Advertisment

ଗର୍ଜିଲେ ନଡ୍ଡା, କହିଲେ- ଓଡ଼ିଶାକୁ ଚଳାଉଛି କିଏ? ନେତା ନା ଅଫିସର

ଆବାସ କେଳେଙ୍କାରୀ ନେଇ ନବୀନଙ୍କୁ ଟାର୍ଗେଟ କରିଛନ୍ତି ନଡ୍ଡା।

ଅଦ୍ୟତନ ହୋଇଛି
 JP Nadda

JP Nadda

Advertisment

ଭବାନୀପାଟଣାରେ ବିଜେପିର ମହା ଜନସଂପର୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା। ଓଡ଼ିଶା ଚଳାଉଛି କିଏ? ନେତା ନା ଅଫିସର? ଓଡ଼ିଶାର ନେତା କିଏ? ଏହି ବିଷୟରେ କାହାକୁ ଜଣାନାହିଁ ବୋଲି ସେ କହିଛନ୍ତି।  

Advertisment

ଶ୍ରୀ ନଡ୍ଡା କହିଛନ୍ତି, ଓଡ଼ିଶାରେ ବିଜେଡି ସାଂସଦ ଓ ବିଧାୟକଙ୍କ କଥା କେହି ଶୁଣୁନାହାନ୍ତି। ଅଧିକାରୀଙ୍କ ହାତରେ ପୂରା ଶାସନ ଟେକି ଦେଇଛନ୍ତି ନବୀନ। ଆପଣ ଭୋଟ ଜଣଙ୍କୁ ଦେବେ,ଶାସନ ଆଉ ଜଣେ କରିବେ। ଏଭଳି ସରକାର ଆମର ଦରକାର କି? ବିଜେପି ସରକାର ଗଢ଼ିବ ପାଇଁ ଓଡ଼ିଶାରେ ସମୟ ଆସିଯାଇଛି।

ଆବାସ କେଳେଙ୍କାରୀ ନେଇ ନବୀନଙ୍କୁ ଟାର୍ଗେଟ କରିଛନ୍ତି ନଡ୍ଡା।  ସେ କହିଛନ୍ତି- ଓଡ଼ିଶାରେ ୨୩ ବର୍ଷ ହେଲା ନବୀନ ସରକାର ଚାଲିଛି। ହେଲେ ଓଡ଼ିଶା ସବୁଠାରୁ ପଛୁଆ ଓ ଗରିବ ରାଜ୍ୟ ଭାବେ ପରିଚିତ ହେଉଛି। ଓଡ଼ିଶାର ୩.୫ କୋଟି ଲୋକଙ୍କୁ ମୋଦି ରାସନ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ମିଳୁ ନାହିଁ। ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନେ ଘର ପାଉନାହାନ୍ତି। ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ କହିବି, ଏହାର ତଦନ୍ତ କରାଯିବ। ତଦନ୍ତ କରାଯାଇ ଯିଏ ଦୋଷୀ, ତାକୁ ଜେଲ୍ ପଠାଯିବ।

Advertisment

ନଡ୍ଡା ଆହୁରି କହିଛନ୍ତି, ଭ୍ରଷ୍ଟାଚାର, ଦୁର୍ନୀତିରେ ଓଡ଼ିଶା ଶାସନ ବ୍ୟବସ୍ଥା ବୁଡ଼ିଛି। ମୁଣ୍ଡପିଛା ଆୟରେ ଓଡ଼ିଶା ତଳେ ରହିଛି। ହେଲେ ମହିଳା ଉତ୍ପୀଡ଼ନରେ ଆଗରେ ରହିଛି। ଏବେ ତ ଏଠାରେ ୫୦% ପିସି କାରବାର ଚାଲିଛି। କେନ୍ଦ୍ର ଯୋଜନାକୁ ନିଜ ନାଁରେ କରି ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି। ନାଁ ବଦଳେଇ ଏଠାରେ ଯୋଜନାକୁ ହଡ଼ପ କରାଯାଉଛି। ନାଁ ବଦଳେଇଲେ କିଛି ହେବନି, ମୋଦି ହୃଦୟରେ ଅଛନ୍ତି।

୧୧ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନା ସୁଫଳ ମିଳିଛି। ଏଠାରେ କିନ୍ତୁ ନବୀନ ବାବୁ ଏହାକୁ ଲାଗୁ କରୁନାହାନ୍ତି। ଓଡ଼ିଶା ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କରାଯାଉଛି ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି କହିଛନ୍ତି।

ସେ କହିଛନ୍ତି, ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ସାରା ବିଶ୍ୱ ମାନୁଛି। ନୋବେଲ ବିଜେତା ପଲ୍ ରୋମର ବି ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ମୋଦିଙ୍କୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ‘ବସ୍’ କହି ସମ୍ବୋଧନ କରିଛନ୍ତି। କିନ୍ତୁ ଭାରତରେ ଆମ କଂଗ୍ରେସ ନେତାଙ୍କ ପେଟ ମୋଡୁଛି। ମୋଦିଙ୍କୁ ପ୍ରଶଂସା କଲେ କଂଗ୍ରେସକୁ ଭାରି କଷ୍ଟ ହେଉଛି। ପାଟନାରେ କଂଗ୍ରେସ ସହ କିଛି ବିରୋଧୀ ଏକାଠି ହୋଇଛନ୍ତି। ରାହୁଲ ଗାନ୍ଧିଙ୍କ ଜେଜେମା ଲାଲୁ, ନୀତୀଶଙ୍କୁ ଜେଲରେ ଠୁଙ୍କିଥିଲେ। ଆଜି ସେହିମାନେ ରାହୁଲଙ୍କ ସହ ସେଠାରେ ଏକାଠି ହୋଇଛନ୍ତି। ଭୋଟ ରାଜନୀତିକୁ ଛାଡ଼ି ରିପୋର୍ଟ କାର୍ଡ ରାଜନୀତି ଆରମ୍ଭ ହୋଇଛି। ଯାହା କହିଥିଲେ, ତାଠାରୁ ଅଧିକ କାମ କରିଛନ୍ତି ମୋଦି ବୋଲି ନଡ୍ଡା କହିଛନ୍ତି।

Bhubaneswar Bjp State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe