କାହା ସୁରକ୍ଷାରେ ଅଛନ୍ତି ପାଣ୍ଡିଆନଙ୍କ ଅଫିସର ଟିମ୍‌, କାହିଁକି ବଦଳୁନି ବିଭାଗ: ସିଏମଓରେ ୬ମାସ ତିଷ୍ଠି ପାରିଲେନି ଡାକୁଆ

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିବା ୨୦୧୧ ବ୍ୟାଚ୍ ଓଡ଼ିଆ ଆଇଏଏସ୍ ଅରିନ୍ଦମ ଡାକୁଆ ୬ମାସ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରେ ତିଷ୍ଠି ପାରିଲେ ନାହିଁ। ଶ୍ରୀ ଡାକୁଆଙ୍କୁ କାହିଁକି ବଦଳି କରାଗଲା ଓ ତାଙ୍କ ବଦଳି ପଛରେ କେଉଁ ଅଦୃଶ୍ୟ କାରଣ ରହିଛି ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି ।

Loka Seva Bhavan PhotoOR

ଲୋକସେବା ଭବନ

Ordigital Desk
  • Published: Friday, 03 January 2025
  • Updated: 03 January 2025, 08:41 PM IST

ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ୭ମାସ ପୂରଣ କରିବାକୁ ଯାଉଛି । ତଥାପି ବିଜେଡି ସରକାରର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଅଫିସର ଟିମ୍ ନିଜ ନିଜର କୁର୍ସି ମାଡ଼ି ବସି ରହିଛନ୍ତି । ନା ସେମାନଙ୍କ ବିଭାଗ ବଦଳୁଛି, ନା ପାଣ୍ଡିଆନ ଶାସନରେ ରାତାରାତି ଘୋଷଣା ହେଉଥିବା ଯୋଜନା ଓ ତା’ର କାର୍ଯ୍ୟକାରିତାରେ ହୋଇଥିବା ଅନିୟମିତତାର ତଥ୍ୟ ପଦାକୁ ଆସିପାରୁଛି । ପାଣ୍ଡିଆନ ସିଣ୍ଡ୍ରୋମରେ କବଳିତ ଏହି ଅଫିସରମାନଙ୍କ ବିଭାଗ ବଦଳିବା ପାଇଁ କିଏ କେଉଁଠି ବାଟ ଓଗାଳୁଛି ତାକୁ ନେଇ ସସପେନ୍ସ ଲାଗି ରହିଛି । ଏପଟେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିବା ୨୦୧୧ ବ୍ୟାଚ୍ ଓଡ଼ିଆ ଆଇଏଏସ୍ ଅରିନ୍ଦମ ଡାକୁଆ ୬ମାସ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରେ ତିଷ୍ଠି ପାରିଲେ ନାହିଁ। ଶ୍ରୀ ଡାକୁଆଙ୍କୁ କାହିଁକି ବଦଳି କରାଗଲା ଓ ତାଙ୍କ ବଦଳି ପଛରେ କେଉଁ ଅଦୃଶ୍ୟ କାରଣ ରହିଛି ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି ।

ସୂଚନା ଅନୁସାରେ, ୨୦୧୧ ବ୍ୟାଚ୍ ଆଇଏଏସ୍ ଶ୍ରୀ ଡାକୁଆ ଆଜି ରାଜ୍ୟ ପୌର ପ୍ରଶାସନର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ ହଟାଇ ଦିଆଯାଇଥିଲା । ଶ୍ରୀ ଡାକୁଆଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଆଇଏଏସ୍ ମନୋଜ ସାହୁ ଓ ଅନୁପମ ଶାହଙ୍କ ମଧ୍ୟରୁ ଜଣଙ୍କୁ ଆନୁଷ୍ଠାନିକ ଦାୟିତ୍ୱ ମିଳିପାରେ ବୋଲି ଜଣାପଡ଼ିଛି । ତେବେ ଶ୍ରୀ ଡାକୁଆଙ୍କୁ କାହିଁକି ଅଚାନକ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ(ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ)ରୁ ହଟାଇ ଦିଆଗଲା ତାକୁ ନେଇ ପାୱାର କରିଡରରେ ନାନାଦି ଚର୍ଚ୍ଚା ଲାଗି ରହିଛି । ଗତକାଲି ତାଙ୍କ ବଦଳି ବିଜ୍ଞପ୍ତି ପ୍ରକାଶ ପାଇବା ପରେ କିଛି ସମୟ ପାଇଁ ଦ୍ୱନ୍ଦ୍ୱ ମଧ୍ୟ ଲାଗି ରହିଥିଲା ।

ଅନ୍ୟପକ୍ଷରେ, ବିଜେଡି ଶାସନ କାଳରେ ପାଣ୍ଡିଆନଙ୍କ ଖାସ୍ ଅଫିସର ଭାବେ ପରିଚିତ ଥିବା ଅଧ ଡଜନରୁ ଅଧିକ ଆଇଏଏସ୍ ଏବେବି ନିଜର ପୁରୁଣା ଗାଦି ମାଡ଼ିବସି ରହିଛନ୍ତି । ୟେ ହେଉଛନ୍ତି ସେହି ଆଇଏଏସ୍ ଅଫିସରମାନେ ଯାହାଙ୍କ ସହଯୋଗରେ ପାଣ୍ଡିଆନ ନିର୍ବାଚନକୁ ଆଖିରେ ରଖି ରାତାରାତି ଯୋଜନା ଘୋଷଣା ସହ କାର୍ଯ୍ୟକାରୀ କରିବାକୁ ମଧ୍ୟ ସକ୍ଷମ ହେଉଥିଲେ । ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ,ଉଚ୍ଚଶିକ୍ଷା ଓ କୃଷି ଭଳି ବିଭାଗର ଦାୟିତ୍ୱରେ ଥିବା ଆଇଏଏସ୍ ଅଫିସରମାନେ ବିଜେଡି ଶାସନକାଳରେ ଯେଭଳି ପାୱାରଫୁଲ୍ ଥିଲେ ଏବେବି ସମାନ ସୁବିଧା ଓ ଇକୋସିଷ୍ଟମରେ ରହିଛନ୍ତି ।

ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ କରି ଜଳସମ୍ପଦ ପ୍ରକଳ୍ପଗୁଡ଼ିକର ସମୀକ୍ଷା ସହ କୋଟିକୋଟି ଟଙ୍କା ପ୍ରକଳ୍ପର ମଞ୍ଜୁରୀ ଘୋଷଣା କରୁଥିଲେ । ସେତେବେଳେ ଆଇଏଏସ୍ ଅନୁ ଗର୍ଗ ବିଭାଗୀୟ ସଚିବ ଭାବେ ତାଙ୍କ ସହ ରହୁଥିଲେ । ଶ୍ରୀମତୀ ଗର୍ଗ ୨୦୨୦ ଜୁଲାଇ ମାସରୁ ଏହି ବିଭାଗର ଦାୟିତ୍ୱରେ ଅଛନ୍ତି । ବିଜେପି ସରକାର ଆସିବା ପରେ ମଧ୍ୟ ତାଙ୍କ ଗାଦି ୭ମାସ ହେଲା ସୁରକ୍ଷିତ ରହିଛି ।

Also Read

ସେହିପରି ‘ନୂଆ ଓ ଓଡ଼ିଶା’ ଭଳି ଏକ କାର୍ଯ୍ୟକ୍ରମ ମାଧ୍ୟମରେ ପାଖାପାଖି ହଜାରେ କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରିଦେଲେ ପାଣ୍ଡିଆନ । ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଲା । ସେହି ଯୋଜନାକୁ ନେଇ ତତକାଳୀନ ବିରୋଧୀ ଦଳ ବିଜେପି ବେଶ୍ ହୋ-ହାଲ୍ଲା କରିଥିଲା । କିନ୍ତୁ ଏବେ ଶ୍ରୀ ଅଗ୍ରୱାଲ ଉକ୍ତ ବିଭାଗରେ ଅଛନ୍ତି, ଆଉ ପାଣ୍ଡିଆନଙ୍କ ଶାସନରେ ସେହି ଯୋଜନା ଅର୍ଥ ସଠିକ୍ ଢଙ୍ଗରେ ହୋଇଥିଲା କି ନାହିଁ ତା’ର ଖୋଳତାଡ଼ ମଧ୍ୟ ହେଉନାହିଁ ।

ସେହିପରି ‘ଲକ୍ଷ୍ମୀ ବସ୍‌’ ଯୋଜନା ନାଁରେ ରାଜକୋଷରୁ ପ୍ରାୟ ୨ହଜାର କୋଟି ଟଙ୍କା ବ୍ୟୟ କରାଗଲା । ଏହି ଯୋଜନାକୁ ତତକାଳୀନ ବିଜେଡି ସରକାର ନିଜର ରାଜନୀତିକ ପ୍ରଚାର ଉଦ୍ଦେଶ୍ୟରେ ଉପଯୋଗ କଲା । ଯୋଜନାକୁ ନେଇ ସେତେବେଳେ ବିଜେପି କଡ଼ାଭାଷାରେ ବର୍ଷିବା ସହ ଦୁର୍ନୀତିର ଗନ୍ଧ ବାରିଥିଲା । ଗଣମାଧ୍ୟମର ମୁହଁ ବନ୍ଦ ପାଇଁ ବି ବିଜେଡି ସରକାର ପୃଷ୍ଠାପୃଷ୍ଠା ବିଜ୍ଞାପନ ଦେବାକୁ ପଛାଇ ନଥିଲା । ୨୦୨୨ ଡିସେମ୍ବରରୁ ସେହି ବିଭାଗର ସଚିବ ଥିବା ଉଷା ପାଢ଼ୀ ସେତେବେଳେ ଏସବୁ ତଦାରଖ କରୁଥିଲେ, ସେ ଏବେବି ସେହି ବିଭାଗର ଦାୟିତ୍ୱରେ ରହିଛନ୍ତି ।

ସେହିପରି ପାଣ୍ଡିଆନ ଶାସନରେ ଆଉଜଣେ ଖାସ୍ ଅଫିସର ହେଲେ ସଞ୍ଜୟ କୁମାର ସିଂହ । ଯାହାଙ୍କୁ ୨୦୨୨ ଜୁନରୁ ସୂଚନା ଓ ଲୋକସମ୍ପର୍କ ବିଭାଗ(ନିର୍ବାଚନୀ ବର୍ଷରେ ପ୍ରଚାରପ୍ରସାର ଦାୟିତ୍ୱ), ୨୦୨୨ ଅଗଷ୍ଟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଭଳି ଦୁହାଁଳିଆ ବିଭାଗର ଦାୟିତ୍ୱ ନ୍ୟସ୍ତ ହୋଇଥିଲା। ସେ ଏବେବି ସେହି ଦୁଇ ବିଭାଗ ସମ୍ଭାଳୁଛନ୍ତି । ଆଉ ବିଜେପି ସରକାର ତାଙ୍କୁ ପୁରସ୍କାର ସ୍ୱରୂପ ନଭେମ୍ବର ମାସରେ ଆଉ ଏକ ବିଭାଗ(ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ) ଦେଇଛନ୍ତି । ସେହିପରି ପୂର୍ତ୍ତ ବିଭାଗର ସଚିବ ଭିଭି ଯାଦବ ୨୦୨୨ ମାର୍ଚ୍ଚରୁ ଦାୟିତ୍ୱରେ ରହିଛନ୍ତି।

ଏହି ଅଫିସରମାନେ ଯେଉଁସବୁ ବିଭାଗ ଦାୟିତ୍ୱରେ ଅଛନ୍ତି, ସେସବୁ ବିଭାଗକୁ ସାଧାରଣତଃ ଦୁହାଁଳିଆ ବିଭାଗ ଭାବେ ବିବେଚନା କରାଯାଏ ଓ ଏସବୁ ବିଭାଗରେ ଅଧିକ ଅର୍ଥ ଆବଂଟନ ମଧ୍ୟ ହୋଇଥାଏ । କିନ୍ତୁ ସରକାର ଯିବାପରେ ମଧ୍ୟ କେଉଁ ଅଦୃଶ୍ୟ କାରଣରୁ ଓ କାହା ସୁରକ୍ଷାରେ ଏହି ଅଫିସରମାନେ କେମିତି ନିଜର ଗାଦି ମାଡ଼ିବସି ରହିବାରେ ସକ୍ଷମ ହୋଇଛନ୍ତି, ତାହା କେହି ଟେର ପାଉନାହାନ୍ତି । ପାଣ୍ଡିଆନଙ୍କ ଇକୋସିଷ୍ଟମରୁ ବର୍ତ୍ତମାନର ପ୍ରଶାସନିକ ବ୍ୟବସ୍ଥା ମୁକୁଳିପାରୁନି ନା ଅଦୃଶ୍ୟ ଭୟର ବାତାବରଣ ସୃଷ୍ଟି କରାଯାଇ ବିଜେପି ସରକାରଙ୍କୁ ‘ବ୍ଲାକମେଲ’ ପାଇଁ ଅପଚେଷ୍ଟା କରାଯାଉଛି ତାହା ଏବେ ପାୱାର କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story