Advertisment

ଇ.ଣ୍ଡି.ଆ ନାଁ ପ୍ରଥମେ କିଏ ପ୍ରସ୍ତାବ ଦେଇଥିଲେ, ରାହୁଲ ନା ମମତା?

ବୈଠକ ବେଳେ ଇ.ଣ୍ଡି.ଆ ନାଁକୁ କିଏ ପ୍ରଥମେ ଉପସ୍ଥାପନ କରିଥିଲେ? କିଛି ନେତା ରାହୁଲ ଗାନ୍ଧି ଇ.ଣ୍ଡି.ଆ ନାଁ ପଛରେ ଥିବା କହୁଥିବା ବେଳେ ଆଉ କିଛି ନେତା ମମତା ବାନାର୍ଜୀଙ୍କ ନାଁ ନେଇଛନ୍ତି।

Rahul Gandhi

Rahul Gandhi

Advertisment

ବିରୋଧୀ ଦଳଗୁଡ଼ିକ ୨୦୨୪ରେ ବିଜେପି ବିରୋଧରେ ଲଢ଼ିବାକୁ ଏକାଠି ହୋଇଛନ୍ତି। ଏମାନେ ଇ.ଣ୍ଡି.ଆ ନାଁରେ ମିଳିତ ଲଢ଼େଇ କରିବେ। ବେଙ୍ଗାଲୁରୁରେ ଦୁଇ ଦିନ ଧରି ୨୬ଟି ଦଳ ଏକାଠି ଆଲୋଚନା କରିବା ପରେ ଇ.ଣ୍ଡି.ଆ ନାଁ ଉପରେ ମୋହର ଲଗାଇଛନ୍ତି।

Advertisment

ତେବେ ବୈଠକ ବେଳେ ଇ.ଣ୍ଡି.ଆ ନାଁକୁ କିଏ ପ୍ରଥମେ ଉପସ୍ଥାପନ କରିଥିଲେ? କିଛି ନେତା ରାହୁଲ ଗାନ୍ଧି ଇ.ଣ୍ଡି.ଆ ନାଁ ପଛରେ ଥିବା କହୁଥିବା ବେଳେ ଆଉ କିଛି ନେତା ମମତା ବାନାର୍ଜୀଙ୍କ ନାଁ ନେଇଛନ୍ତି।

ତାମିଲନାଡୁରେ ଦଳିତଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ବିଦୁତଲାଇ ଚିରୁଥାଇଗଲ କଚ୍ଚିର ମୁଖ୍ୟ ଥୋଲ ତିରୁମାବଲବନ୍‌ ବିରୋଧୀଙ୍କ ମହାବୈଠକରେ ଯୋଗ ଦେଇଥିଲେ। ତାଙ୍କ କହିବା କଥା ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇ.ଣ୍ଡି.ଆ ନାଁର ପ୍ରସ୍ତାବ ଦେଇଥିଲେ। ସେ କହିଛନ୍ତିଳ “ବିରୋଧୀ ମେଣ୍ଟର ନାଁ INDIA ରହିବା ଦରକାର ବୋଲି ମମତା ବାନାର୍ଜୀ ପ୍ରଥମେ ପ୍ରସ୍ତାବ ଦେଇଥିଲେ।

Advertisment

ଏହାକୁ ନେଇ ଦୀର୍ଘ ଘଣ୍ଟାର ଆଲୋଚନା ହୋଇଥିଲା। ଶେଷରେ ବିରୋଧୀ ମେଣ୍ଟ INDIA ବା Indian National Developmental Inclusive Alliance ନାଁରେ ପରିଚୟ ହାସଲ କରିବା ଉପରେ ସମସ୍ତେ ରାଜି ହୋଇଥିଲେ।”

ଅନ୍ୟପକ୍ଷରେ ଏନସିପି ନେତା ଜିତେନ୍ଦ୍ର ଅୱାଦ କରିଥିବା ଟ୍ୱିଟରେ ଇ.ଣ୍ଡି.ଆ ନାଁ ପଛରେ ରାହୁଲ ଗାନ୍ଧି ରହିଥିବା କହିଛନ୍ତି। ସେ କହିଛନ୍ତି, “ବେଙ୍ଗାଲୁରୁରେ ଚାଲିଥିବା ବିରୋଧୀଙ୍କ ମେଣ୍ଟରେ ରାହୁଲ ଗାନ୍ଧି ମେଣ୍ଟର ନାଁ ଇ.ଣ୍ଡି.ଆ ରଖିବାକୁ ପ୍ରସ୍ତାବ ଦେଇଥିଲେ। ତାଙ୍କ ଚିନ୍ତାଧାରା ଅତ୍ୟନ୍ତ ଗ୍ରହଣୀୟ। ସମସ୍ତ ରାଜନୀତିକ ଦଳ ଏହି ନାଁକୁ ଗ୍ରହଣ କରିଛନ୍ତି। ଏଥିସହ ୨୦୨୪ରେ ସମସ୍ତେ ଇ.ଣ୍ଡି.ଆ ନାଁରେ ଲଢ଼େଇ କରିବାକୁ ରାଜି ହୋଇଛନ୍ତି।”

ତେବେ ବିରୋଧୀଙ୍କ ବୈଠକରେ ଯୋଗଦେଇଥିବା ଜଣେ ନେତା କହିଛନ୍ତି, ରାହୁଲ ଗାନ୍ଧି ପ୍ରଥମେ ଇ.ଣ୍ଡି.ଆ ନାଁ କଥା କହିଥିଲେ। କିନ୍ତୁ ମମତା ବାନାର୍ଜୀ ବିଧିବଦ୍ଧ ଭାବେ ଏହାକୁ ସମସ୍ତଙ୍କ ଆଗରେ ଉପସ୍ଥାପନ କରିଥିଲେ। ତେଣୁ ଉଭୟ ମିଳିତ ଭାବେ ଇ.ଣ୍ଡି.ଆ ନାଁ ପଛରେ ରହିଛନ୍ତି।

Mamata Banerjee India Rahul Gandhi Opposition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe