ରୋଚକ ମୋଡ଼ରେ ‘ଜଟଣୀ’ ଟିକଟ ଗଣିତ: ବିଜେଡିରେ ୩, ବିଜେପିରେ ୩, କଂଗ୍ରେସରେ ୧

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଆଉଏକ ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ଜଟଣୀ। ରାଜଧାନୀ ଭୁବନେଶ୍ୱରକୁ ଲାଗିଥିବା ଏହି ଅଞ୍ଚଳଟି ମୁଖ୍ୟତଃ ଏକ ବ୍ୟବସାୟିକ ସହର। ଭୁବନେଶ୍ୱରର କଳେବଳ ଏଇପଟକୁ ହିଁ ଅଧିକ ବଢ଼ିଛି। ଭୁବନେଶ୍ୱରରେ ଖୋଲିଥିବା ଅଧିକାଂଶ ବିଶ୍ୱସ୍ତରୀୟ ଓ ଜାତୀୟ ଶିକ୍ଷାନୁଷ୍ଠାନ ଯଥା ଏମ୍‌ସ୍‌, ଆଇଆଇଟି ଓ ଜାଭିୟର ଭଳି ସଂସ୍ଥାକୁ ସ୍ଥାନ ଦେଇଛି ଏହି ନିର୍ବାଚନ କ୍ଷେତ୍ର। ଅଳ୍ପରେ ଜଟଣୀ ନିର୍ବାଚନ ମଣ୍ଡଳୀ ଭୁବନେଶ୍ୱରର ସବୁଠାରୁ ନିକଟବର୍ତ୍ତି […]

5

Mihir Pattnayak
  • Published: Tuesday, 12 March 2019
  • , Updated: 12 March 2019, 08:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଆଉଏକ ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ଜଟଣୀ। ରାଜଧାନୀ ଭୁବନେଶ୍ୱରକୁ ଲାଗିଥିବା ଏହି ଅଞ୍ଚଳଟି ମୁଖ୍ୟତଃ ଏକ ବ୍ୟବସାୟିକ ସହର। ଭୁବନେଶ୍ୱରର କଳେବଳ ଏଇପଟକୁ ହିଁ ଅଧିକ ବଢ଼ିଛି। ଭୁବନେଶ୍ୱରରେ ଖୋଲିଥିବା ଅଧିକାଂଶ ବିଶ୍ୱସ୍ତରୀୟ ଓ ଜାତୀୟ ଶିକ୍ଷାନୁଷ୍ଠାନ ଯଥା ଏମ୍‌ସ୍‌, ଆଇଆଇଟି ଓ ଜାଭିୟର ଭଳି ସଂସ୍ଥାକୁ ସ୍ଥାନ ଦେଇଛି ଏହି ନିର୍ବାଚନ କ୍ଷେତ୍ର।

ଅଳ୍ପରେ ଜଟଣୀ ନିର୍ବାଚନ ମଣ୍ଡଳୀ

ଭୁବନେଶ୍ୱରର ସବୁଠାରୁ ନିକଟବର୍ତ୍ତି ଏହି ନିର୍ବାଚନମଣ୍ଡଳୀରେ ରାଜନୈତିକ ସମୀକରଣ ସର୍ବଦା ରାଜ୍ୟ ରାଜନୀତି ଉପରେ ପ୍ରଭାବ ପକାଏ। ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀ୧୯୭୪ରେ ଘୋଷିତ ହୋଇଥିଲା। ଯାହାର ପ୍ରଥମ ବିଧାୟକ ଥିଲେ ଶ୍ରୀ ସତ୍ୟପ୍ରିୟ ମହାନ୍ତି। ଏହି ନିର୍ବାଚନମଣ୍ଡଳୀ ଜଟଣୀ, ଜଟଣୀ ବ୍ଲକ ସମେତ ଖୋର୍ଦ୍ଧା ବ୍ଲକର ୬ଟି ଗ୍ରାମପଞ୍ଚାୟତ ଓ ଭୁବନେଶ୍ୱର ବ୍ଲକର ୩ଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ। ଏହି ନିର୍ବାଚମଣ୍ଡଳୀର ପ୍ରମୁଖ ସହର ଭିତରେ ରହିଛି ଜଟଣୀ, ଭୁବନେଶ୍ୱର ଓ ଖୋର୍ଦ୍ଧା। ଏହି ନିର୍ବାଚନମଣ୍ଡଳୀର ସମୁଦାୟ ଭୋଟର ସଂଖ୍ୟା ହେଉଛି ୨୦,୬୭୯୨

୧୯ ନିର୍ବାଚନ ଯେତେ ପାଖୋଉଛି, ଏଠାକାର ରାଜନୈତିକ ପରିବେଶ ସେତିକି ସରଗରମ୍‌ ହେଉଛି। ଏଠାରେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବା ନିଶ୍ଚିତ। ଏ ପ୍ରମୁଖ ତିନି ଦଳର ଟିକଟ ଦାବିଦାର ହେଉଛନ୍ତି ଜଣାଶୁଣା ରାଜନେତା ନହେଲେ ବରିଷ୍ଠ ସାମ୍ବାଦିକ। ହେଲେ ଏଠାରେ ଜନସମର୍ଥନ କାହାକୁ ଯିବ ତାହା କହିବା କାଠିକର ପାଠ।

ବିଜେଡି ଟିକଟ ଦୌଡ଼ରେ ଏଇମାନେ

ବିଜେଡି ଟିକଟରୁ ବିଧାୟକ ହୋଇଥିବା ଭାଗିରଥୀ ବଡ଼ଜେନା ଏବେ ଅସୁସ୍ଥ। ତେଣୁ ସେ ନିର୍ବାଚନ ଲଢ଼ି ନପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ଭାଗୀରଥି ନ ଲଢ଼ନ୍ତି, ତେବେ ବିଜେଡି ଟିକଟ କାହାକୁ ମିଳିବ ସେ ନେଇ ଆରମ୍ଭ ହୋଇଛି ଅଙ୍କକଷା। ବିଜେଡିରୁ ଲଢ଼ିବାକୁ ପ୍ରମୁଖ ଦାବିଦାର ହେଲେ, ପୂର୍ବତନ ବିଧାୟକ ତଥା ପ୍ୟାରୀମୋହନ ମହାପାତ୍ରଙ୍କ ଅନୁଗତ ବିଭୂତି ବଳବନ୍ତରାୟ। ସେ ଏବେ ଜିଲ୍ଲା ବିଜେଡି ସଭାପତି ଅଛନ୍ତି। ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟ ତଥା ଜନସମ୍ପର୍କ ରକ୍ଷା ପାଇଁ ୱାର୍ଡ ପରିଦର୍ଶନ କରୁଛନ୍ତି।

ବିଭୂତିଙ୍କ ପଛକୁ ବିଜେଡି ଟିକଟ ପାଇଁ ପ୍ରମୁଖ ଦାବିଦାର ହେଲେ ଯୁବନେତା ତଥା ପୂର୍ବତନ ବିଧାୟକ ଶରତ ପାଇକରାୟଙ୍କ ପୁଅ ସୁରଜ ପାଇକରାୟ। ଇଞ୍ଜିନିୟରିଂ ଡିଗ୍ରୀଧାରୀ ଏହି ଯୁବନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ସମର୍ଥନ କରି ଆସୁଛନ୍ତି। ବାପାଙ୍କ ପରି ବିଜେଡି ଟିକେଟରୁ ଲଢ଼ି ଜଟଣୀବାସୀଙ୍କ ସେବା କରିବେ ବୋଲି ଦାବି କରନ୍ତି। ହେଲେ ଟିକେଟ ମିଳିବା ପରେ ଯାଇ ଜଣାପଡ଼ିବ ନବୀନଙ୍କ ପାଖରେ କାହାର ପଲା ଭାରି।

କଂଗ୍ରେସରେ ଏକୋଇର ବାଳା ବିଶିକେଶନ

ଏଠି କଂଗ୍ରେସରେ ଟିକଟ ଦାବିଦାର ବେଶି କେହି ନାହାଁନ୍ତି। ଏକୋଇର ବାଳା ହେଲେ, ସର୍ବଦା ରେଡ୍ଡି, ସୁରବାଇ। କଂଗ୍ରେସର ପୁରୁଖା ନେତା ସୁର ରାଉତରାୟ ହାତ ଚିହ୍ନରେ ଲଢ଼ିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି। ତାଙ୍କୁ ହିଁ ଜଟଣୀରୁ କଂଗ୍ରେସରୁ ଟିକେଟ ମିଳିବ ବୋଲି ଆପାତତଃ ସ୍ଥିର ହୋଇଯାଇଛି। ଶ୍ରୀ ରାଉତରାୟ ଜଟଣୀର ଜଣେ ପୁରୁଖା ରାଜନେତା। କଂଗ୍ରେସ ଶାସନ ସମୟରେ ସେ କ୍ରୀଡ଼ା ଓ ଅବକାରୀ ଭଳି ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିବା ଏହି ରାଜନେତାଙ୍କ ପଥ ଏଥର ନିର୍ବାଚନ ଲାଗି ସଂପୂର୍ଣ୍ଣ ନିଷ୍କଣ୍ଟକ ବୋଲି କୁହାଯାଉଛି। କାରଣ କଂଗ୍ରେସ ଶିବିରରେ ତାଙ୍କ ବ୍ୟତୀତ ଟିକେଟ ପାଇଁ ଅନ୍ୟ କାହାରି ଦାବି ନାହିଁ। ବିଜେଡି ପ୍ରାର୍ଥୀ ଚୟନରେ ଓଲମବିଲମ ହେଲେ ସୁରଭାଇ ଜଟଣୀ ଆସନ ମାଡ଼ିବସିବେ ବୋଲି ଚର୍ଚ୍ଚା ହେଉଛି।

ବିଜେପି ଟିକଟ ଦୌଡ଼ରେ ଏଇମାନେ

ବିଜେପି ଶିବିରରେ କିନ୍ତୁ ଦାବିଦାରଙ୍କ ସଂଖ୍ୟା ଏକାଧିକ। ବିଜେପି ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଯୁବନେତା ବିଶ୍ୱରଞ୍ଜନ ବଡ଼ଜେନା, ସନ୍ତୋଷ ଜେନା ପ୍ରମୁଖ ଟିକେଟ ଲବିରେ ଅଛନ୍ତି। ନିକଟରେ ଅପରାଜିତା ଷଡ଼ଙ୍ଗୀ ଜଟଣୀରେ ବିଭିନ୍ନ ୱାର୍ଡ ପରିଦର୍ଶନରେ ଯାଇଥିବା ବେଳେ ଏ ସମସ୍ତ ନେତାଙ୍କୁ ତାଙ୍କ ପାଖରେ ଦେଖିବାକୁ ମିଳିଥିଲା। ଏଣୁ ଟିକେଟ ପାଇଁ ମୁଖ୍ୟ ଦାବିଦାର ଥିବା ସୁଦୀପ୍ତଙ୍କୁ ଟିକେଟ ମିଳୁଛି କି ଅନ୍ୟ ୨ ପ୍ରମୁଖ ଦାବିଦାରଙ୍କୁ ମିଳିବ ତାହା ଦେଖିବାକୁ ରହିଲା। ଜଟଣୀରେ ସୁଦୀପ୍ତଙ୍କ ସାଙ୍ଗଠନିକ ଦକ୍ଷତା, ଅନ୍ୟ ଦାବିଦାରଙ୍କ ତୁଳନାରେ ଭଲ ବୋଲି ମାନିବାକୁ ହେବ। କିନ୍ତୁ ରାଜନୈତିକ ପାଣ୍ଠି ପାଇଁ, ଅନ୍ୟ ଦୁଇ ଆର୍ଥିକ ସ୍ୱଚ୍ଛଳ ଆଶାୟୀଙ୍କୁ ମଧ୍ୟ ଦଳ ବାଛିପାରେ ବୋଲି ଚର୍ଚ୍ଚା ହେଉଛି।

ଏମାନଙ୍କ ବ୍ୟତୀତ, ଟିକେଟ ପାଇଁ ଆଶାୟୀ ଥିବା ପ୍ରମେୟ ନିୟୁଜ୍‌-୭ ଟିଭି ଚ୍ୟାନେଲ୍‌ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ସେ ବିଜେଡିରୁ ଟିକେଟ ନେବାକୁ ଆଶାୟୀ ଅଛନ୍ତି ବୋଲି ଶୁଣାଯାଉଛି। ବିଭୂତିଙ୍କ ବଦଳରେ ଯଦି ତାଙ୍କୁ ବିଜେଡି ପ୍ରାର୍ଥୀ କରେ କଂଗ୍ରେସ ଓ ବିଜେପି ପାଇଁ ସ୍ଥିତି ବଦଳିଯାଇ ପାରେ। ଏମିତି ବି କୁହାଯାଉଛି, ଅର୍ଦ୍ଧେନ୍ଦୁ ବିଜେଡି ଟିକଟ ନପାଇଲେ ବିଜେପି ପାଇଁ ମଧ୍ୟ ଆଶାୟୀ ଅଛନ୍ତି।

Related story