Advertisment

ଛତିଶଗଡ଼ରେ ବିଜେପି କାହାକୁ କରିବ ମୁଖ୍ୟମନ୍ତ୍ରୀ?

71 ବର୍ଷୀୟ ରମଣ ସିଂହ ଛତିଶଗଡ଼ରେ ତିନି ଥର ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ।

ଅଦ୍ୟତନ ହୋଇଛି
BJP Leaders

BJP Leaders

Advertisment

ରାଜସ୍ଥାନ ଓ ମଧ୍ୟ ପ୍ରଦେଶ ସହିତ ଛତିଶଗଡ଼ରେ ବିଜେପି ଜିତିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଗଣତି ଚାଲିଥିବା ବେଳେ ଛତିଶଗଡ଼ରେ ବିଜେପି 57ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ 33ଟି ଆସନରେ ଆଗୁଆ ରହିଛି। ଛତିଶଗଡ଼ ବିଧାନସଭାରେ 90ଟି ଆସନ ଥିବା ବେଳେ ସରକାର ଗଠନ ପାଇଁ ଲୋଡ଼ା 46ଟି ଆସନ। ଏହି ସଂଖ୍ୟାକୁ ବିଜେପିରେ ସହଜରେ ଅତିକ୍ରମ କରିଯିବ ବୋଲି ସ୍ପଷ୍ଟ ହୋଇଛି। ତେବେ ଦଳ ଏଥର କାହାକୁ କରିବ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

Advertisment

71 ବର୍ଷୀୟ ରମଣ ସିଂହ ଛତିଶଗଡ଼ରେ ତିନି ଥର ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ। 2003ରୁ 2018 ପର୍ଯ୍ୟନ୍ତ ଲଗାତାର ସେ ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ। ଏଥର ବି ସେ ବିଧାନସଭା ନିର୍ବାଚନ ଜିତିଛନ୍ତି। ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିପାରେ। ଏହି ସମ୍ଭାବନାକୁ ସଂପୂର୍ଣ୍ଣ ଏଡ଼ାଇ ଦିଆଯାଇନପାରେ। ସେ ଏବେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଅଛନ୍ତି।

ଯଦି ବିଜେପି ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବକୁ ଚାହିଁବ, ତା’ହେଲେ ବିଷ୍ଣୁ ଦେଓ ସାଇଙ୍କ ନାଁ ପ୍ରଥମେ ଆସିପାରେ। ସେ ହେଉଛନ୍ତି ଦଳର ପୂର୍ବତନ ରାଜ୍ୟ ସଭାପତି। ସେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଥିଲେ। ସେ ଦଳରେ ଜଣେ ଜଣାଶୁଣା ଚେହେରା।

Advertisment

ବିଜେପି ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ଚାହିଁଲେ ରେଣୁକା ସିଂଙ୍କ ନାଁ ଉପରେ ବିଚାର କରିପାରେ। ସେ ଏବେ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ଆଦିବାସୀଙ୍କ ମଧ୍ୟରେ ସେ ଜଣେ ପ୍ରଭାବଶାଳୀ ନେତ୍ରୀ।

ରାମବିଚାର ନେତମଙ୍କ ନାଁକୁ ମଧ୍ୟ ବିଚାରକୁ ନେଇପାରେ ବିଜେପି। ସେ ରାଜ୍ୟସଭା ସାଂସଦ ଥିଲେ। ସେ ରମଣ ସିଂହଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ ଓ ଏକାଧିକ ବିଭାଗର ଦାୟିତ୍ବରେ ଥିଲେ।

ବିଜେପି ଯଦି ରାଜ୍ୟରେ ଜଣେ ଓବିସି ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନିଏ, ତା’ହେଲେ ଅରୁଣ ସାଓଙ୍କ ନାଁକୁ ବିଚାର କରିପାରେ। ସେ ଏବେ ଛତିଶଗଡ଼ ବିଜେପିର ସଭାପତି ଅଛନ୍ତି। ସେ ବିଳାସପୁର ଲୋକସଭା ଆସନରୁ ତିନି ଥର ନିର୍ବାଚିତ ହୋଇଥିଲେ। ରାଜ୍ୟର ଓବିସି ଲୋକଙ୍କ ମଧ୍ୟରେ ତାଙ୍କର ଭଲ ପ୍ରଭାବ ରହିଛି।

Bjp Chhattisgarh Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe