Advertisment

୩୬ ବର୍ଷ ବୟସରେ ତିନି ଥର ସାଂସଦ, ହେବେ ମୋଦି କ୍ୟାବିନେଟର ମନ୍ତ୍ରୀ

ମୋଦି କ୍ୟାବିନେଟ ୩.୦ରେ ମନ୍ତ୍ରୀ ହେଲେ ରାମ ମୋହନ ନାଇଡୁ ହେବେ ସର୍ବ କନିଷ୍ଠ ମନ୍ତ୍ରୀ।

Ram Mohan Naidu

Ram Mohan Naidu

Advertisment

ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏବେ ସରକାର ଗଠନ ନେଇ ଚର୍ଚ୍ଚା। ଆଜି ସନ୍ଧ୍ୟାରେ ନରେନ୍ଦ୍ର ମୋଦି ଶପଥ ନେବା ପରେ ଦେଶର ଆରମ୍ଭ ହେବ ମୋଦି ୩.୦ ସରକାର। ତେବେ ମୋଦିଙ୍କ କ୍ୟାବିନେଟରେ କେଉଁମାନେ ମନ୍ତ୍ରୀ ରହିବେ, ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା। ଏହାରି ମଧ୍ୟରେ ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ଯୁବ ସାଂସଦ କିଞ୍ଜରାପୁ ରାମ ମୋହନ ନାଇଡୁଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି।

Advertisment

ମାତ୍ର ୩ ବର୍ଷ ବୟସରେ ତିନି ଥର ସାଂସଦ ହୋଇଥିବା ରାମ ମୋହନ ମୋଦି କ୍ୟାବିନେଟ ୩.୦ରେ ଗୁରୁତ୍ୱପୂର୍ଣ୍ଣ ପଦ ପାଇପାରନ୍ତି ବୋଲି କୁହାଯାଉଛି। ସେହିପରି ଟିଡିପିର ଅନ୍ୟ ଜଣେ ସାଂସଦ ଚନ୍ଦ୍ରଶେଖର ପେମ୍ମାସାନିଙ୍କୁ ମଧ୍ୟ ବିଶେଷ ପଦ ମିଳିପାରେ। ତଥାପି ରାମ ମୋହନ ନାଇଡୁଙ୍କ ନାଁ ଆଗରେ ରହିଛି। ତେବେ ଏହି ଯୁବ ନେତା କିଏ, ଜାଣନ୍ତୁ...

ପିତାଙ୍କ ମୃତ୍ୟୁ ପରେ ରାଜନୀତିରେ ପ୍ରବେଶ
ବର୍ଷୀୟ ରାମ ମୋହନ ନାଇଡୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଆସନରୁ ତୃତୀୟ ଥର ପାଇଁ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ଯଦି ରାମ ମୋହନ ନାଇଡୁ ମୋଦି କ୍ୟାବିନେଟ ୩.୦ରେ ସ୍ଥାନ ପାଆନ୍ତି, ତେବେ ସେ ସର୍ବକନିଷ୍ଠ କ୍ୟାବିନେଟ ମନ୍ତ୍ରୀ ହେବେ। ସେ ଚନ୍ଦ୍ରବାବୁ ନାଇଡୁଙ୍କ ଖୁବ୍ ଘନିଷ୍ଠ ବୋଲି କୁହାଯାଏ। ତାଙ୍କ ବାପା ୟେରାନ୍ ନାଇଡୁ ମଧ୍ୟ ଟିଡିପିର ଜଣେ ପ୍ରମୁଖ ନେତା ଥିଲେ। ସଡ଼କ ଦୁର୍ଘଟଣାରେ ବାପାଙ୍କ ବିୟୋଗ ପରେ ରାମ ମୋହନ ରାଜନୀତିରେ ପ୍ରବେଶ କରିଥିଲେ।

Advertisment

୨୬ ବର୍ଷ ବୟସରେ ସାଂସଦ ହୋଇଥିଲେ
ଦିଲ୍ଲୀରେ ପ୍ରାରମ୍ଭିକ ଶିକ୍ଷା ପରେ ଉଚ୍ଚ ଶିକ୍ଷା ପାଇଁ ଆମେରିକା ଯାଇଥିଲେ ରାମ ମୋହନ। ଏଠାରେ ଇଲେକ୍ଟ୍ରିକ ଇଞ୍ଜିନିୟରିଂ ଅଧ୍ୟୟନ ପରେ ଏମବିଏ କରି ସିଙ୍ଗାପୁର ଯାଇଥିଲେ। ସିଙ୍ଗାପୁରରେ କ୍ୟାରିଅର୍ ପାଇଁ ବ୍ୟସ୍ତ ଥିବା ସମୟରେ ବାପାଙ୍କର ଅକାଳ ବିୟୋଗ ଘଟିଥିଲା। ସେତେବେଳେ ତାଙ୍କୁ ମାତ୍ର ୨୪ ବର୍ଷ ବୟସ ହୋଇଥିଲା। 

ଏହା ପରେ, ରାମ ମୋହନ ନାଇଡୁ, ତାଙ୍କ ପିତାଙ୍କ ଉତ୍ତରାଧିକାରୀ ଭାବରେ ୨୦୧୪ରେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ୨୬ ବର୍ଷ ବୟସରେ ଶ୍ରୀକାକୁଲମରୁ ପ୍ରଥମ ଥର ପାଇଁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। 

କଷ୍ଟ ସମୟରେ ଚନ୍ଦ୍ରବାବୁ ନାଇଡୁଙ୍କୁ ସମର୍ଥନ କରିଥିଲେ
ଯେତେବେଳେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଥିଲା, ସେହି ସମୟରେ ରାମ ମୋହନ ନାଇଡୁ ଦିଲ୍ଲୀରେ ଟିଡିପି ମୁଖ୍ୟଙ୍କ ପୁଅ ନାରା ଲୋକେଶଙ୍କ ସହଯୋଗ କରିଥିଲେ। ରାମ ମୋହନ ପ୍ରାୟ ୯ ବର୍ଷ ଧରି ଦିଲ୍ଲୀ ରାଜନୀତିରେ ସକ୍ରିୟ ଥିଲେ, ତେଣୁ ନାରା ଲୋକେଶଙ୍କ ସହ ସେ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ବିରୋଧରେ ଜାତୀୟସ୍ତରରେ ସ୍ୱର ଉତ୍ତୋଳନ କରିଥିଲେ। ଏହା ବ୍ୟତୀତ ରାମ ମୋହନ ନାଇଡୁଙ୍କୁ ୨୦୨୦ରେ ସଂସଦ ରତ୍ନ ପୁରସ୍କାରରେ ସମ୍ମାନିତ ହେବାର ସୌଭାଗ୍ୟ ମଧ୍ୟ ପାଇଛନ୍ତି। ସେ ସଂସଦର ଅନେକ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି।

TDP Modi Cabinet 3.0 Ram Mohan Naidu Cabinet Minister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe