Advertisment

କିଏ ହେବ ବିଜେପି ରାଜ୍ୟ ସଭାପତି ? ପ୍ରତାପ,ବିଜୟ ନା କେଭି

ଭୁବନେଶ୍ୱର: କିଏ ହେବ ରାଜ୍ୟ ବିଜେପିର ପରବର୍ତ୍ତୀ ମଙ୍ଗୁଆଳ? ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ସଭାପତି ଦୌଡ଼ରେ ଆଗରେ ଅଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦଳର ହାର୍ଡଲାଇନର ନେତା ତଥା ଉପ-ସଭାପତି ପ୍ରତାପ ଷଡ଼ଙ୍ଗୀ। ଆଉ କିଛି ନେତା ବି ଚର୍ଚ୍ଚାରେ ରହିଛନ୍ତି। କେଭି ସିଂହଦେଓ ପୁଣି ଥରେ ସଭାପତି ହେବା ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇ ନ ପାରେ। […]

କିଏ ହେବ ବିଜେପି ରାଜ୍ୟ ସଭାପତି ? ପ୍ରତାପ,ବିଜୟ ନା କେଭି

pratap-bijay-kv

Advertisment

pratap-bijay-kvଭୁବନେଶ୍ୱର: କିଏ ହେବ ରାଜ୍ୟ ବିଜେପିର ପରବର୍ତ୍ତୀ ମଙ୍ଗୁଆଳ? ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ସଭାପତି ଦୌଡ଼ରେ ଆଗରେ ଅଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦଳର ହାର୍ଡଲାଇନର ନେତା ତଥା ଉପ-ସଭାପତି ପ୍ରତାପ ଷଡ଼ଙ୍ଗୀ। ଆଉ କିଛି ନେତା ବି ଚର୍ଚ୍ଚାରେ ରହିଛନ୍ତି। କେଭି ସିଂହଦେଓ ପୁଣି ଥରେ ସଭାପତି ହେବା ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇ ନ ପାରେ। ଯିଏ ବି ହେବେ ରାଜ୍ୟ ବିଜେପି ମୁଖିଆ ସେ ହିଁ ସଂଗଠନକୁ ଆଗକୁ ବଢାଇବାର ଗୁରୁ ଦାୟିତ୍ୱ ନେବେ।

Advertisment

ପ୍ରତାପ ଷଡଙ୍ଗୀ

ବିଜେପିର କଠୋରପନ୍ଥୀ ନେତା ହେଉଛନ୍ତି ପ୍ରତାପ ଷଡଙ୍ଗୀ। ଦୁଇ ଦୁଇଥରର ବିଧାୟକ ହୋଇଛନ୍ତି। ଗତ ନିର୍ବାଚନରେ ବାଲେଶ୍ୱର ଲୋକସଭା ଆସନରୁ ପ୍ରତାପଙ୍କୁ ପ୍ରାର୍ଥୀ କରିଥିଲା ଦଳ। ପ୍ରତାପ ପରାସ୍ତ ହୋଇଥିଲେ ବି ନିଜ ସ୍ପଷ୍ଟ ମତ ପାଇଁ ଦଳର କିଛି ବରିଷ୍ଠ ନେତାଙ୍କ ସମର୍ଥନ ରହିଛି ତାଙ୍କ ସପକ୍ଷରେ। ଆରଏସଏସ ସହ ବି ଜଡିତ ରହିଛନ୍ତି ପ୍ରତାପ ଷଡଙ୍ଗୀ। ତେବେ ପ୍ରତାପ ଷଡଙ୍ଗୀଙ୍କର ସାଂଗଠନିକ ଦକ୍ଷତା ନେଇ ଦଳରେ ଭିନ୍ନ ଭିନ୍ନ ମତ ରହିଛି।

ବିଜୟ ମହାପାତ୍ର

ରାଜ୍ୟ ରାଜନୀତିର ଜଣାଶୁଣା ନେତା ବିଜୟ ମହାପାତ୍ର। ପୂର୍ବତନ ମନ୍ତ୍ରୀ ଓ ଚାରି ଚାରିଥରର ଶ୍ରୀ ମହାପାତ୍ର ବିଧାୟକ ଥିଲେ । ୨୦୦୯ରେ ବିଜେପିରେ ମିଶିଥିବା ବିଜୟ ବିଭିନ୍ନ ପ୍ରସଙ୍ଗରେ ପ୍ରେସମିଟ୍ କରି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ବ୍ରହ୍ମବିଭ୍ରାଟ ବେଳେ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ହେଉ କି କେନ୍ଦ୍ରାପଡାର ନିଲମ୍ୱିତ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଡିଜି ଅଫିସ ଘେରାଉ ହେଉ, ସବୁଠି ଥିଲେ ବିଜୟ। ତେବେ ତାଙ୍କୁ ଦଳରୁ କେତେ ସମର୍ଥନ ମିଳୁଛି ତାହା ଉପରେ ନଜର।

Advertisment

କନକ ବର୍ଦ୍ଧନ ସିଂହଦେଓ

ବର୍ତ୍ତମାନର ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ। ପାଞ୍ଚ ପାଞ୍ଚ ଥରର ବିଧାୟକ, ପୂର୍ବତନ ମନ୍ତ୍ରୀ ପଦକୁ ଗ୍ରହଣ କରି କାର୍ଯ୍ୟ ତୁଲାଇଛନ୍ତି ଶ୍ରୀ ସିଂହଦେଓ। ବିଜେପିର ସମ୍ୱିଧାନ ଅନୁସାରେ ଜଣେ ବ୍ୟକ୍ତି ଏକାଧିକ ଥର ରାଜ୍ୟ ସଭାପତି ହୋଇପାରିବ। କେଭି ପୁଣି ଥରେ ସଭାପତି ହେବାର ବି ସମ୍ଭାବନା ରହିଛି ବୋଲି ରାଜ୍ୟ ବିଜେପି ପ୍ରଭାରୀ  ଅରୁଣ ସିଂହ ସୂଚନା ଦେଇଛନ୍ତି।

ରାଜ୍ୟ ବିଜେପି ସଭାପତି କେ.ଭି.ସିଂହଦେଓ କହିଛନ୍ତି ଯେ,ଦଳ ପ୍ରମୁଖମାନେ ଯାହାକୁ ମୁଖ୍ୟ ଭାବେ ବାଛିବେ ତାଙ୍କୁ ସେ ଗ୍ରହଣ କରି ସେ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିବେ।

ସେହିପରି  ରାଜ୍ୟ ବିଜେପି ଉପ-ସଭାପତି ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ ସେ କୌଣସି ଦୌଡରେ ନାହାନ୍ତି କି କୌଣସି ଦୌଡରେ ଭାଗ ନିଅନ୍ତି  ନାହିଁ। ରାଜ୍ୟର ବିକାଶ ପାଇଁ ଓ ଲୋକଙ୍କ ବିକାଶ ପାଇଁ ସେ କାର୍ଯ୍ୟ କରିବେ। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଯେ ତାଙ୍କୁ ଯେଉଁ ଦାୟିତ୍ୱ ଦିଆଯିବ ସେ ତାକୁ ସାଦରେ ଗ୍ରହଣ କରି କାର୍ଯ୍ୟ କରିବେ।

ସେପଟେ ରାଜ୍ୟ ବିଜେପିରେ କେବେ କେହି ମହିଳା ସଭାନେତ୍ରୀ ହୋଇ ନାହାନ୍ତି। ଏଭଳି ସ୍ଥିତିରେ ଦଳର ବରିଷ୍ଠ ନେତ୍ରୀ ସୁରମା ପାଢୀ ଓ ବର୍ତ୍ତମାନର ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି।

ତେବେ କିଏ ହେବ ପରବର୍ତ୍ତୀ ସଭାପତି, ବହୁତ କିଛି ଦଳର କିଛି ବରିଷ୍ଠ ନେତାଙ୍କ ସମର୍ଥନ ଉପରେ ନିର୍ଭର କରେ। ଯେଉଁମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍, ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରି ଅରୁଣ ସିଂହ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ ଓ କେଭି ସିଂହଦେଓ।

Odisha Bjp Bijoy-mahapatra State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe