Advertisment

ଓଡ଼ିଶାରୁ ଶହଶହ କୋଟି ଟଙ୍କା ମିଳିବା ଘଟଣା: ପୁଣି କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଶହଶହ କୋଟି ଟଙ୍କା ଜବତ ହେବା ଘଟଣାରେ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସ ୭୦ ବର୍ଷ ହେଲା ଦେଶକୁ ଲୁଟ କରି ଚାଲିଛି ବୋଲି ମୋଦି କହିଛନ୍ତି।

PM Modi

PM Modi

Advertisment

ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ମାଲିକାନାରେ ଥିବା ମଦ କମ୍ପାନୀ ଉପରେ ଚଢ଼ଉ କରି ଆୟକର ବିଭାଗ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୩୫୦ କୋଟିରୁ ଅଧିକ ଟଙ୍କା ଜବତ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ଏହାକୁ ନେଇ ବିଜେପି ବିରୋଧୀ କଂଗ୍ରେସନକୁ ନିୟମିତ ଟାର୍ଗେଟ କରିଚାଲିଛି।

Advertisment

ଏସବୁ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଶହଶହ କୋଟି ଟଙ୍କା ଜବତ ହେବା ଘଟଣାରେ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସ ୭୦ ବର୍ଷ ହେଲା ଦେଶକୁ ଲୁଟ କରି ଚାଲିଛି ବୋଲି ମୋଦି କହିଛନ୍ତି।

୬ ଦିନ ଧରି ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ସହ ଜଡ଼ିତ ୭ଟି ସ୍ଥାନରେ ଚଢ଼ଉ ହୋଇଥିଲା। ଏହି ସମୟରେ ୩୫୦ କୋଟିରୁ ଅଧିକ ନଗଦ ଟଙ୍କା ମିଳିଛି। ସୋମବାର ଆୟକର ବିଭାଗ ବଲାଙ୍ଗିର ଏସବିଆଇରେ ୨୮୪ କୋଟି, ସମ୍ବଲପୁରରେ ୩୭.୫ କୋଟି ଓ ଟିଟଲାଗଡ଼ରେ ୧୧ କୋଟି ଟଙ୍କା ଜମା କରିଛି।

Advertisment

ପ୍ରଥମଥର ପାଇଁ ଏତେ ପରିମାଣର ନଗଦ ଟଙ୍କା ଆୟକର ବିଭାଗ ଜବତ କରିଥିବାରୁ ସମସ୍ତେ ଜଳକା ହୋଇଛନ୍ତି। ବିଜେପି ପକ୍ଷରୁ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଗୋଟିଏ ଆନିମେଟେଡ୍‌ ଭିଡିଓ ପୋଷ୍ଟ କରାଯାଇଛି।

ଏହାକୁ ଶେୟାର କରି ମୋଦି କହିଛନ୍ତି, “କଂଗ୍ରେସ ପାର୍ଟି ରହିଥିବା ବେଳେ ଭାରତରେ ଟଙ୍କା ଲୁଟ ସହ ଜଡ଼ିତ କାହାଣୀ କାହାକୁ ବା ଜରୁରୀ ଅଛି, ୭୦ ବର୍ଷ ହେଲା କଂଗ୍ରେସ ଲୁଟ ପାଇଁ ପ୍ରସିଦ୍ଧି ଲାଭ କରିଛି। ଏବେ ବି ଦଳର ଲୁଟ ପ୍ରକ୍ରିୟା ଜାରି ରହିଛି।”

ଏହାପୂର୍ବରୁ ମଧ୍ୟ ମୋଦି ଓଡ଼ିଶାରୁ ଟଙ୍କା ଜବତ ହେବା ଘଟଣାରେ ଗୋଟିଏ ପୋଷ୍ଟ କରିଥିଲେ। ଏଥିରେ ସେ କହିଥିଲେ ଯେ ଲୋକଙ୍କ ଠାରୁ ଲୁଟ ହୋଇଥିବା ଟଙ୍କାର କଡ଼ା ଗଣ୍ଡା ଆଦାୟ ହେବ।

ମୋଦି ପୋଷ୍ଟ କରିଥିବା ୧ ମିନିଟରେ ଭିଡିଓରେ ବିଭିନ୍ନ ଆଲମାରିରେ ବିଡ଼ାବିଡ଼ା ଟଙ୍କା ରହିଛି। ଏଥିସହ ସାଂସଦ ଧୀରଜ ସାହୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କ ସହ ଉଠାଇଥିବା ଫୋଟକୁ ଭିଡିଓରେ ସ୍ଥାନ ଦିଆଯାଇଛି।

ବିଜେପି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଭିଡିଓ ନେଟଫିଲକ୍ସରେ ରିଲିଜ ହୋଇଥିବା Money Heist ସିରିଜ୍‌ର କପି। ଭିଡିଓରେ କଂଗ୍ରେସ ନେତା ଓ ଟଙ୍କା ଭିଡ଼ା ରହିଥିବା ବେଳେ ବ୍ୟାକଗ୍ରାଉଣ୍ଡରେ ଅର୍ଜିନାଲ Money Heistର ମ୍ୟୁଜିକ ରହିଛି।

Loot Bjp Congress Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe