ଯାଇଛନ୍ତି। ୨୦୨୩ରେ ହରିଆଣା ବିଜେପି ମୁଖ୍ୟ ହୋଇଥିବା ନାୟବ ୨୦୨୪ରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Bjp Haryana News Nayab Singh Saini