Advertisment

କର୍ଣ୍ଣାଟକା ଓ ତେଲେଙ୍ଗାନାରେ ମାନିବାରୁ ଜିତିଲେ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନମାନି ହାରିଲେ

ତୃତୀୟ ଥର ପାଇଁ ସତ୍ତାରେ ରହିବାକୁ ଆଶା ରଖିଥିବା କେସିଆରଙ୍କ ସବୁ ଷ୍ଟ୍ରାଟେଜୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି ଏହି ନିର୍ବାଚନ ରଣନୀତିଜ୍ଞ।

ଅଦ୍ୟତନ ହୋଇଛି
Sunil Kanugolu

Sunil Kanugolu

Advertisment

ପୁଣି ଚର୍ଚ୍ଚାରେ ନିର୍ବାଚନ ରଣନୀତିଜ୍ଞ ସୁନୀଲ କାନୁଗୋଲୁ। କର୍ଣ୍ଣାଟକାରେ କଂଗ୍ରେସ କମ୍ ବ୍ୟାକ୍ ପରେ ତେଲେଙ୍ଗାନାରେ ଦଳର ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ପଛରେ ରହିଛି ସୁନୀଲଙ୍କ ହାତ। ତୃତୀୟ ଥର ପାଇଁ ସତ୍ତାରେ ରହିବାକୁ ଆଶା ରଖିଥିବା କେସିଆରଙ୍କ ସବୁ ଷ୍ଟ୍ରାଟେଜୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି ଏହି ନିର୍ବାଚନ ରଣନୀତିଜ୍ଞ। 

Advertisment

ତେବେ ସୁନୀଲ କାନୁଗୋଲୁ କିଏ, ଯଦି ତାଙ୍କ ସମୀକରଣ କଂଗ୍ରେସକୁ ଫାଇଦା ସାବ୍ୟସ୍ତ ହେଉଛି, ତେବେ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡରେ ଦଳ ଫେଲ୍ ମାରିବାର କାରଣ କଣ, ଜାଣନ୍ତୁ ପଚ୍ଛଦପଟର ଏହି ନାୟକଙ୍କ ବିଷୟରେ...  

ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ ପରେ କାନୁଗୋଲୁ ମଧ୍ୟ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଏଣ୍ଟ୍ରି ମାରିଥିଲେ। ହେଲେ ଆଞ୍ଚଳିକ ନେତ୍ରୁବୃନ୍ଦ ଅଶୋକ ଗେହଲଟ୍ ଏବଂ କମଲ ନାଥ ତାଙ୍କ ପରାମର୍ଶରେ ସହମତ ହୋଇନଥିଲେ। ବିଧାନସଭା ନିର୍ବାଚନ ପୂର୍ବରୁ ରଣନୀତି ନିର୍ମାଣ ପାଇଁ ନରେଶ ଆରୋରାଙ୍କୁ ଦାୟିତ୍ୱ ଦେଇଥିଲେ ଗେହଲଟ୍। 

Advertisment

ରିପୋର୍ଟ ଅନୁସାରେ, କାନୁଗୋଲୁଙ୍କୁ ତେଲେଙ୍ଗାନା ରଣନୀତିର ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। ନିର୍ବାଚନ ପୂର୍ବରୁ ସେ କେ ଚନ୍ଦ୍ରଶେଖର ରାଓ ସରକାରଙ୍କ ଦୁର୍ନୀତିକୁ କଂଗ୍ରେସ ଅଭିଯାନର ଏକ ଅଂଶ ଭାବରେ ଦର୍ଶାଇଥିଲେ। ଯେଉଁପରି ଭାବେ କର୍ଣ୍ଣାଟକରେ ସରକାରଙ୍କ ବିଫଳତା ଏବଂ ଯୋଜନା ଫେଲ୍ ମାରିଥିବାକୁ ମୁଖ୍ୟ ମୁଦ୍ଦା କରିଥିଲେ ଠିକ୍ ସେହିପରି ସମାନ ଭାବରେ ତେଲେଙ୍ଗାନାରେ ରଣନୀତି ପ୍ରସ୍ତୁତ କରିଥିଲେ କାନୁଗୋଲୁ। ତାଙ୍କର ଏହି ଷ୍ଟ୍ରାଟେଜୀ ମଧ୍ୟ ମତଦାତାଙ୍କ ଉପରେ ପୂରା ପ୍ରଭାବ ପକାଇଥିଲା। ଯାହା ଫଳ ସ୍ୱରୂପ ତେଲେଙ୍ଗାନାରେ କଂଗ୍ରେସର ବିଜୟକୁ ପ୍ରମାଣିତ କରିଛି।

କାନୁଗୋଲୁଙ୍କ ବାବଦରେ ଆଉ ଏକ ତଥ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଅତୀତରେ ବିଜେପିର ଅନେକ ନିର୍ବାଚନ ପ୍ରଚାରରେ ସେ ଜଡିତ ଥିଲେ। ୨୦୧୮ରେ ସେ କର୍ଣ୍ଣାଟକରେ ବିଜେପି ସହ କାମ କରିଥିଲେ ଏବଂ ଦଳ ୧୦୪ଟି ସିଟ୍ ସହ ସରକାର ଗଢିଥିଲା। ସେହିପରି ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ଉତ୍ତରପ୍ରଦେଶ ଏବଂ ଗୁଜରାଟ ଅଭିଯାନ ପାଇଁ ଷ୍ଟ୍ରାଟେଜୀ ପ୍ରସ୍ତୁତ କରିଥିଲେ।

ସେହିପରି କାନୁଗୁଲୁ ମଧ୍ୟ ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନଙ୍କ ସହ ଜଡ଼ିତ ଥିଲେ। ୨୦୧୯ ଲୋକସଭା ନିର୍ବାଚନ ସମୟରେ ଦଳର 'ନମକକୁ ନାମ' (ଆମେ ନିଜ ପାଇଁ) ଅଭିଯାନର ତଦାରଖ କରିଥିଲେ। ୨୦୨୧ ବିଧାନସଭା ନିର୍ବାଚନରେ ସେ ଡିଏମକେ ବିରୋଧୀ ସାଜି ଏଆଇଏଡିଏମକେ ସହ କାମ କରିଥିଲେ। ଏହି ନିର୍ବାଚନରେ ଏଆଇଏଡିଏମକେ ​​୭୫ଟି ଆସନରେ ବିଜୟୀ ହୋଇଥିଲା। 

କାନୁଗୋଲୁ ଗତ ବର୍ଷ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ କର୍ଣ୍ଣାଟକ ଅଭିଯାନ ସହ ଦଳ ପାଇଁ ଯାଦୁଗର ସାବ୍ୟସ୍ତ ହୋଇଥିଲେ। ସେ ରାହୁଲ ଗାନ୍ଧିଙ୍କ କାନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ 'ଭାରତ ଯୋଡା ଯାତ୍ରା'ର ରଣନୀତି ପ୍ରସ୍ତୁତ କରିଥିଲେ। ଏଥିପାଇଁ ଦଳ ପକ୍ଷରୁ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି।

ତେବେ କର୍ଣ୍ଣାଟକା ଏବଂ ତେଲେଙ୍ଗାନା ବିଜୟ ଭେଟି ପରେ ଲୋକସଭା ନିର୍ବାଚନ ପୂର୍ବରୁ ଦଳ ତାଙ୍କୁ ଆଉ କିଛି ଗୁରୁ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ସେ କର୍ଣ୍ଣାଟକାର କ୍ୟାବିନେଟ ପଦବୀରେ ଅଛନ୍ତି। ଆଗକୁ ତାଙ୍କୁ କେଉଁ ସବୁ ଦାୟିତ୍ୱ ମିଳୁଛି, ତା' ଉପରେ ନଜର। 

Who Is Sunil Kanugolu Poll Strategist Sunil Kanugolu Sunil Kanugolu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe