Advertisment

୩-୧ରେ ବିଜେପି ଆଗୁଆ: ବଡ଼ ପନୌତି କିଏ?

ଏଥର 'ପନୌତି' ଶବ୍ଦ ବ୍ୟବହାର କରି କଂଗ୍ରେସକୁ ଟାର୍ଗେଟ୍‌ କରିଛି ବିଜେପି।

ଅଦ୍ୟତନ ହୋଇଛି
Rahul Gandhi and PM Modi

Rahul Gandhi and PM Modi

Advertisment

୪ ରାଜ୍ୟର ଚାଲିଛି ଭୋଟ ଗଣତି। ଆଉ କିଛି ସମୟ ପରେ ଆସିଯିବ ଫଳାଫଳ। ଏହାରି ଭିତରେ ପୁଣି ଥରେ ସାମ୍ନାକୁ ଆସିଛି 'ପନୌତି' ଶବ୍ଦ। ଏଥର 'ପନୌତି' ଶବ୍ଦ ବ୍ୟବହାର କରି କଂଗ୍ରେସକୁ ଟାର୍ଗେଟ୍‌ କରିଛି ବିଜେପି।

Advertisment

ତିନି ରାଜ୍ୟରେ ଜିତିଛୁ ବିଜେପି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସକୁ ବିଜେପି ମାତ୍‌ ଦେଉଛି। ଏହାକୁ ନେଇ ଏବେ ବିରୋଧୀ କଂଗ୍ରେସକୁ କରୁଛନ୍ତି ଟାର୍ଗେଟ୍‌। ବଡ଼ ପନୌତି କିଏ ବୋଲି ବିଜେପି ନେତା ସିଟି ରବି ପ୍ରଶ୍ନ କରିଛନ୍ତି।

ବିଜେପି ନେତା ସିଟି ରବି ସୋଶାଲ ମିଡିଆ ପ୍ଲାଟଫର୍ମ 'X'ରେ ବଡ଼ ପନୌତି କିଏ? ଲେଖି ପୋଷ୍ଟ କରିଛନ୍ତି। କେବଳ ସେତିକି ନୁହେଁ ସେ ଏହି ପୋଷ୍ଟକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ସେ ଏଭଳି ଟ୍ୟାଗ୍‌ କରି ସେ ରାହୁଲ ଗାନ୍ଧିଙ୍କୁ ସିଧାସଳଖ ଟାର୍ଗେଟ୍‌ କରିଛନ୍ତି। ବଡ଼ ପନୌତି କିଏ ବୋଲି କଟାକ୍ଷ କରି ସେ ରାହୁଲ ଗାନ୍ଧି କଂଗ୍ରେସକୁ ପ୍ରଶ୍ନ କରିଛନ୍ତି।

Advertisment

କେବଳ ସେତିକି ନୁହେଁ ହାରିବା ପରେ ଛୁଟିରେ କଂଗ୍ରେସ ଚାଲିଗଲା କି ବୋଲି ବିଜେପି ନେତା ସୋଶାଲ ମିଡିଆରେ ପୋଷ୍ଟ କରି ପାଚାରିଛନ୍ତି। ଏଥିସହ ଭାରତୀୟଙ୍କ ମୋଦି ଗ୍ୟାରେଣ୍ଟି ଉପରେ ଭରସା ରହିଛି ବୋଲି ସିଟି ରବି କହିଛନ୍ତି।  

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଏକ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍‌ କରି 'ପନୌତି' ବୋଲି କହିଥିଲେ। ଭାରତ ବିଶ୍ୱକପ୍‌ ହାରିବା ପରେ ସେ ଏଭଳି ଶବ୍ଦ ବ୍ୟବହାର କରି ମୋଦିଙ୍କୁ ଟାର୍ଗେଟ୍‌ କରିଥିଲେ। ଟିମ୍‌ ଇଣ୍ଡିଆରେ ଖେଳାଳି ଜିତିଥିଲେ କିନ୍ତୁ ପନୌତି ସେଠାରେ ପହଞ୍ଚି ସେମାନଙ୍କୁ ହରାଇଦେଲେ ବୋଲି ରାହୁଲ କହିଥିଲେ। ଏହାକୁ ନେଇ ରାଜନୀତି ଜୋର ଧରିଥିଲା।

ରାହୁଲଙ୍କ ଏଭଳି ବୟାନ ସାମ୍ନାକୁ ଆସିବା ପରେ କଂଗ୍ରେସର ଅଧିକାଂଶ ବରିଷ୍ଠ ନେତା ମୋଦିଙ୍କ ପାଇଁ 'ପନୌତି' ଶବ୍ଦ ପ୍ରୟୋଗ କରିବା ଆରମ୍ଭ କରିଦେଇଥିଲେ। ଏହାପରେ ବିଜେପିର ଅଭିଯୋଗ ପରେ ନିର୍ବାଚନ କମିଶନ ରାହୁଲଙ୍କୁ ନୋଟିସ ପଠାଇଥିଲା।

Bjp Congress Rahul Gandhi Assembly Election Election Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe