Advertisment

କିଏ ହେବେ ଦେଶର ପରବର୍ତ୍ତୀ ଉପ ରାଷ୍ଟ୍ରପତି? ଦୌଡ଼ରେ ଏହି ସବୁ ନେତା

ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ବିଜେପି ବେଶ ସକ୍ରିୟ ଭାବେ ନିଜ ପ୍ରାର୍ଥୀଙ୍କୁ ଚୟନ କରିବାରେ ଲାଗି ପଡ଼ିଛି।

Vice President

Vice President

Advertisment

ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଗୋଟିଏ ମାସରୁ କମ ସମୟ ବାକି ରହିଛି। ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ବିଜେପି ବେଶ ସକ୍ରିୟ ଭାବେ ନିଜ ପ୍ରାର୍ଥୀଙ୍କୁ ଚୟନ କରିବାରେ ଲାଗି ପଡ଼ିଛି। ଏନେଇ ଦଳର ନେତୃବୃନ୍ଦ ଘନଘନ ବୈଠକ ମଧ୍ୟ ଆରମ୍ଭ କରି ଦେଇଛନ୍ତି।

Advertisment

ଆଲୋଚନା ଚାଲିଥିବା ବେଳେ ଉପ ରାଷ୍ଟ୍ରପତି ଦୌଡ଼ରେ ଅନେକ ନେତାଙ୍କ ନାଁ ରହିଛି। ସେମାନଙ୍କ ମଧ୍ୟରେ ଦିଲ୍ଲୀର ଉପ ରାଜ୍ୟପାଳ ଭିବେ ସକ୍ସେନା ଓ ବିହାର ରାଜ୍ୟପାଳ ଆର୍ଫି ମହମ୍ମଦ ଖାନ ସବୁଠାରୁ ଆଗରେ ରହିଛନ୍ତି।

ଏହି ଦୁଇ ଜଣଙ୍କ ବ୍ୟତୀତ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବରାତ, କର୍ଣ୍ଣାଟକା ରାଜ୍ୟପାଳ ଥୱରଚାନ୍ଦ ଗେହଲଟ, ସିକ୍କିମ ରାଜ୍ୟପାଳ ଓମ ମାଥୁର ଓ ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।

Advertisment

ଆରଏସଏସ ପ୍ରାର୍ଥୀ ଶେଷାଦ୍ରୀ ଛରିଙ୍କ ନାଁ ମଧ୍ୟ ବିଜେପି ନେତୃବୃନ୍ଦ ବିଚାର କରୁଛନ୍ତି। ଆଗକୁ ବିହାର ନିର୍ବାଚନ ଥିବା ବର୍ତ୍ତମାନ ରାଜ୍ୟସଭାର ଉପାଧ୍ୟକ୍ଷ ହରବଂଶଙ୍କୁ ମଧ୍ୟ ଉପ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇ ପାରେ। କିନ୍ତୁ ସେ ଜେଡିୟୁର। ବିଜେପି ନିଜ ଦଳରୁ ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଚୟନ କରିବ ବୋଲି କହିଥିବାରୁ ହରିବଂଶଙ୍କୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି।

ସେପ୍ଟେମ୍ବର ୯ରେ ଉପ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ। ଏହାର ଯଥେଷ୍ଟ ପୂର୍ବରୁ ଅର୍ଥାତ ଆସନ୍ତା କିଛି ଦିନ ମଧ୍ୟରେ ବିଜେପି ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ। ନାଁ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକାଧିକ ରାଜ୍ୟପାଳ ଓ ଉପ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ବିଜେପି ନେତୃତ୍ୱାଧୀନ ଏନଡିଏ ଉପ ରାଷ୍ଟ୍ରପତି ପ୍ରାର୍ଥୀ ବାଛିବାର ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ଛାଡ଼ିଛି। କିନ୍ତୁ ସେମାନେ ନିଷ୍ପତ୍ତି ନେବା ପୂର୍ବରୁ ଆସନ୍ତା ସପ୍ତାହରେ ବିଜେପି ଓ ସହଯୋଗୀ ଦଳର ବରିଷ୍ଠ ନେତାମାନଙ୍କୁ ନେଇ ବୈଠକ ପରିବେ। ମଙ୍ଗଳବାର ଏନଡିଏ ସାଂସଦଙ୍କ ବୈଠକ ବସିବ। ସମ୍ଭବତଃ ଏହି ସମୟରେ କୌଣସି ନିଷ୍ପତ୍ତି ହେବାର ସମ୍ଭାବନା ରହିଛି।

ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପ ରାଷ୍ଟ୍ରପତି ନିର୍ବାଚନ ହେବ। ଏନେଇ ଆସନ୍ତା ଅଗଷ୍ଟ ୭ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ନାମାଙ୍କନ ଦାଖଲର ଶେଷ ତାରିଖ ଅଗଷ୍ଟ ୨୧ ରହିଥିବା ବେଳେ ୨୨ ତାରିଖରେ ଏହାକୁ ଯାଞ୍ଚ କରାଯିବ। ଅଗଷ୍ଟ ୨୫ ହେଉଛି ନାମାଙ୍କନ ପ୍ରତ୍ୟାହାର କରିବା ଶେଷ ତାରିଖ। ଶେଷରେ ସେପ୍ଟମ୍ବର ୯ରେ ଉପ ରାଷ୍ଟ୍ରପତି ପଦ ପାଇଁ ଭୋଟିଂ ହେବ।

ମତଦାନର ସମୟ ସକାଳ ୧୦ରୁ ଅପରାହ୍ନ ୫ଟା ଯାଏ ନିର୍ବାଚନ କମିଶନ ଧାର୍ଯ୍ୟ କରିଛନ୍ତି। ଭୋଟିଂ ଶେଷ ହେବା ପରେ ସେହିଦିନ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଅର୍ଥାତ ସେପ୍ଟେମ୍ବର ୯ ତାରିଖରେ ଦେଶକୁ ନୂଆ ଉପ ରାଷ୍ଟ୍ରପତି ମିଳିବେ।

ଜୁଲାଇ ୨୧ରେ ରାତିରେ ଭାରତର ଉପ ରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଅପ୍ରତ୍ୟାଶିତ ଢଙ୍ଗରେ ଇସ୍ତଫା ଦେଇଥିଲେ। ଏଥିଯୋଗୁ ଉପ ରାଷ୍ଟ୍ରପତି ପଦ ଖାଲି ପଡ଼ିଛି। ତେଣୁ ଭାରତୀୟ ନିର୍ବାଚନ କମିଶନ ଏହି ପଦ ପୂରଣ ପାଇଁ ସେପ୍ଟେମ୍ବର ୯ରେ ଭୋଟିଂ ହେବ ବୋଲି ଘୋଷଣା କରିଛନ୍ତି।

Rajya Sabha Vice President
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe