/odisha-reporter/media/post_attachments/uploads/2021/04/sura.jpg)
Suresh Kumar Rautray
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ପିପିଲି ଉପନିର୍ବାଚନ ସ୍ଥଗିତ ହୋଇଛି। ଏଥିପାଇଁ ନୂଆ ତାରିଖ ବି ଘୋଷଣା କରାଯାଇଛି। ମେ’ ୧୩ ତାରିଖରେ ଏହି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଆଉ ୧୬ ତାରିଖରେ ହେବ ଭୋଟ୍ ଗଣତି। ତେବେ ୟା ମଧ୍ୟରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ, ତାକୁ ନେଇ ଜୋରସୋର ଚର୍ଚ୍ଚା ଆରମ୍ଭ ହୋଇଛି।
ଏ ନେଇ ଦଳ ତରଫରୁ କିଛି ଘୋଷଣା କରାଯାଇ ନଥିଲେ ମଧ୍ୟ ବରିଷ୍ଠ ବିଧାୟକ ସୁର ରାଉତରାୟ କହିଛନ୍ତି, ୫ ଜଣ ଆଶାୟୀ ପ୍ରାର୍ଥୀ ରହିଛନ୍ତି। ତେବେ ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀ ଯଦି ରାଜି ହୁଅନ୍ତି, ତା’ହେଲେ ବହୁତ ଭଲ ହୁଅନ୍ତା।
ସୁର କହିଛନ୍ତି, ସ୍ୱର୍ଗତ ମଙ୍ଗରାଜଙ୍କ ପତ୍ନୀ ଉଚ୍ଚଶିକ୍ଷିତା। ସେ ଜଣ ଭଦ୍ର ମହିଳା। ତାଙ୍କ କଥାବାର୍ତ୍ତା ବହୁତ ଭଲ। ଆହୁରି ମଧ୍ୟ ସେ ବେଶ୍ ଲୋକପ୍ରିୟ। ଏମିତିକି ଅଜିତ ମଙ୍ଗରାଜଙ୍କୁ ତାଙ୍କ ବ୍ୟବସାୟରେ ବି ସେ ସାହାଯ୍ୟ କରୁଥିଲେ। ତେଣୁ ସେ ପ୍ରାର୍ଥୀ ହେବାକୁ ରାଜି ହେଲେ ଖୁବ୍ ଭଲ ହୁଅନ୍ତା।
ଅନ୍ୟପକ୍ଷରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏପ୍ରିଲ ୧୭ ତାରିଖରେ ନିର୍ବାଚନ ହୋଇଥିଲେ ଯାହା ହୋଇଥା’ନ୍ତା, ମେ’ ୧୩ରେ ବି ତାହା ହେବ। ଏହି ଉପନିର୍ବାଚନରେ ବିଜେପି ସପକ୍ଷରେ ଫଳାଫଳ ଯିବ।
ପିପିଲି ଉପନିର୍ବାଚନ ପାଇଁ ନୂଆ ତାରିଖ ଘୋଷଣା ହୋଇସାରିଥିବା ବେଳେ ବିଧିବଦ୍ଧ ବିଜ୍ଞପ୍ତି ଖୁବଶୀଘ୍ର ଜାରି ହେବ। ଏପ୍ରିଲ ୨୬ ତାରିଖ ନାମାଙ୍କନପତ୍ର ଦାଖଲର ଶେଷଦିନ ଥିବାବେଳେ ୨୭ରେ ଯାଞ୍ଚ ହେବ। ଏପ୍ରିଲ୍ ୨୯ ତାରିଖ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
