Advertisment

ପଏତୋଗତାର୍ନ ଶିନାବାତ୍ରା କିଏ? ହେବାକୁ ଯାଉଛନ୍ତି ଥାଇଲ୍ୟାଣ୍ଡର ସର୍ବକନିଷ୍ଠ ମହିଳା ପ୍ରଧାନମନ୍ତ୍ରୀ

ଥାଇଲ୍ୟାଣ୍ଡ ସଂସଦ ଶିନାବାତ୍ରାଙ୍କ ନାଁରେ ମୋହର ମାରିବେ ପରେ ସେ ହେବ ଦେଶର ସର୍ବକନିଷ୍ଠ ମହିଳା ପ୍ରଧାନମନ୍ତ୍ରୀ।

author-image
Debibandita Barick
Paetongtarn Shinawatra

Paetongtarn Shinawatra

ଥାଇଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ପଏତୋଗତାର୍ନ ଶିନାବାତ୍ରା। ଥାଇଲ୍ୟାଣ୍ଡ ସଂସଦ ଶିନାବାତ୍ରାଙ୍କ ନାଁରେ ମୋହର ମାରିବେ ପରେ ସେ ହେବ ଦେଶର ସର୍ବକନିଷ୍ଠ ମହିଳା ପ୍ରଧାନମନ୍ତ୍ରୀ।

Advertisment

ରିପୋର୍ଟ ଅନୁସାରେ, ଥାଇଲ୍ୟାଣ୍ଡ ସୁପ୍ରିମକୋର୍ଟ ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନଙ୍କୁ ପଦରୁ ବହିଷ୍କାର କରିଥିଲେ। ଶେଥ୍ରା ଜଣେ ପୂର୍ବତନ ଅପରାଧୀଙ୍କୁ କ୍ୟାବିନେଟରେ ନିଯୁକ୍ତ ଦେବାରୁ ଏହାକୁ ନୈତିକ ନିୟମ ଉଲ୍ଲଂଘନ ଦର୍ଶାଇ ସୁପ୍ରିମକୋର୍ଟ ତାଙ୍କୁ ବହିଷ୍କାର କରିଛନ୍ତି। 

ଏହାପରେ ସଂସଦର ନିଷ୍ପତ୍ତି କ୍ରମେ ଶିନାବାତ୍ରାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଛି। ଏପରି ହେଲେ ଶିନାବାତ୍ରା ହେବେ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ, ଯିଏକି ମାତ୍ର 37 ବର୍ଷ ବୟସରେ ଏହି ଆସନ ଅଳଙ୍କୃତ କରିବେ। 

Advertisment

ବାସ୍ତବରେ ପଏତୋଗତାର୍ନ ହେଉଛନ୍ତି ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅରବପତି ଥାକସିନ୍ ଶିନାବାତ୍ରାଙ୍କ ସାନ ଝିଅ। ପାଏତୋଗତାର୍ନ 1986ରେ ବ୍ୟାଙ୍କକକରେ ଜନ୍ମ ଗ୍ରହଣ କରିଥିଲେ। 

କେବଳ ତାଙ୍କ ବାପା ନୁହନ୍ତି, ଶିନାବାତ୍ରା ପରିବାରର ସେ ହେଉଛନ୍ତି ଚତୁର୍ଥ ସଦସ୍ୟ ଯିଏକି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ତାଙ୍କ ଖୁଡ଼ି ଏବଂ ଦାଦା ଶ୍ୱଶୁର ମଧ୍ୟ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲେ।

ପଏତୋଗତାର୍ନ ରାଜନୀତି ବିଜ୍ଞାନରେ ଯୁକ୍ତ ତିନି ପାସ୍ କରିବା ପରେ ହୋଟେଲ ମ୍ୟାନେଜମେଣ୍ଟ କରିଥିଲେ। ଜଣେ ବ୍ୟବସାୟୀ ଭାବେ ମଧ୍ୟ ଖୁବ୍ ପରିଚିତ । ଏଥିସହ ରାଜନୀତିରେ ମଧ୍ୟ ତାଙ୍କର ପ୍ରତ୍ୟେକ୍ଷ ଯୋଗଦାନ ରହିଥିଲା। ଗତ ନିର୍ବାଚନରେ ​ ଗର୍ଭବତୀ ଥାଇ ମଧ୍ୟ ଜୋରଦାର ପ୍ରଚାର କରିଥିଲେ। 

ପଏତୋଗତାର୍ନ 2019ରେ ପିତାକା ସୁକ୍ସୱାତଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। କୁହାଯାଏ ଯେ, ଥାଇଲ୍ୟାଣ୍ଡ ରାଜନୀତିରେ ପଏତୋଗତାର୍ନ ଖୁବ୍ ଲୋକପ୍ରିୟ।

Paetongtarn Shinawatra Thailand PM